Posted inଜାତୀୟ

ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ

ନୂଆଦିଲ୍ଲୀ,୧୨ା୮: ମଣିପୁରର ଜାତିଆଣ ହିଂସାକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଭାଜପା ସରକାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଜୋର୍‌ଦାର ବିତର୍କ ପରେ ଶୁକ୍ରବାର ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଫଳରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସଦସ୍ୟ ଗୌରବ ଗୋଗୋଇ ଆଲୋଚନା ଆରମ୍ଭ କରିଥିଲେ। ପାଖାପାଖି ୨୦ ଘଣ୍ଟାର ଆଲୋଚନାରେ ୬୦ ସଦସ୍ୟ ଭାଗ ନେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪୦ ମିନିଟ୍‌ ଧରି ଉତ୍ତର ରଖିବା ପରେ ଅନାସ୍ଥା ପ୍ରସ୍ତାବ ବାଚନିକ ମତରେ କାଟ୍‌ ଖାଇଥିଲା। ଚଳିତ ଅଧିବେଶନରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବନ କରାଯାଇଥିବାରୁ ବିରୋଧୀ ସଦସ୍ୟ କ୍ଷୁବ୍ଧ ହୋଇ ବାଚସ୍ପତି ଓମ୍‌ ବିର୍ଲାଙ୍କ ଉଦ୍‌ଯାପନୀ ଭାଷଣ ବେଳେ କକ୍ଷତ୍ୟାଗ କରିଥିଲେ। ଚଳିତ ଅଧିବେଶନରେ ଲୋକ ସଭାରେ ମୋଟ ୧୭ଟି କାର୍ଯ୍ୟଦିବସରେ ୪୪ ଘଣ୍ଟା ୧୩ ମିନିଟ୍‌ ପାଇଁ ଚାଲିଥିଲା। ଏହି ସମୟ ମଧ୍ୟରେ ୨୦ଟି ସରକାରୀ ବିଲ୍‌ ଆଗତ ହୋଇଥିବାବେଳେ ୨୨ ବିଲ୍‌ ଗୃହୀତ ହୋଇଥିଲା। ଗୃହୀତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟରେ ରହିଛି ମଲ୍ଟି-ଷ୍ଟେଟ୍‌ କୋଅପରେଟିଭ୍‌ ସୋସାଇଟିଜ୍‌ (ସଂଶୋଧନ) ବିଲ୍‌, ଡିଜିଟାଲ ଡେଟା ପ୍ରୋଟେକ୍ସନ ବିଲ୍‌, ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ବିଲ୍‌, ନ୍ୟାଶନାଲ ଡେଣ୍ଟାଲ କାଉନ୍‌ସିଲ ବିଲ୍‌, ଜନବିଶ୍ୱାସ (ସଂଶୋଧନ) ବିଲ୍‌, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର(ସଂଶୋଧନ) ବିଲ୍‌ ଏବଂ ସଶସ୍ତ୍ର ବଳ ସଂଗଠନ(କମାଣ୍ଡ, କଣ୍ଟ୍ରୋଲ, ଡିସିପ୍ଲିନ୍‌) ବିଲ୍‌। ସେହିପରି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଉଦ୍‌ଯାପନୀ ଭାଷଣ ଦେବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

ଅବସର ନେବାକୁ ଥିବା ରାଜ୍ୟ ସଭା ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଜ୍ୟ ସଭାରୁ ଆସନ୍ତା ୧୮ ତାରିଖରେ ଅବସର ନେବାକୁ ଥିବା ୫ ଜଣ ଏମ୍‌ପିଙ୍କୁ ମୌସୁମୀ ଅଧିବେଶନର ଶେଷ ଦିନରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ଗୃହକୁ ସେମାନଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ମୋଟ ୯ ସଦସ୍ୟ ଅବସର ନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ପୁନଃ ନିର୍ବାଚିତ ହୋଇଥିବାରୁ ଅନ୍ୟ ୫ ଜଣଙ୍କ ଉପସ୍ଥିତିକୁ ଗୃହ ହରାଇବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ପୁନଃ ନିର୍ବାଚିତ ହୋଇଥିବା ସଦସ୍ୟ ହେଲେ, ଭାଜପାର ଏସ୍‌. ଜୟଶଙ୍କର, ଏଆଇଟିସିର ସୁଖେନ୍ଦୁ ଶେଖର ରାୟ, ଡେରେକ୍‌ ଓ’ବ୍ରାଏନ ଏବଂ ଡୋଲା ସେନ୍‌। ଅବସର ନେଉଥିବା ୫ ସଦସ୍ୟ ହେଲେ ଭାଜପାର ଯୁଗଳସିଂ ଲୋଖଣ୍ଡଓ୍ବାଲା, ଦିନେଶଚନ୍ଦ୍ର ତେମାଲଭାଇ ଅନଭାଦିୟା, ଏଆଇଟିସିର ସୁସ୍ମିତା ଦେବ ଏବଂ ଶାନ୍ତା ଛେତ୍ରୀ ଏବଂ କଂଗ୍ରେସର ପ୍ରଦୀପ ଭଟ୍ଟାଚାର୍ଯ୍ୟ। ରାଜନୀତିରେ ଅବସର ନାହିଁ ବୋଲି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ। ଗୃହର ନେତା ପୀୟୂଷ ଗୋୟଲ କହିଥିଲେ, ବହିର୍ବ୍ୟାପାର ମନ୍ତ୍ରୀ ଭାବେ ଜୟଶଙ୍କରଙ୍କର ଗୃହକୁ ଏବଂ ବିଶ୍ୱ ସ୍ତରରେ ଅନେକ ଅବଦାନ ରହିଛି। ଏହାକୁ ନେଇ ଗୃହରେ ହୋହଲ୍ଲା ହେବାରୁ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି କହିଥିଲେ, ପ୍ରତ୍ୟେକ ସଦସ୍ୟ ଯେଉଁମାନେ ଅବସର ନେଉଛନ୍ତି ଏବଂ ଯିଏ ପୁନଃ ନିର୍ବାଚିତ ହୋଇଥିବାରୁ ସଦସ୍ୟତା ବଳବତ୍ତର ରହିଛି, ସମସ୍ତଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ତେବେ ଯେଉଁମାନେ ପୁନର୍ବାର ନିର୍ବାଚିତ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଆମେ ସମାନ ଭାବେ ଗର୍ବିତ ବୋଲି ଧନ୍‌କର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?