Posted inଖେଳ

ନୂଆ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ପନ୍ତ, ଅଶ୍ୱିନ

ଦୁବାଇ,୨୮।୧(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ନୂଆକରି ପ୍ଲେୟାର ଅଫ୍‌ ଦି ମନ୍ଥ ପୁରସ୍କାର ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମଥର ପାଇଁ ଆଇସିସି ଏଭଳି ନୂଆ ପୁରସ୍କାର ଦେବାକୁ ପଦକ୍ଷେପ ନେଇଛି। ଏହି ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଛନ୍ତି । ଏହି ଦୁଇ ଖେଳାଳିଙ୍କୁ ବାଦ୍‌ ଦେଲେ ମହମ୍ମଦ ସିରାଜ ଓ ଟି. ନଟରାଜନ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ସାମିଲ ରହିଛନ୍ତି। କିଛି ଦିନ ତଳେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଐତିହାସିକ ବିଜୟରେ ଏହି ୪ଜଣ ଖେଳାଳି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।
ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍‌ରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଇସିସି ତରଫରୁ କୁହାଯାଇଛି। ଜାନୁୟାରୀ ମାସ ପାଇଁ ଏହି ପୁରସ୍କାର ଦୌଡ଼ରେ ସାମିଲ ଥିବା ଅନ୍ୟ ଖେଳାଳିମାନେ ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌, ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌, ଆଫଗାନିସ୍ତାନର ରାହାମାନୁଲ୍ଲା ଗୁରବାଜ, ଦକ୍ଷିଣ ଆଫ୍ରିକାର ମାରିଜନେ କାପ୍ପ ଓ ନାଡିନ ଡି କ୍ଲାର୍କ ଏବଂ ପାକିସ୍ତାନର ନିଦା ଦାର।
ପ୍ରତି ମାସରେ ପ୍ରଶଂସକମାନେ ଅନ୍‌ଲାଇନ୍‌ରେ ମତଦାନ କରି ଏହି ପୁରସ୍କାର ପାଇଁ ସେମାନଙ୍କ ପୁରୁଷ ଓ ମହିଳା କ୍ରିକେଟରମାନଙ୍କୁ ଚୟନ କରିବେ। ଏଥିରେ ପ୍ରତି ମାସରେ ସମ୍ପୃକ୍ତ ଖେଳାଳିଙ୍କ ସବୁ ଫର୍ମାଟର ପ୍ରଦର୍ଶନକୁ ବିଚାରକୁ ନିଆଯିବ। ସେହିପରି ବିଶ୍ୱର ପୂର୍ବତନ ଖେଳାଳି, ବ୍ରୋଡ୍‌କାଷ୍ଟର ଓ ଜର୍ନାଲିଷ୍ଟଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଆଇସିସି ଭୋଟିଂ ଏକାଡେମୀ ସହିତ ପ୍ରଶଂସକମାନେ ମତଦାନ ମାଧ୍ୟମରେ ବିଜେତାଙ୍କୁ ଚୟନ କରିବେ। ଏହି ପୁରସ୍କାର ମାଧ୍ୟମରେ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିବୁ ବୋଲି ଆଇସିସି ଜେନେରାଲ ମ୍ୟାନେଜର- କ୍ରିକେଟ ଜେଫ୍‌ ଆଲାରଡାଇସ୍‌ କହିଛନ୍ତି। ଏହା ଦ୍ୱାରା ପୁରୁଷ ଓ ମହିଳା କ୍ରିକେଟରମାନଙ୍କ ବିଶ୍ୱସ୍ତରୀୟ ପ୍ରଦର୍ଶନକୁ ମାନ୍ୟତା ମିଳିବ ବୋଲି ସେ କହିଛନ୍ତି। ପ୍ରତ୍ୟେକ ବର୍ଗ ପାଇଁ ୩ଜଣ ନୋମିନିଙ୍କୁ ଆଇସିସି ଆଓ୍ବାର୍ଡ ନୋମିନେଶନ କମିଟି ସ୍ଥିର କରିବ। ପ୍ରତ୍ୟେକ ମାସର ପ୍ରଥମରୁ ଶେଷ ଦିନ ପର୍ଯ୍ୟନ୍ତ ଅନ୍‌- ଫିଲ୍ଡ ପରଫର୍ମାନ୍ସ ଓ ଓଭରଅଲ ପ୍ରଦର୍ଶନକୁ ବିଚାର କରି କମିଟି ନୋମିନି ସ୍ଥିର କରିବ। ଭୋଟିଂ ଏକାଡେମୀ ଇମେଲ ମାଧ୍ୟମରେ ତା’ର ଭୋଟ ପ୍ରଦାନ କରିବ। ମତଦାନର ୯୦ ପ୍ରତିଶତ ଭୋଟ୍‌ ଏକାଡେମୀ ପାଖରେ ରହିବ। ଆଇସିସି ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ପ୍ରଶଂସକମାନେ ଭୋଟ ଦେବେ। ପ୍ରଶଂସକଙ୍କ ଭୋଟ ଶେୟାର ୧୦ ପ୍ରତିଶତ ରହିବ। ଆଇସିସି ଡିଜିଟାଲ ଚ୍ୟାନେଲରେ ମାସର ପ୍ରତ୍ୟେକ ଦ୍ୱିତୀୟ ସୋମବାର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri