କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା

ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା ଦିଅନ୍ତି। ଉକ୍ତ ଅର୍ଥ ମିଶି ଯେଉଁ ଲକ୍ଷ୍ୟରେ ଅର୍ଥ ଦାନ କରାଯାଇଥାଏ ସେଥିରେ ବିକାଶ କରାଯାଏ। ୨୦୧୯-୨୦୨୦ ଶିକ୍ଷାବର୍ଷରେ ମୋ ସ୍କୁଲ ଅଭିଯାନ ଆରମ୍ଭ ହୋଇଥିଲା। ଉକ୍ତ ଯୋଜନାରେ ପୁରାତନ ଛାତ୍ରୀଛାତ୍ର ଅର୍ଥ ଦାନ କରୁଥିଲେ।
ଇତିମଧ୍ୟରେ ରାଜ୍ୟ ସରକାର ବଦଳିବା ପରେ ଯୋଜନାର ନାମ ମଧ୍ୟ ବଦଳି ଯାଇଛି। ମୋ ସ୍କୁଲ ଅଭିଯାନ ଯୋଜନା ୨୦୨୫ ମସିହାରୁ ପଞ୍ଚଶଖା ଶିକ୍ଷା ସେତୁ ଯୋଜନା ଭାବେ ପରିଚିତ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ମସିହାରେ ବିଦ୍ୟାଞ୍ଜଳି ଯୋଜନା କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ
ଆରମ୍ଭ ହୋଇଥିଲା। ଏହାର ମୂଳଲକ୍ଷ୍ୟ ହେଲା ସମାଜ-ସ୍କୁଲ ମିଶିକରି ଶିକ୍ଷାକୁ ଆଗକୁ ନେବା। କେନ୍ଦ୍ରୀୟ ବିଦ୍ୟାଳୟ ପୂରାତନ ଛାତ୍ରୀଛାତ୍ର, ଅଭିଭାବକ, ସ୍ବେଚ୍ଛାସେବୀ, ସାଧାରଣ ଲୋକ ଚାହିଁଲେ ବିଦ୍ୟାଳୟକୁ ପୁସ୍ତକ, ଖେଳନା ଉପକରଣ, କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଜିନିଷ ଦାନ କରିପାରିବେ। ଏଥିସହ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଯଦି କୌଣସି ଶିକ୍ଷିତ ବ୍ୟକ୍ତି, ଯୋଗ ଶିକ୍ଷକ ଶିକ୍ଷାଦାନ କରିବାକୁ ଚାହିଁବେ ତେବେ ମାଗଣାରେ ଶିକ୍ଷାଦାନ କରିପାରିବେ।

କେନ୍ଦ୍ରୀୟ ବିଦ୍ୟାଳୟର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହିଭଳି ପରିସ୍ଥିତିରେ ୨୦୨୧ ରେ ବିଦ୍ୟାଞ୍ଜଳି ୨:୦ ଯୋଜନାକୁ ନବୀକରଣ କରାଯାଇଥିଲା । ଉକ୍ତ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧକ୍ଷ ପ୍ରଦୀପ କମାନୁ ଚେଷ୍ଟିତ। ତେଣୁ ବିଦ୍ୟାଳୟର ଉନ୍ନତିରେ ଅଭିଭାବକ ମାନେ ସହଯୋଗର ହାତ ବଢାଇଛନ୍ତି। ଜୈନକ ଅଭିଭାବିକା ବୁଧବାର ବିଦ୍ୟାଳୟକୁ ଆଡମିଶନ ରେଜିଷ୍ଟର ପ୍ରଦାନ କରିଛନ୍ତି। ଆଉ କିଛି ଅଭିଭାବକ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, କ୍ଲାସରୁମ ନବୀକରଣ
ସମେତ ଅନ୍ୟାନ୍ୟ ଉନ୍ନତିରେ ସହଯୋଗର ହାତ ବଢାଇଛନ୍ତି। ଯାହାକି ଏକ ଭଲ ପରମ୍ପରା ସୃଷ୍ଟି ସହ ବିଦ୍ୟାଳୟ ଆଗକୁ ବଢ଼ିବାରେ ସହାୟ ହୋଇପାରୁଛି। ତେଣୁ ବିଦ୍ୟାଞ୍ଜଳି ଯୋଜନାରେ ଯେଉଁ ଅଭିଭାବକ ଚାହିଁବେ ସହଯୋଗର ହାତ ବଢ଼ାଇ ପାରିବେ ବୋଲି ଅଧ୍ୟକ୍ଷ କମାନୁ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?