ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…

ଓ୍ବାଶିଂଟନ,୬।୯ : ହ୍‌ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା ନଦୀ ଅବବାହିକାରେ ୭୦ରୁ ଅଧିକ ଡାଇନୋସର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଏହି ଦାଗଗୁଡ଼ିକ ବହୁତ ବଡ଼ ଏବଂ ଭୟଙ୍କର ଦେଖାଯାଉଥିଲା। ବିଶେଷଜ୍ଞ ଏବଂ ପ୍ରତ୍ନତତ୍ତ୍ୱବିତ୍ମାନେ ତୁରନ୍ତ ଏହାର ଏକ ଚିତ୍ର ଉଠାଇଥିଲେ। ଏନେଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା।

ଡାଇନୋସର ଭ୍ୟାଲି ଷ୍ଟେଟ ପାର୍କ ଟେକ୍ସାସର ଡାଲାସ ଠାରୁ ପ୍ରାୟ ୯୦ ମିନିଟ ଦୂରରେ ଅବସ୍ଥିତ, ଯେଉଁଠାରେ ପ୍ରବାହିତ ପାଲକ୍ସି ନଦୀ ପ୍ରାୟତଃ ଡାଇନୋସର ସହିତ ଜଡିତ ଆକର୍ଷଣର କେନ୍ଦ୍ର ଅଟେ। ଗତ ବର୍ଷ ମଧ୍ୟ ଅଗଷ୍ଟ ମାସରେ, ମରୁଡ଼ି ପରେ ପ୍ରାୟ ୬୦ ଟି ଡାଇନୋସର ପାଦଚିହ୍ନ ଦେଖିବାକୁ ମିଳିଥିଲା ।

କିନ୍ତୁ ବର୍ତ୍ତମାନ ଏହି ପାଦଚିହ୍ନ ବୃଦ୍ଧି ପାଇଛି। ଏଥର, ୬୦ ବଦଳରେ ୭୦ ରୁ ଅଧିକ ନୂତନ ପାଦଚିହ୍ନ ମିଳିଛି। ଏହି ପାଦଚିହ୍ନଗୁଡିକ ବହୁତ ବଡ ଏବଂ ପ୍ରଶସ୍ତ। ଏହା ଅନୁମାନ କରାଯାଉଛି ପାଦଚିହ୍ନ ନିଶ୍ଚିତ ଭାବରେ କିଛି ଭୟଙ୍କର ଡାଇନୋସରଙ୍କର ଅଟେ। ଘଟଣାସ୍ଥଳରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ପାଲାକ୍ସି ନଦୀରେ ଦୁଇଟି ଭିନ୍ନ ଭିନ୍ନ ଡାଇନୋସର ପ୍ରଜାତିର ପାଦଚିହ୍ନ ଦେଖିବାକୁ ମିଳିଛି। ପ୍ରଥମଟି ହେଉଛି ଆକ୍ରୋକାନଥୋସରସ ଏବଂ ଦ୍ୱିତୀୟଟି ହେଉଛି ସୌରୋପୋଜିଡନ।

ଆକ୍ରୋକାନଥୋସରସ ଏକ କାର୍ନିଭୋରସ ଥେରୋପୋଡ, ଯାହାର ଉଚ୍ଚତା ପ୍ରାୟ ୧୫ ଫୁଟ । ଏହାର ଓଜନ ପ୍ରାୟ ୭ ଟନ । ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି ଥେରୋପୋଡ ସାଧାରଣତଃ ତିନି ଆଙ୍ଗୁଠି ବିଶିଷ୍ଟ ଡାଇନୋସର। ତେଣୁ ଆକ୍ରୋକାନଥୋସରସର ପୁନରୁଦ୍ଧାର ପାଦଚିହ୍ନ ମଧ୍ୟ ତିନି ଆଙ୍ଗୁଠିର ରହିଛି।

ସେଠାରୁ ମିଳିଥିବା ଦ୍ୱିତୀୟ ପାଦଚିହ୍ନ ହେଉଛି ଦୌରୋପୋଡର, ଯାହା ସୌରୋପୋଜିଡନ ଭାବରେ ମଧ୍ୟ ଜରାଶୁଣା। ଏହା ଏକ ଶାକାହାରୀ, କିନ୍ତୁ ବ୍ରଣ୍ଟୋସରସ ପରି ଏକ ଲମ୍ବା ବେକ ଡାଇନୋସର। ଏହା ବହୁତ ବଡ, ଯାହାର ଉଚ୍ଚତା ୧୦୦ ଫୁଟରୁ ଅଧିକ। ଯେତେବେଳେ କି ସୌରୋପୋଜଡନର ଓଜନ ପ୍ରାୟ ୪୪ ଟନ।
ଏଭଳି ପରିସ୍ଥିତିରେ ଏବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟକୁ ଅଧିକରୁ ଅଧିକ ଶେୟାର କରୁଛନ୍ତି। କିଛି ଲୋକ ଦାବି କରିଛନ୍ତି ଡାଇନୋସରର ବଢୁଥିବା ପାଦଚିହ୍ନ ହେଉଛି ପ୍ରମାଣ ଡାଇନୋସରମାନେ ପୁନର୍ବାର ବିଶ୍ୱକୁ ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?