ୟୁରୋପର ଭ୍ରମ ସୃଷ୍ଟି କରୁଛି ଭାରତର ଏହି ଗାଁ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନିକଟରେ କେରଳରେ ଏପରି ଏକ ପାର୍କ ନିର୍ମାଣ କରାଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କହୁଛନ୍ତି ଏହା ଆମ ଭାରତ ନା ୟୁରୋପ? ଏହା ମଧ୍ୟ ଦେଇ ଗାଡ଼ି ଚଳାଚଳ ପାଇଁ ଅନୁମତି ନାହିଁ। କେବଳ ଏଥିରେ ଲୋକମାନେ ଚାଲି କରି ଯାଇପାରିବେ। କେରଳର ପାରମ୍ପରିକ ଘର ମଧ୍ୟରେ ଆଧୁନିକ ପାର୍କ ନିର୍ମାଣର ଏହା ଏକ ଜ୍ୱଳନ୍ତ ଉଦାହରଣ। କେରଳର ପର୍ଯ୍ୟଟନ ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କେରଳର କୋଝିକୋଡ ଜିଲାର ଓ୍ବାଦାକରା ନିକଟ କାରାକଡ଼ ଗ୍ରାମରେ ନିର୍ମିତ ଏହି ପାର୍କର ନାମ ଭାଗବତାନନ୍ଦ ପାର୍କ। ଏହାକୁ କେରଳ ପର୍ଯ୍ୟଟନ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ପାର୍କରେ ପକ୍କା ରାସ୍ତା, ସଂଲଗ୍ନ ଉପସାଗର, ସର୍ବୋତ୍ତମ ଇଉରୋପୀୟ ଡିଜାଇନର ଆଲୋକ, ଆଧୁନିକ ଅଟ୍ଟାଳିକା, ଖୋଲା ମଞ୍ଚ, ଖୋଲା ଜିମ୍‌, ବ୍ୟାଡ୍‌ମିଣ୍ଟନ କୋର୍ଟ ଏବଂ ଶିଶୁ ଉଦ୍ୟାନ ରହିଛି। ଦିବ୍ୟାଙ୍ଗମାନେ ପାର୍କର ଉଭୟ ପାର୍ଶ୍ୱରେ ନିର୍ମିତ ଶୌଚାଳୟକୁ ମଧ୍ୟ ଯାଇପାରିବେ। କେବଳ ଏତିକି ନୁହେଁ, ଏହି ପାର୍କର ରାସ୍ତାରେ ଟାଇଲ ଲଗାଯାଇଛି, ଯାହାଦ୍ୱାରା ଦୃଷ୍ଟିହୀନମାନେ ମଧ୍ୟ ଏହି ରାସ୍ତାକୁ ଉପଭୋଗ କରିପାରିବେ।

ଏହି ପାର୍କ ନିର୍ମାଣ ପାଇଁ ୨.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ତିଆରି କରିବାରେ ଉରାଲଙ୍ଗାଲ ଲେବର କଣ୍ଟ୍ରାକ୍ଟର କୋଅପରେଟିଭ୍‌ ସୋସାଇଟି ସାହାଯ୍ୟ କରିଛି। ଏହି ସମାଜ ଭଗବତାନନ୍ଦ ଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୋସିଆଲ ମିଡିଆରେ ଏହି ପାର୍କର ଫଟୋ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖିବା ପାଇଁ ଉତ୍ସାହିତ ହେଉଛନ୍ତି। ଅନେକ ଲୋକ ନିଜ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଭଗବାନ ଶିବଙ୍କ ଅବତାର: ଭାଜପା ମନ୍ତ୍ରୀ

ଶିମଲା,୧୨।୩ ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲା ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮୫ ବର୍ଗ କି.ମି. ପର୍ଯ୍ୟନ୍ତ...

୫ରାଜ୍ୟରୁ ଉତ୍ତରାଖଣ୍ଡକୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ

ଡେରାଡୁନ,୨୩ ।୨: ମହାରାଷ୍ଟ୍ର, ଗୁଜରାଟ, କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଉତ୍ତରାଖଣ୍ଡ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ଉତ୍ତରାଖଣ୍ଡ...

ସମାଜବାଦୀ ଗଡ଼ରୁ ଲଢ଼ିପାରନ୍ତି ଅଖିଳେଶ

ଲକ୍ଷ୍ନୌ,୨୦।୧: ସମାଜବଦା ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉତ୍ତରପ୍ରଦେଶ ନିର୍ବାଚନ ମଣ୍ଡଳୀ କର୍ହାଲରୁ ଲଢ଼ିବେ। ଏହି ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ...

ମୁମ୍ବାଇ ଭିଓ୍ବଣ୍ଡିରେ ଶିଳ୍ପ କେନ୍ଦ୍ର ଭଙ୍ଗା ଯୋଜନା: ୨୦ ଲକ୍ଷରୁ ଅଧିକ ବେରୋଜଗାର ହେବା ଆଶଙ୍କା

ମୁମ୍ବାଇ,୨୭।୧୧: ମୁମ୍ବାଇ ଭିଓ୍ବାଣ୍ଡି ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପ କେନ୍ଦ୍ରକୁ ଭଙ୍ଗାଯିବା ପାଇଁ ସରକାର ଯୋଜନା କରିଛନ୍ତି। ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ଲୋକ...

ସଙ୍କଟ ସମୟରେ ଦେଶର ସୁରକ୍ଷା କରୁଛି ନୌସେନା : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୌସେନା ଦିବସ ଅବସରରେ ନୌସେନାକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦେଶକୁ ନିରନ୍ତର ରକ୍ଷା କରିଆସୁଛି...

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି...

ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୧।୫: ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି। ସୋମବାର ଲୋକ...

Advertisement
Archives

Model This Week