ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ

ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ ଢଙ୍ଗରେ ବିବାହ କରିବାକୁ ଯାଉଛନ୍ତି। ବିବାହର କାର୍ଡ ବି ସାମ୍ନାକୁ ଆସି ସାରିଛି।

ଏବେ ଏହି ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ସାମ୍ନାକ ଆସୁଛି। ଏହାରି ଭିତରେ ପ୍ରଶଂସକମାନେ ପରିଣିତି ଓ ରାଘବଙ୍କୁ ବଧୂ ଓ ବର ବେଶରେ ଦେଖିବାକୁ ଉତ୍ସାହିତ ହୋଇଗଲେଣି। କପଲଙ୍କ ଓ୍ବେଡିଂ ଆଉଟଫିଟଠାରୁ ଭେନ୍ୟୁ ପର୍ଯ୍ୟନ୍ତ ସବୁକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଏବେ ଏହି ବିବାହ ସହ ଜଡିତ ଆଉ ଏକ ଅପଡେଟ ସମ୍ନାକୁ ଆସିଛି।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଦୁହ୍ଲେ ରାଜା ରାଘବ ଚଢା ଦୁହ୍ଲନିୟା ପରିଣିତିଙ୍କୁ ନେବା ପାଇଁ ହାତୀ କି ଘୋଡ଼ା ଚଢି ଆସିବେ ନାହିଁ ଅଥବା କୌଣସି ଗାଡିରେ ଆସିବେ ନାହିଁ। ସେ ଏକ ରାଜକୀୟ ବୋଟରେ ପରିଣିତିଙ୍କୁ ନେଇଯିବେ। ବିବାହ ପାଇଁ ସେ ଏକ ବୋଟରେ ହୋଟେଳ ତାଜରେ ପହଞ୍ଚିବେ। ତେବେ ବାରାତର ଏହି ରାଜକୀୟ ଏଣ୍ଟ୍ରିକୁ ନେଇ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ସୂଚନାଯୋଗ୍ୟ, ଓ୍ବେଡିଂ କାର୍ଡରେ ଛୋଟରୁ ଛୋଟ ସବୁ ଡିଟେଲ୍ସ ଦିଆଯାଇଛି। ଉଭୟ ଉଦୟପୁରର ‘ଦ ଲିଲା ପ୍ୟାଲେସ’ରେ ୨୪ ସେପ୍ଟେମ୍ବର ରାତିରେ ସାତ ଫେରା ନେବେ। ଏହାପରେ ସେପ୍ଟେମ୍ବର ୩୦ରେ‘ଦ ତାଜ ଲେକ’ରେ କପଲ ସେମାନଙ୍କ ବିବାହର ରିସେପସନ ପାର୍ଟି ଦେବେ। ସେହିପରି ୨୩ ସେପ୍ଟେମ୍ବରରେ ଅତିଥିଙ୍କ ପାଇଁ ଓ୍ବେଲକମ ଲଞ୍ଚର ଆୟୋଜନ କରାଯାଇଛି। ତେଣୁ ଏବେ ଏହି ରାଜକୀୟ ବିବାହକୁ ନେଇ ଉଦୟପୁରରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।
ସୂଚନାଯୋଗ୍ୟ, ମେ’ ୧୩ରେ ଦିଲ୍ଲୀର କପୁରଥଲା ହାଉସରେ ପରିଣିତି ଓ ରାଘବଙ୍କର ଏନଗେଜମେଣ୍ଟ ହୋଇଥିଲା। ଏହାପରେ ଏମାନେ ଉଦୟପୁର ଓ୍ବେଡିଂ ଡେଷ୍ଟିନେଶନ ଭିଜିଟ କରିଥିବା ଦେଖାଯାଇଥିଲା। ଏଇ କିଛିଦିନ ମଧ୍ୟରେ ଏହି କପଲଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri