ଅଲିମ୍ପିକ୍ସରେ ଚମକ ଦେଖାଇବେ ଭାଜପା ବିଧାୟିକା

ପାଟନା,୨୩।୬: ବିହାରର ଭାଜପା ବିଧାୟିକା ତଥା ଶୁଟର୍‌ ଶ୍ରେୟାସୀ ସିଂ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ସେ ଶଟ୍‌ଗନ ଟ୍ରାପ ମହିଳା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଅଲିମ୍ପିକ୍ସ ପାଇଁ ମନୋନୀତ ହୋଇଥିବା ବିହାରର ଶ୍ରେୟାସୀ ସିଂ ପ୍ରଥମ ଆଥଲେଟ ହୋଇଛନ୍ତି।
ପ୍ୟାରିସରେ ଆୟୋଜିତ ଅଲିମ୍ପିକ ଗେମ୍ସରେ ଶଟଗନ ଟ୍ରାପ ମହିଳା ପ୍ରତିଯୋଗିତାରେ ଜାମୁଇ ବିଧାନସଭା ବିଧାୟକ ଶ୍ରେୟାସୀ ସିଂଙ୍କୁ ମନୋନୀତ କରାଯାଇଛି। ସେ ଅଲିମ୍ପିକ ଗେମ୍ସରେ ପଦକ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେ ଶୁଟିଂରେ ଅନେକ ଟାଇଟଲ ଜିତି ସାରିଛନ୍ତି।
ଆସନ୍ତୁ ଆପଣଙ୍କୁ କହିବାକୁ ଗଲେ ପ୍ୟାରିସ ଅଲିମ୍ପିକ୍ସରେ ଶ୍ରେୟାସୀ ସିଂଙ୍କ ଚୟନକୁ ନେଇ ସମଗ୍ର ଜିଲାରେ ଆନନ୍ଦର ବାତାବରଣ ରହିଛି। ଗ୍ଲାସ୍‌ଗୋରେ ୨୦୨୪ କମନୱେଲଥ ଗେମ୍ସରେ ଡବଲ ଟ୍ରାପ ଶୁଟିଂ ଇଭେଣ୍ଟରେ ଶ୍ରେୟାସୀ ସିଂ ରୌପ୍ୟ ପଦକ ଜିତିଥିଲେ।
ସୂଚନାଯୋଗ୍ୟ ଯେ, ୨୦୧୮ରେ ଶ୍ରେୟାସୀ ସିଂ ଅଷ୍ଟ୍ରେଲିଆ କମନୱେଲଥ ଗେମ୍ସରେ ମହିଳା ଡବଲ ଟ୍ରାପ ଶୁଟିଂ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହି ବର୍ଷ ଶ୍ରେୟସୀ ସିଂଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଶ୍ରେୟସୀ ସିଂ ୨୦୨୦ରେ ଭାଜପାରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ଜାମୁଇ ଆସନରୁ ଫିଲ୍ଡ କରିଥିଲା ଏବଂ ସେ ଜିତିଥିଲେ।
ଶ୍ରେୟସୀ ସିଂ ୨୯ ଅଗଷ୍ଟ ୧୯୯୧ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସ୍ବର୍ଗତ ଦିଗ୍‌ବିଜୟ ସିଂ କେନ୍ଦ୍ର ସରକାରରେ ଏମ୍‌ପି ତଥା ମନ୍ତ୍ରୀ ଥିଲେ। ତାଙ୍କ ମା’ ପୁତୁଲ ସିଂ ମଧ୍ୟ ଏମ୍‌ପି ଥିଲେ। ଶ୍ରେୟାସୀ ସିଂ ଦିଲ୍ଲୀର ହାନସରାଜ କଲେଜରୁ ଏବଂ ଫରିଦାବାଦର ମାନଭ ରଚନା ବିଶ୍ୱବିଦ୍ୟାଳୟରୁ ଏମବିଏ ସ୍ନାତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri