Posted inଖେଳ

ହସ୍ପିଟାଲରୁ ଛାଡ଼ ପାଇଲେ ପାରା-ତୀରନ୍ଦାଜ ଅଙ୍କିତ

ସୋନେପତ୍‌, ୨୪ା୧୦ (ପି.ଟି.)- କୋଭିଡ୍‌ ଟେଷ୍ଟରେ ପଜିଟିଭ ହୋଇଥିବା ପାରା-ତୀରନ୍ଦାଜ ଅଙ୍କିତ ହସ୍ପିଟାଲରୁ ମୁକ୍ତି ଲାଭ କରିଛନ୍ତି। ତେବେ ସେ ୧୦ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ପକ୍ଷରୁ ଶୁକ୍ରବାର ପ୍ରକାଶ କରାଯାଇଛି। ସ୍ଥାନୀୟ ସାଇ ନର୍ଦନ ରିଜିଓନାଲ ସେଣ୍ଟରରେ ଏକ ଜାତୀୟ କ୍ୟାମ୍ପବେଳେ ହୋଇଥିବା ଟେଷ୍ଟରେ ପଜିଟିଭ ପରେ ଅକ୍ଟୋବର ୧୪ରେ ଅଙ୍କିତଙ୍କୁ ଭଗବାନ ଦାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଙ୍କିତଙ୍କୁ ତାଙ୍କ ପରିବାର ଆସି ହସ୍ପିଟାଲରୁ ନେଇ ଯାଇଛନ୍ତି। ଅଙ୍କିତ ନେଗେଟିଭ୍‌ କୋଭିଡ୍‌-୧୯ ଆର୍‌ଟି-ପିସିଆର୍‌ ରିପୋର୍ଟ ଦାଖଲ କରିବା ପରେ ଅକ୍ଟୋବର ୫ରେ ଆରମ୍ଭ ହୋଇଥିବା ଜାତୀୟ କ୍ୟାମ୍ପରେ ଯୋଗଦେଇଥିଲେ। ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁସାରେ ଅକ୍ଟୋବର ୧୨ରେ ତାଙ୍କ ନିକଟରୁ ଆଉ ଥରେ ସାମ୍ପଲ ନିଆଯାଇଥିଲା ଏବଂ ଫଳାଫଳ ପଜିଟିଭ ଆସିଥିଲା। ସୂଚନାଯୋଗ୍ୟ, ‘ଖେଲୋ ଇଣ୍ଡିଆ ଫିର୍‌ ସେ୍‌’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ସାଇ ଟୋକିଓ ଅଲିମ୍ପିକ୍ସରେ ଭାଗନେବାକୁ ଥିବା ପାରା-ଆଥଲେଟ୍ସ ଓ ଆଥଲେଟ୍ସମାନଙ୍କ ଟ୍ରେନିଂ ଆରମ୍ଭ କରିଥିଲା। ଏହା ଅକ୍ଟୋବର ୫ରୁ ପର୍ଯ୍ୟାୟକ୍ରମେ ସମଗ୍ର ଦେଶରେ ରହିଥିବା ଏହାର ବିଭିନ୍ନ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସରେ ଚାଲୁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ...

ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌: ଟପ୍‌-୧୦ରେ କୋହଲିଙ୍କ ସମେତ ଭାରତର ୩ ଖେଳାଳି

ଦୁବାଇ,୧୫।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି ନୂଆ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକା। ଏହି ତାଲିକାର ଟପ୍‌-୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟିମ୍‌...

ପାକିସ୍ତାନରେ ଅନଅଫିସିଆଲ ଭାରତୀୟ କବାଡ଼ି ଦଳ

ଅମ୍ରିତସର,୧୦।୨- ଭାରତରୁ ୬୦ ଜଣିଆ ସର୍କଲ କବାଡ଼ି ଦଳ ପାକିସ୍ତାନ ଦ୍ୱାରା ଆୟୋଜିତ ପ୍ରଥମ କବାଡ଼ି ବିଶ୍ୱକପ୍‌ ୨୦୨୦ରେ ଭାଗ ନେଇଛନ୍ତି। ଏହି ଇଭେଣ୍ଟ ସର୍କେଲ...

କୋଭିଡ-୧୯ ବିପଦ ସହ କ୍ରିକେଟରଙ୍କୁ ବଞ୍ଚିବାକୁ ହେବ: ଗମ୍ଭୀର

ନୂଆଦିଲ୍ଲୀ,୧୦।୫(ପି.ଟି.): କୋଭିଡ- ୧୯ ମହାମାରୀ ଜନିତ ବିପଦ ସହ କ୍ରିକେଟରମାନଙ୍କୁ ଆଗାମୀ ଦିନରେ ବଞ୍ଚିବାକୁ ହେବ। କୋଭିଡ-୧୯ ମହାମାରୀ ଦୃଶ୍ୟପଟ ପରେ ଖେଳାଯିବାକୁ ଥିବା କ୍ରିକେଟରେ...

ଇଣ୍ଡିଆନ ଓମେନ୍ସ ଲିଗ୍‌: ଅଂଶଗ୍ରହଣ ପାଇଁ ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହୀ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)- ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଅଂଶଗ୍ରହଣ ଲାଗି ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)ର କାର୍ଯ୍ୟନିର୍ବାହୀ...

କରୋନା ମୁକ୍ତ ହକି ଖେଳାଳିଙ୍କ ଫିଟ୍‌ନେସ୍‌ ସ୍ତରରେ ଉନ୍ନତି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)- ଗତ ମାସରେ କୋଭିଡ୍‌-୧୯ରେ ସଂକ୍ରମିତ ଭାରତର ୬ ଜଣ ପୁରୁଷ ହକି ଖେଳାଳି ଆରୋଗ୍ୟ ଲାଭ କରିବା ପରେ ଦଳର ଅବଶିଷ୍ଟ...

ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା

ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭...

ଭାବପ୍ରବଣ ହେଲେ ସଚିନ

ଦେବାସ,୧୭।୧୧: ଭାରତ ରତ୍ନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେବାସ ଜିଲାର ଚନ୍ଦନପୁରରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ସେ ଏକ...

Advertisement
Archives

Model This Week