Posted inଜାତୀୟ

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ ଲାଭ କରିଥିଲା। ଏହି ସମୟ ମଧ୍ୟରେ ମୋଟ ୨୩ଟି ବିଲ୍‌ ଗୃହୀତ ହୋଇଥିବା ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟରୁ ଜଣାପଡ଼ିଛି। ତଥ୍ୟ ଅନୁଯାୟୀ ଲୋକ ସଭାରେ ୧୭ଟି କାର୍ଯ୍ୟଦିବସରେ ମୋଟ ୪୪ ଘଣ୍ଟା ୧୫ ମିନିଟ ପାଇଁ ଚାଲିଥିଲା। ସରକାରଙ୍କ ବିରୋଧରେ ବିରୋଧୀ ମେଣ୍ଟ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ୧୯ ଘଣ୍ଟା ୫୯ ମିନିଟ ଆଲୋଚନା ହୋଇଥିଲା ଓ ସମୁଦାୟ ୬୦ ସଦସ୍ୟ ଏଥିରେ ଭାଗ ନେଇଥିଲେ। ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟରେ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇଥିଲା। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ସରକାର (ସଂଶୋଧନ) ବିଲ୍‌, ଡିଜିଟାଲ ପର୍ସନାଲ ଡେଟା ପ୍ରୋଟେକ୍‌ଶନ ବିଲ୍‌, ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍‌, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌ ସମେତ ମୋଟ ୨୩ ବିଲ୍‌ ଗୃହୀତ ହୋଇଥିଲା। ୫୬ ପ୍ରତିଶତ ବିଲ୍‌ ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା। ପ୍ରାୟତଃ ବିଲ୍‌ ଆଗତ ହେବାର ୮ ଦିନ ମଧ୍ୟରେ ଗୃହୀତ ହୋଇଥିଲା। ଆଗତ ବିଲ୍‌ ମଧ୍ୟରୁ ୩ଟିକୁ କମିଟିର ଅନୁଧ୍ୟାନ ପାଇଁ ପଠାଯାଇଥିଲା। ପାସ୍‌ ହୋଇଥିବା ୨୩ ବିଲ୍‌ ମଧ୍ୟରୁ ୭ଟିକୁ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିଥିଲା ବୋଲି ପିଆର୍‌ଏସ୍‌ କହିଛି। ଦିଲ୍ଲୀ ସେବା ବିଲ୍‌ ଉପରେ ଲୋକ ସଭାରେ ସର୍ବାଧିକ ୪ ଘଣ୍ଟା ୫୪ ମିନିଟ ଏବଂ ରାଜ୍ୟ ସଭାରେ ୮ ଘଣ୍ଟା ଆଲୋଚନା ହୋଇଥିଲା। ଡିଜିଟାଲ ଡେଟା ସୁରକ୍ଷା ବିଲ୍‌ ଲୋକ ସଭାରେ ୫୬ ମିନିଟ ଏବଂ ରାଜ୍ୟ ସଭାରେ ଘଣ୍ଟାଏରୁ ଅଧିକ ସମୟ ଆଲୋଚନା ହୋଇଥିଲା। ସିଜିଏସ୍‌ଟି ଏବଂ ଆଇଜିଏସ୍‌ଟି ସଂଶୋଧନ ବିଲ୍‌ ମାତ୍ର ୨ ମିନିଟରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍‌ଓ୍ବାଇଫେରି କମିଶନ ଏବଂ ନ୍ୟାଶନାଲ ଡେଣ୍ଟାଲ କମିଶନ ଗଠନ ଲାଗି ଅଣାଯାଇଥିବା ବିଲ୍‌ ୩ ମିନିଟରେ ଗୃହୀତ ହୋଇଥିଲା। ରାଜ୍ୟ ସଭାରେ କ୍ରମାଗତ ୩ ଦିନରେ ୧୦ ବିଲ୍‌କୁ ଅନୁମୋଦନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

ଉଡନ୍ତା ପାଉଁଶ ଗଦା ଉପରେ ବଡ଼ ଧରଣର ଚଢ଼ାଉ

କୁଆଁରମୁଣ୍ଡା,୨୭।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଉଡ଼ନ୍ତା ପାଉଁଶ ଗଦା କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri