ପାରାଦୀପ: ଶିଳ୍ପ ତଥ୍ୟରେ ନାହିଁ ତାଳମେଳ

ପାରାଦୀପ, ୭ା୨(ଶରତ ରାଉତ):ଜଗତ୍‌ସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏବେ ୧୫ଟି ବୃହତ୍‌ ଶିଳ୍ପ ଅଛି। ଆଗାମୀ ଦିନରେ ଅନେକ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାରୀ ସ୍ତରରେ କୁହାଯାଉଛି। କିନ୍ତୁ ସରକାରଙ୍କ ପାଖରେ ସେପରି ତଥ୍ୟ ନ ଥିବା ଜଣାପଡ଼ିଛି। ପ୍ରତିଷ୍ଠା ହୋଇଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ କେତେ ଜାଗା ଦିଆଯାଇଛି, ତା’ର ମଧ୍ୟ ଠିକ୍‌ ସୂଚନା ମିଳିନାହିଁ। ଏପରି ଅନେକ ଅମେଳ ତଥ୍ୟ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଜରିଆରେ ମିଳିଛି।
ପାରାଦୀପର ଶିଳ୍ପ ସଂଖ୍ୟା, ଉତ୍ପାଦନ, ନିଯୁକ୍ତି ପାଇଥିବା କର୍ମଚାରୀ, ଠିକାଶ୍ରମିକ ଆଦି ସମ୍ପର୍କରେ ଆମେ ଜଗତ୍‌ସିଂହପୁର ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି)କୁ ୨୦୨୨ ଜାନୁଆରୀରେ ସୂଚନା ମାଗିଥିଲୁ। ଉକ୍ତ କେନ୍ଦ୍ରର ଜନସୂଚନା ଅଧିକାରୀ ୧୭ ଫେବୃଆରୀ ୨୦୨୨ରେ ପତ୍ରସଂଖ୍ୟା-୩୦୬ରେ ଦର୍ଶାଇଥିଲେ ଯେ, ତାଙ୍କ ପାଖରେ ସେଭଳି ତଥ୍ୟ ଉପଲବ୍ଧ ନାହିଁ। ପୁଣି ଦର୍ଶାଯାଇଥିଲା, ରାଜ୍ୟ ଶିଳ୍ପ ବିଭାଗ, ଇପିକଲ(ଇଣ୍ଡଷ୍ଟ୍ରିଆଲ୍‌ ପ୍ରମୋଶନ ଆଣ୍ଡ୍‌ ଇନଭେଷ୍ଟମେଣ୍ଟ କର୍ପୋରେଶନ ଅଫ୍‌ ଓଡ଼ିଶା ଲିମିଟେଡ୍‌) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ସୂଚନା ଦିଆଯିବ। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ଅନୁଶାସନ ସଚିବ ତଥା ଲୋକ ସୂଚନା ଅଧିକାରୀ ଅଶୋକ କୁମାର ରାଉତରାୟ ୨୪ ଫେବୃଆରୀ ୨୦୨୨ରେ ସୂଚନା ଦେଇଥିଲେ (ପତ୍ର ସଂଖ୍ୟା ୧୯୦୫) ମଗା ଯାଇଥିବା ତଥ୍ୟ ଭାରି ଶିଳ୍ପ ବିଭାଗ ଅଧୀନରେ ଯାଉଛି। ଭାରିଶିଳ୍ପ ବିଭାଗର ଅନୁଶାସନ ସଚିବ ଏବଂ ଲୋକସୂଚନା ଅଧିକାରୀ ଅଶୋକ ଶର୍ମା ୨୮ ଫେବୃଆରୀ ୨୦୨୨ରେ ସୂଚନା ଦେଇଥିଲେ (ଚିଠି ନଂ ୨୦୨୫) ମଗାଯାଇଥିବା ସୂଚନା ଭାରିଶିଳ୍ପ ବିଭାଗ (ଉପ ବିଭାଗ-୨)ରେ ଉପଲବ୍ଧ ନାହିଁ।
ଉଲ୍ଲେଖଯୋଗ୍ୟ, ପାରାଦୀପ ବନ୍ଦର ୧୯୬୨ ଜାନୁଆରୀ ୩ରେ ଆରମ୍ଭ ହୋଇଥିଲା। ବନ୍ଦର ଯୋଗୁ ପର୍ଯ୍ୟାୟକ୍ରମେ ୧୫ଟି ବୃହତ୍‌ ଶିଳ୍ପ ହୋଇଛି। ସେଗୁଡ଼ିକ ହେଲା-୧୯୮୦ରେ ବିଅର ଫ୍ୟାକ୍ଟ୍ରି, ୧୯୮୨ରେ ପିପିଏଲ୍‌, ୧୯୯୮ରେ ଓସ୍‌ୱାଲ(ଏବେ ଇଫ୍‌କୋ), ୨୦୦୩ରେ ଗୋଆକାର୍ବନ, ୨୦୦୪ରେ କାରଗିଲ(ଏବେ ଆଦାନୀ ୱିଲମାର), ୨୦୦୪ରେ ଆଇଓସିଏଲ୍‌, ବିପିସିଏଲ୍‌, ଏଚ୍‌ପିସିଏଲ୍‌ର ୩ଟି ବୃହତ୍‌ ଟର୍ମିନାଲ, ୨୦୦୭ରେ ଏସାରଷ୍ଟିଲ(ଏବେ ଏଏମ୍‌ଏନ୍‌ଏସ୍‌), ୨୦୦୮ରେ ଆଇଓସିଏଲ୍‌ ତୈଳବିଶୋଧନାଗାର, ଆଇଓସିଏଲ୍‌ ପାଇପ୍‌ଲାଇନ ପ୍ରକଳ୍ପ, ୨୦୧୦ରେ ପାରାଦୀପ କାର୍ବନ, ୨୦୧୩ରେ ଆଇଓସିଏଲ୍‌ ଗ୍ୟାସ୍‌ ଟର୍ମିନାଲ ହୋଇଛି। ଏହାବାଦ୍‌ ଆଉ ଦୁଇଟି ଶିଳ୍ପ ଗଢ଼ିଉଠିଥିବା ବେଳେ ଏବେ ୬ଟି ବୃହତ୍‌ ଶିଳ୍ପ ପାଇଁ କାମ ଚାଲିଛି। ଏହି ଶିଳ୍ପ ସଂସ୍ଥା ଯୋଗୁ ଅନେକ ଆନୁଷଙ୍ଗିକ କ୍ଷୁଦ୍ର ଶିଳ୍ପ ଗଢ଼ିଉଠିଛି। କିନ୍ତୁ ଓଡ଼ିଶା ସରକାରଙ୍କ ରେକର୍ଡରେ ତାହା ନାହିଁ ବୋଲି କୁହାଯାଇଛି। ସେହିପରି କେଉଁ ଶିଳ୍ପ ପାଇଁ କେତେ ଜାଗା ଦିଆଯାଇଛି ତା’ର ତଥ୍ୟ ମଧ୍ୟରେ ତାଳମେଳ ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଆମେ ଜଗତ୍‌ସିଂହପୁର ଜିଲ୍ଲା ସ୍ବତନ୍ତ୍ର ଭୂଅର୍ଜନ ଉପ ବିଭାଗ ପାରାଦୀପକୁ ସୂଚନା ମାଗିଥିଲୁ। ଜିଲା ସ୍ବତନ୍ତ୍ର ଭୂଅର୍ଜନ ବିଭାଗ ୧୦ ସେପ୍ଟେମ୍ବର ୨୦୨୪ (ଚିଠି ନଂ. ୩୪୧)ରେ ଦର୍ଶାଇଛନ୍ତି ଯେ, ତାଙ୍କ ପାଖରେ କିଛି ଉପଲବ୍ଧ ନାହିଁ (ନଟ୍‌ ଆଭେଲେବଲ୍‌)।
ଶିଳ୍ପ ପାଇଁ ଜାଗା ସମ୍ପର୍କରେ ପୁଣି ଆମେ ଇଡ୍‌କୋ (ଓଡିଶା ଶିଳ୍ପ ଉନ୍ନୟନ ଭିତ୍ତିଭୂମି ନିଗମ)ଙ୍କୁ ୨୪ ଅଗଷ୍ଟ ୨୦୨୪ରେ ସୂଚନା ମାଗିଥିଲୁ। ଏହି ପ୍ରସଙ୍ଗରେ ଇଡ୍‌କୋ ଜମି ଅଧିକାରୀ ଓ ଲୋକସୂଚନା ଅଧିକାରୀ ଅରୁନ୍ଧତୀ ପଟ୍ଟନାୟକ ୧୯ ସେପ୍ଟେମ୍ବର ୨୦୨୪ରେ ୧୨ ପୃଷ୍ଠା ସମ୍ବଳିତ ଉତ୍ତର (ଚିଠି ନଂ. ୨୯୯୫୬)ରେ ଯେଉଁ ସୂଚନା ଦେଇଛନ୍ତି ସେଥିରେ ଅନେକ ଅସମାନତା ନଜରକୁ ଆସିଛି। ଯଥା ଇଫ୍‌କୋ ୨,୧୧୧ ଏକର, ପିପିଏଲ୍‌ ୪୮୭ ଏକର, ଏଏମ୍‌ଏନ୍‌ଏସ୍‌ ୧,୪୧୯ ଏକର, ଗୋଆ କାର୍ବନ ୨.୫୨ଏକର, ପାରାଦୀପ କାର୍ବନ ୪.