Posted inଜାତୀୟ

୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ ୨୦ ସକାଳ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସଂସଦ ସ୍ଥଗିତ ହେବା ପରେ କଂଗ୍ରେସ ଏମ୍‌ପିମାନେ ସଂସଦ ଭବନ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ମାର୍ଚ୍ଚ ୧୩ରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। କିନ୍ତୁ ଲଗାତର ହଟ୍ଟଗୋଳ ଯୋଗୁ ଗୃହର ପ୍ରକ୍ରିୟା ଗୋଟିଏ ଦିନ ବି ସୁରୁଖୁରରେ ଚାଲି ପାରି ନ ଥିବା ବେଳେ ଶେଷ ହୋଇପାରିନାହିଁ। ସଂସଦର ଏହି ପର୍ଯ୍ୟାୟରେ ୩୫ଟି ବିଲ୍‌ ବିଚାରାଧୀନ ରହିଛି। ସୂଚନା ମୁତାବକ, ମାର୍ଚ୍ଚ ୧୩ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲୋକ ସଭାର ପ୍ରକ୍ରିୟା କେବଳ ୪୨ ମିନିଟ୍‌ ପର୍ଯ୍ୟନ୍ତ ହିଁ ଚାଲିଛି। ଲୋକ ସଭା ଟିଭିରୁ କରାଯାଇଥିବା ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୩ରେ ୯ ମିନିଟ୍‌, ମାର୍ଚ୍ଚ ୧୪ରେ ୪ ମିନିଟ୍‌, ମାର୍ଚ୍ଚ ୧୫ରେ ୪ମିନିଟ୍‌, ମାର୍ଚ୍ଚ ୧୬ରେ ୩.୩୦ ମିନିଟ୍‌ ଏବଂ ମାର୍ଚ୍ଚ ୧୭ରେ ମାତ୍ର ୨୨ ମିନିଟ୍‌ ହିଁ ସଂସଦର ଗୃହ କାର୍ଯ୍ୟ କରାଯାଇଛି। ଏହି ସମୟରେ ଗୃହରେ କୌଣସି ବିଲ୍‌ ଆଲୋଚନା କରାଯାଇଛି ନା ପ୍ରଶ୍ନକାଳ ଏବଂ ଶୂନ୍ୟକାଳର କାର୍ଯ୍ୟ ହୋଇପାରିଛି। ଗତ ୫ ଦିନ ମଧ୍ୟରେ ରାଜ୍ୟ ସଭାର ପ୍ରକ୍ରିୟା ମାତ୍ର ୫୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଯଦି ଦୈନନ୍ଦିନ ହିସାବରେ ଗୃହର କାର୍ଯ୍ୟକୁ ଦେଖାଯାଏ, ତେବେ ହାରାହାରି ୧୧ ମିନିଟ୍‌। ମାର୍ଚ୍ଚ ୧୩ରେ ସଂସଦର ପ୍ରକ୍ରିୟା ସର୍ବାଧିକ ୨୧ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ତେବେ ୨୦୦୮ ପରଠାରୁ ଏହା ପ୍ରଥମ ଥର ଯେତେବେଳେ ଶାସକ ଦଳଙ୍କ ଆନ୍ଦୋଳନ ଯୋଗୁ ସଂସଦର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଛି ବୋଲି ବିରୋଧୀ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ, ମୋଦି ସରକାର ଗୃହକୁ କାର୍ଯ୍ୟ କରିବାକୁ ଅନୁମତି ଦେଉନାହାଁନ୍ତି। ଏଥିସହ ଅଦାନୀ ମାମଲାରୁ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ କହିଛି। ଅନ୍ୟପଟେ ଗୃହରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ ଧରିଛି ଭାଜପା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri