Posted inଖେଳ

ହକି ଇଣ୍ଡିଆ ମାଷ୍ଟର୍ସ କମିଟିରେ ପରଗତ, ଗୁରବକ୍ସ

ନୂଆଦିଲ୍ଲୀ,୧୮।୧୧ (ପି.ଟି.): ହକି ଇଣ୍ଡିଆର ଷ୍ଟେଟ୍‌ ମେମ୍ବର ୟୁନିଟ୍‌ଗୁଡିକ ମିଳିତ ଭାବେ ‘ମାଷ୍ଟର୍ସ କମିଟି’ ଗଠନ କରିଛନ୍ତି। ଦେଶରେ ମାଷ୍ଟର୍ସ ହକିର ପ୍ରଚାର ଓ ପ୍ରସାର ପାଇଁ ଗଠିତ ହୋଇଥିବା ଏହି କମିଟିରେ ପୂର୍ବତନ ଅଧିନାୟକ ପରଗତ ସିଂ, ମୀର ରଞ୍ଜନ ନେଗୀ ଓ ଗୁରବକ୍ସଙ୍କୁ ସାମିଲ କରାଯାଇଛି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ହକିରେ ରୁଚି ରଖୁଥିବା ଉଭୟ ସବୁ ବୟସ ବର୍ଗର ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସୁଯୋଗ ଦେବା ପାଇଁ ଓ ହକି ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ବଜାୟ ରଖିବା ପାଇଁ ଏଭଳି ଉପକ୍ରମର ଆରମ୍ଭ କରାଯାଇଛି ହକି ଇଣ୍ଡିଆ କହିଛି।
ଗତ ମାର୍ଚ୍ଚରେ ହକି ଇଣ୍ଡିଆ ଅନ୍ୟ ୩୮ଟି ଜାତୀୟ ଆସୋସିଏଶନଗୁଡିକ ସହ ସଦସ୍ୟ ଭାବେ ବିଶ୍ୱ ମାଷ୍ଟର୍ସ ହକି (ଡବ୍ଲ୍ୟଏମ୍‌ଏଚ୍‌)ରେ ଯୋଗ ଦେଇଥିଲା। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଏକମାତ୍ର ମାଷ୍ଟର ୟୁନିଟ୍‌ ଡବ୍ଲ୍ୟୁଏମ୍‌ଏଚ୍‌କୁ ମାନ୍ୟତା ପ୍ରଦାନ କରିଛି। ଡବ୍ଲ୍ୟୁଏମ୍‌ଏଚ୍‌ ମଧ୍ୟ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାଷ୍ଟର୍ସ ହକି ଆୟୋଜନ କରିବାର ଅଧିକାର ପାଇଛି।
ତେବେ ରାଜ୍ୟରେ ମାଷ୍ଟର୍ସ ହକିର ବିକାଶ ପାଇଁ ହକି ଇଣ୍ଡିଆ ସବୁ ଷ୍ଟେଟ୍‌ ୟୁନିଟ୍‌ଗୁଡିକୁ ଏକ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲା। ଏଥିରେ ପୂର୍ବତନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କୁ ସାମିଲ କରିବାକୁ କୁହାଯାଇଥିଲା। ରାଜ୍ୟସ୍ତରରେ ଏହି କମିଟିଗୁଡିକ ମାଷ୍ଟର୍ସ ହକିର ଉନ୍ନତି ପାଇଁ କାର୍ଯ୍ୟ କରିବ। ସେହିପରି ଦେଶରେ ଜାତୀୟସ୍ତରରେ ହକି ଇଣ୍ଡିଆ ମାଷ୍ଟର୍ସ କମିଟି ମାଷ୍ଟର୍ସ ମ୍ୟାଚ୍‌ ଓ ଟୁର୍ନାମେଣ୍ଟଗୁଡିକୁ ତଦାରଖ କରିବ। ହରବିନ୍ଦର ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ସେହିପରି ଆର.ପି. ସିଂ ଏହାର ସଂଯୋଜକ ରହିଛନ୍ତି। ପୂର୍ବତନ ଭାରତୀୟ ଖେଳାଳି ବି.ପି. ଗୋବିନ୍ଦା, ଜଗବୀର ସିଂ, ଏ.ବି. ସୁବାୟା, ସୁରିନ୍ଦର କୌର ଓ ଏମ୍‌. ରେଣୁକା ଲକ୍ଷ୍ମୀ ଏହାର ସଦସ୍ୟ ରହିଛନ୍ତି। ମାଷ୍ଟର୍ସ କମିଟି ଗଠନ କରିବାକୁ ଷ୍ଟେଟ୍‌ ୟୁନିଟ୍‌ଗୁଡିକ ମଧ୍ୟ ଏ ନେଇ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି ଓ ଏହା ନିଶ୍ଚିତ ଭାବେ ଆନନ୍ଦଦାୟକ ବୋଲି ହକି ଇଣ୍ଡିଆ ସାଧରଣ ସମ୍ପାଦକ ରାଜିନ୍ଦର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri