୯ ଜେଲରେ କ୍ଷମତାଠୁ ଅଧିକ କଏଦୀ

କଟକ ଅଫିସ,୧।୮: ଜେଲ୍‌ରେ କରୋନା ସଂକ୍ରମଣ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକ ଭିଡିଓ କନଫରେନ୍ସରେ ଆୟୋଜିତ ହୋଇଛି। ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ ରହିବା, ଜେଲ୍‌ରେ ସଙ୍ଗରୋଧ କେନ୍ଦ୍ର, କୋଭିଡ୍‌ କେୟାର ସେଣ୍ଟର କରାଯିବା, ନୂଆ କଏଦୀଙ୍କ କୋଭିଡ୍‌ ଟେଷ୍ଟ, ଉତ୍ତମ ଚିକିତ୍ସା ସୁବିଧା ପ୍ରଦାନ ଓ ଜେଲ୍‌ରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ପାଇଁ ଏଥିରେ ଗୁରୁତ୍ୱାରାପ କରାଯାଇଛି। ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଡିଜି (ଜେଲ୍‌) ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଥିଲେ ଯେ ସର୍ବଶେଷ ତଥ୍ୟ ମୁତାବକ ୬୩ ଜଣ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଟକ ସର୍କଲ ଜେଲ୍‌ର ୮, ପୁରୀ ଜିଲା ଜେଲ୍‌ର ୧, ଖୋର୍ଦ୍ଧା ସବ୍‌-ଜେଲ୍‌ର ୬, ବ୍ରହ୍ମପୁର ସର୍କଲ ଜେଲ୍‌ର ୩୬, କୋଦଳା ସବ୍‌-ଜେଲ୍‌ର ୧୨ ଜଣ ରହିଛନ୍ତି। ବର୍ତ୍ତମାନ ବିଭିନ୍ନ ଜେଲ୍‌ରେ ୨୧୧୨ ଜଣ କଏଦୀ ସଙ୍ଗରୋଧରେ ଅଛନ୍ତି। ଜେଲ୍‌ଗୁଡ଼ିକର ସ୍ଥିତି ନେଇ ଜିଲା ଜଜ୍‌ମାନେ କମିଟିକୁ ରିପୋର୍ଟ ଦେଇଛନ୍ତି। ସେହି ଅନୁଯାୟୀ ଜେଲ୍‌ରୁ ଭିଡ଼ କମାଇବା ପାଇଁ ପଦକ୍ଷେପ ନିଆଯାଇଛି। ପାରୋଲ ଓ ଜାମିନ ଦିଆଯାଇଛି। କିନ୍ତୁ ୯ଟି ଜେଲ୍‌ରେ ଏବେ ବି କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି। ସେଗୁଡ଼ିକ ହେଲା ନୂଆପଡ଼ା ସବ୍‌ ଜେଲ୍‌, ଫୁଲବାଣୀ ଜିଲା ଜେଲ୍‌, ବାଲିଗୁଡ଼ା ସବ୍‌ ଜେଲ୍‌, ଝାରସୁଗୁଡ଼ା ସବ୍‌ ଜେଲ୍‌, ବୌଦ୍ଧ ସବ୍‌ ଜେଲ୍‌, ଯାଜପୁର ସବ୍‌ ଜେଲ୍‌, ଭବାନିପାଟଣା ଜିଲା ଜେଲ୍‌, ଧର୍ମଗଡ଼ ସବ୍‌ ଜେଲ୍‌ ଓ ସମ୍ବଲପୁର ଜିଲା ଜେଲ୍‌। ସମ୍ବଲପୁର ଜିଲା ଜେଲ୍‌ କ୍ଷମତା ୬୦୪ ଥିବାବେଳେ ୬୯୦ ଜଣ କଏଦୀ ରହିଛନ୍ତି। କେତେକ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ପଠାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଅଧିକାଂଶ ଜେଲ୍‌ରେ ସଙ୍ଗରୋଧ ୱାର୍ଡ଼ ଗଠନ କରାଯାଇଛି। କିନ୍ତୁ ଆଠଗଡ଼ ଓ ବଡ଼ମ୍ବା ସବ୍‌-ଜେଲ୍‌ରେ ତାହା ନାହିଁ। ସନ୍ଦିଗ୍ଧ କଏଦୀଙ୍କୁ ଚୌଦ୍ୱାର ସର୍କଲ୍‌ ଜେଲ୍‌ ଓ ନରସିଂହପୁର ସବ୍‌ ଜେଲ୍‌କୁ ପଠାଯାଇଛି। ତେଣୁ ସମସ୍ତ ଜେଲ୍‌ରେ ସଙ୍ଗରୋଧ ବ୍ୟବସ୍ଥା କରିବା ପାଇଁ ଡିଜି (ଜେଲ୍‌)ଙ୍କୁ ନିର୍ଦ୍ଦେଶ ହୋଇଛି। ବ୍ରହ୍ମପୁର ସର୍କଲ୍‌ ଜେଲ୍‌କୁ କୋଭିଡ୍‌ କେୟାର୍‌ ସେଣ୍ଟର କରାଯାଇଛି। ଗଞ୍ଜାମ ଜିଲାର ଭଞ୍ଜନଗର, ଛତ୍ରପୁର, ଆସିକା, କୋଦଳା, ସୋରଡ଼ା ଓ ଦିଗପହଣ୍ଡି ଜେଲ୍‌ରେ ମଧ୍ୟ କୋଭିଡ୍‌ କେୟାର ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଏଦୀଙ୍କ ସ୍ବାବ୍‌ ସଂଗ୍ରହ ଓ ରିପୋର୍ଟ ଠିକ୍‌ରେ ହେଉନାହିଁ। ନୂଆ କଏଦୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉ ନାହିଁ। ଏ ଦିଗରେ ପଦକ୍ଷେପ ପାଇଁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି। ଭିଡିଓ କନଫରେନ୍ସ ଜରିଆରେ ଶୁଣାଣି ପାଇଁ ଜେଲ୍‌ରେ ବ୍ୟବସ୍ଥା କରାଯାଇଛି। ଜି. ଉଦୟଗିରି ସବ୍‌ ଜେଲ୍‌ରେ ଏହି ବ୍ୟବସ୍ଥା ନ ଥିବାବେଳେ ସମ୍ବଲପୁର ଜେଲ୍‌ରେ ତାହା ଅକାମୀ ପଡ଼ିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri