Posted inଫୁରସତ

ମାତାପିତା ମାର୍ଗଦର୍ଶକ

ସନ୍ତାନ ପାଇଁ ଦେବତାତୁଲ୍ୟ ମାତାପିତା। ସେମାନଙ୍କ ସୁଚିନ୍ତିତ ଲାଳନପାଳନରେ ଶିଶୁ ହୁଏ ସୁନାଗରିକ। ସୁନାଗରିକ ଦ୍ୱାରା ହିଁ ଦେଶ ହୁଏ ସମୃଦ୍ଧ। ମାତାପିତାଙ୍କ ଅଭିଜ୍ଞତା ଆଧାରରେ ଶିଶୁର ପାରସ୍ପରିକ ବହୁବିଧ ବିକାଶ ସମ୍ଭବ ହୋଇଥାଏ। ଭାରତୀୟ ସଂସ୍କୃତିରେ ଅତି ପ୍ରାଚୀନ କାଳରୁ ମାତାପିତାମାନେ ସନ୍ତାନଙ୍କ ମାଧ୍ୟମରେ ରାଷ୍ଟ୍ରଗଠନର ଚିନ୍ତା କରିଆସୁଛନ୍ତି। ପ୍ରକୃତ ପକ୍ଷେ ସନ୍ତାନଙ୍କ କ୍ଷେତ୍ରରେ ମାତାପିତାଙ୍କ ସ୍ଥାନ କେହି ଗ୍ରହଣ କରିପାରିବେ ନାହିଁ।
ସନ୍ତାନର ବିକାଶ ମାଧ୍ୟମରେ ଉନ୍ନତ ରାଷ୍ଟ୍ରଗଠନର ସ୍ବପ୍ନକୁ ସତ୍ୟରେ ପରିଣତ କରୁଥିବା ମାତାପିତାଙ୍କ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ରବିବାରକୁ ଜାତୀୟ ମାତୃପିତୃ ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୪ରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଏନେଇ ଆଇନ ପ୍ରଣୟନ କରିବା ସହିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ସେବେଠାରୁ ପ୍ରତିବର୍ଷ ଜାତୀୟ ମାତୃପିତୃ ଦିବସ ପାଳିତ ହୋଇ ଆସୁଛି। ଅନାବିଳ ସ୍ନେହ, ଅସୀମ ତ୍ୟାଗ ଦ୍ୱାରା ସନ୍ତାନକୁ ଗଢିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମାତାପିତାଙ୍କୁ ପରିଣତ ବୟସରେ ସେବା ଓ ସୁରକ୍ଷା ଯୋଗାଇଦେବା ଆମର କର୍ତ୍ତବ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ...

ପଦ୍ମଶ୍ରୀ ପ୍ରଭାକର: ନିର୍ଜୀବ ପଥର ଦେହରେ କରନ୍ତି କଳାର ପ୍ରାଣ ସଞ୍ଚାର

ପିଲାଟି ଦିନରୁ ସେ ବିଭିନ୍ନ କାରୁକାର୍ଯ୍ୟମୟ ମନ୍ଦିର ଦେଖି ଖୁସୀ ହୋଇପଡ଼ୁଥିଲେ । ଘରେ ବାପାଙ୍କ ହସ୍ତଶିଳ୍ପ କାମରେ ସହଯୋଗ କରୁଥିଲେ। ଏଥିପାଇଁ ସ୍କୁଲପଢାକୁ ଅଧାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri