Posted inଜାତୀୟ

୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ ୨୦ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ସ୍ଥଗିତ ହେବା ପରେ କଂଗ୍ରେସ ଏମ୍‌ପିମାନେ ସଂସଦ ଭବନ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମାର୍ଚ୍ଚ ୧୩ରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। କିନ୍ତୁ ଲଗାତର ହଟ୍ଟଗୋଳ ଯୋଗୁ ଗୃହର ପ୍ରକ୍ରିୟା ଗୋଟିଏ ଦିନ ବି ସୁରୁଖୁରରେ ଚାଲି ପାରି ନ ଥିବା ବେଳେ ଶେଷ ହୋଇପାରିନାହିଁ। ସଂସଦର ଏହି ପର୍ଯ୍ୟାୟରେ ୩୫ଟି ବିଲ୍‌ ବିଚାରାଧୀନ ରହିଛି। ସୂଚନା ମୁତାବକ, ମାର୍ଚ୍ଚ ୧୩ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲୋକ ସଭାର ପ୍ରକ୍ରିୟା କେବଳ ୪୨ ମିନିଟ୍‌ ପର୍ଯ୍ୟନ୍ତ ହିଁ ଚାଲିଛି। ଲୋକ ସଭା ଟିଭିରୁ କରାଯାଇଥିବା ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୩ରେ ୯ ମିନିଟ୍‌, ମାର୍ଚ୍ଚ ୧୪ରେ ୪ ମିନିଟ୍‌, ମାର୍ଚ୍ଚ ୧୫ରେ ୪ମିନିଟ୍‌, ମାର୍ଚ୍ଚ ୧୬ରେ ୩.୩୦ ମିନିଟ୍‌ ଏବଂ ମାର୍ଚ୍ଚ ୧୭ରେ ମାତ୍ର ୨୨ ମିନିଟ୍‌ ହିଁ ସଂସଦର ଗୃହ କାର୍ଯ୍ୟ କରାଯାଇଛି। ଏହି ସମୟରେ ଗୃହରେ କୌଣସି ବିଲ୍‌ ଆଲୋଚନା କରାଯାଇଛି ନା ପ୍ରଶ୍ନକାଳ ଏବଂ ଶୂନ୍ୟକାଳର କାର୍ଯ୍ୟ ହୋଇପାରିଛି। ଗତ ୫ ଦିନ ମଧ୍ୟରେ ରାଜ୍ୟ ସଭାର ପ୍ରକ୍ରିୟା ମାତ୍ର ୫୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଯଦି ଦୈନନ୍ଦିନ ହିସାବରେ ଗୃହର କାର୍ଯ୍ୟକୁ ଦେଖାଯାଏ, ତେବେ ହାରାହାରି ୧୧ ମିନିଟ୍‌। ମାର୍ଚ୍ଚ ୧୩ରେ ସଂସଦର ପ୍ରକ୍ରିୟା ସର୍ବାଧିକ ୨୧ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ତେବେ ୨୦୦୮ ପରଠାରୁ ଏହା ପ୍ରଥମ ଥର ଯେତେବେଳେ ଶାସକ ଦଳଙ୍କ ଆନ୍ଦୋଳନ ଯୋଗୁ ସଂସଦର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଛି ବୋଲି ବିରୋଧୀ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ, ମୋଦି ସରକାର ଗୃହକୁ କାର୍ଯ୍ୟ କରିବାକୁ ଅନୁମତି ଦେଉନାହାଁନ୍ତି। ଏଥିସହ ଅଦାନୀ ମାମଲାରୁ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟପଟେ ଗୃହରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ ଧରିଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?