୯୬ ଏକର, ଦୀପକ ଫର୍ଟିଲାଇଜର ୫୬୦ ଏକର, ଆଇଓସିଏଲ୍‌ ତୈଳ ବିଶୋଧନାଗାର ୩,୩୪୪ ଏକର, ଜେଏସ୍‌ଡବ୍ଲ୍ୟୁ ୨,୯୪୮ ଏକର, ସଂରକ୍ଷିତ ଲ୍ୟାଣ୍ଡ୍‌ ବ୍ୟାଙ୍କରେ ୧,୪୧୧ ଏକର ଜାଗା ରହିଛି। ଜମିର ମୂଲ୍ୟ ଓ ବାର୍ଷିକ ଦେୟ ମଧ୍ୟ ସୂଚନାରେ ଦର୍ଶାଯାଇଛି। ଏଏମ୍‌ଏନ୍‌ଏସ୍‌ ୧,୪୧୯ ଏକର ଦର୍ଶାଯାଇଥିବା ବେଳେ କୁଜଙ୍ଗ ତହସିଲ ରେକର୍ଡରେ ରହିଛି ୧,୬୬୬ ଏକର। ସେହିପରି ଇଫ୍‌କୋର ୨,୩୧୫ ଏକର, ଗୋଆ କାର୍ବନ୍‌ର ୧୨ ଏକର ରହିଛି। ଅନୁରୂପ ଭାବେ ଏଥିରେ ପିପିଏଲ୍‌ ପାଇଁ ମାତ୍ର ୪୮୭ ଏକର ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ପିପିଏଲ୍‌ର ୨,୩୦୦ ଏକରରୁ ଅଧିକ ଜାଗା ରହିଛି। ବିଅର ଫ୍ୟାକ୍ଟ୍ରି କଥା କିଛି ନାହିଁ। ଏଠାରେ ଯାହା ବିଷୟରେ ସରକାରୀ ତଥ୍ୟ ହସ୍ତଗତ ହୋଇଛି ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ନିଯୁକ୍ତି, ପ୍ରଦୂଷଣ, ଠିକାଶ୍ରମିକ ସଂଖ୍ୟା, ସିଏସ୍‌ଆର୍‌ ବ୍ୟୟ ରିପୋର୍ଟ, ଜଳକର, ଉତ୍ପାଦ ରପ୍ତାନି, ଆୟବ୍ୟୟ କ୍ଷେତ୍ରରେ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ଗୋଟିଏ ପଟେ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବା, ନିଯୁକ୍ତି ସୃଷ୍ଟି କରିବା ଭଳି ବାର୍ତ୍ତା ସରକାରୀ ସ୍ତରରେ କରାଯାଉଛି। କିନ୍ତୁ ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି, ତା’ର କୌଣସି ସୂଚନା ମିଳୁନାହିଁ। ଫଳରେ ପାରାଦୀପ ଶିଳ୍ପାଞ୍ଚଳ ସମ୍ପର୍କରେ ଅନେକ ତଥ୍ୟ ଅନ୍ଧାରରେ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ: ଭକ୍ତଙ୍କ ଜମୁଛି ଭିଡ଼

ଜି ଉଦୟଗିରି, ୨୨।୭( ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ପର୍ଶୁରାମ ବେଶ କରାଯାଇଛି। ମହାପ୍ରଭୁଙ୍କ ପର୍ଶୁରାମ ବେଶ ଓ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

CJP ଆନ୍ଦୋଳନ ଭିତରେ କେନ୍ଦ୍ର ସରକାରଙ୍କ ଠାରେ ବଡ଼ ଦାବି କଲେ ମୁଖ୍ୟମନ୍ତ୍ରୀ ବିଜୟ: NEET ପରୀକ୍ଷାକୁ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP)ର ପ୍ରଦର୍ଶନ ଏବଂ ବିବାଦ ଭିତରେ ତମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପତି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ଼ ଦାବି ରଖିଛନ୍ତି।…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri