ଶିଶୁଭବନରେ କରୋନା ଆକ୍ରାନ୍ତ ମୃତଦେହ ନେଇ ମା’-ବାପା ଫେରାର

କଟକ ଅଫିସ,୧।୮: କରୋନା ଆକ୍ରାନ୍ତ ଶିଶୁର ହସ୍ପିଟାଲରେ ମୃତ୍ୟୁ ହେବା ପରେ ତାକୁ ଧରି ମା’ ବାପା ସେଠାରୁ ଫେରାର ହୋଇଯାଇଛନ୍ତି। କଟକସ୍ଥିତ ଶିଶୁଭବନରେ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟରେ ଉଭୟ ମା’-ଶିଶୁ ପଜିଟିଭ ଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ ଖୋର୍ଦ୍ଧା ଜିଲା ଧଉଳି ଥାନା ଅଞ୍ଚଳର ଜଣେ ଦମ୍ପତି ମାସକର ଶିଶୁକୁ ସଙ୍କଟାପନ୍ନ ଅବସ୍ଥାରେ ଶିଶୁଭବନକୁ ଆଣିଥିଲେ। ଶିଶୁଟି ସେପ୍ଟିସେମିଆ ଓ ବାତରୋଗରେ ଆକ୍ରାନ୍ତ ଥିବା ବେଳେ ତାକୁ ଆଇସୋଲେଶନରେ ରଖି ଚିକିତ୍ସା ଆରମ୍ଭ ହୋଇଥିଲା। ସେତେବେଳେ ଶିଶୁର ତାପମାତ୍ରା କମ୍‌ ଥିବା ସହ ଶ୍ୱାସକ୍ରିୟାରେ ସମସ୍ୟା ଥିବାରୁ ଡାକ୍ତର କୃତ୍ରିମ ଶ୍ୱାସକ୍ରିୟା ବା ସିପିଆର୍‌ (କାର୍ଡିଓ ପଲମୋନାରୀ ରିସସିଟୈଶନ) କରାଇଥିଲେ। ଅନ୍ୟ ସମସ୍ତ ଜରୁରୀ ଚିକିତ୍ସା ସତ୍ତ୍ୱେ ଶିଶୁଟିର ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ଏହା ପୂର୍ବରୁ ଉଭୟ ଶିଶୁ ଓ ତାର ମାତା ପିତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ମା’ ଓ ଶିଶୁ ପଜିଟିଭ ରହିଥିଲେ। ଏହାପରେ ମୃତ ଶିଶୁର କୋଭିଡ ନିୟମ ମୁତାବକ କାଗଜ ପ୍ରସ୍ତୁତି ସହ ଆକ୍ରାନ୍ତ ମା’ଙ୍କୁ କୋଭିଡ ହସ୍ପିଟାଲ ପଠାଇବା ପାଇଁ ଶିଶୁଭବନ ପକ୍ଷରୁ ବ୍ୟବସ୍ଥା ହେଉଥିଲା। କିନ୍ତୁ ଏତିକିବେଳେ ମୃତ ଶିଶୁକୁ ଧରି ତାର ମା’-ବାପା ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଲାଲବାଗ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ଉପବାଚସ୍ପତି ଓ ବନ୍ଦ ଲଫାପାକୁ ନେଇ ଚର୍ଚ୍ଚା

ଅନୁଗୋଳ ଅଫିସ, ୨୬।୨: ମାସର ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ଥିଲା। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହେଲେ ଏମିତି କି...

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କଟକ ଅଫିସ,୧୪।୩: ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ଏକ ହଷ୍ଟେଲରୁ ଶୁକ୍ରବାର ପୋଲିସ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ କନ୍ଧମାଳ ଜିଲା ବ୍ରାହ୍ମଣିଗଁ।...

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ...

ଡାକ୍ତରଙ୍କୁ ଅସମ୍ମାନ, ୩ ଗିରଫ

ଖଇରା,୨୫ା୪(ଡି.ଏନ୍‌.ଏ.)-ବାଲେଶ୍ବର ଜିଲା ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କ ବିରୋଧରେ ଅସମ୍ମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଖଇରା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

ନବରଙ୍ଗପୁର, ୩।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳଗଛରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।...

କଲେକ୍ଟର ଯୁବକଙ୍କ କଥା ନ ଶୁଣି ପ୍ରଥମେ ଚଟକଣି ଦେଲେ, ଶେଷରେ କ୍ଷମା ବି ମାଗିଲେ…

ସୁରଜପୁର,୨୩।୫: ଏବେ ସୋସିଆଲ ମିଡ଼ିଆରେ ଛତିଶଗଡ଼ର ଜଣେ କଲେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ହୋଇଛି। ଅମାନିଆଙ୍କ...

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର, ୧୨।୩(ଡି.ଏନ୍‌.ଏ.): ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖରେ ୮୮ ହଜାର, ୧୦...

Advertisement
Archives

Model This Week