Posted inଖେଳ

ପଙ୍ଘାଲ, ସଞ୍ଜିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ (୫୨କେଜି) ଓ ସଞ୍ଜିତ (୯୧ କେଜି) ଫ୍ରାନ୍ସର ନାଣ୍ଟିସଠାରେ ଚାଲିଥିବା ଆଲେକ୍ସିସ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସିଆନ ଗେମ୍ସ ଚାମ୍ପିୟନ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ଅମିତ୍‌ ଲଢେଇରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଫାଇନାଲରେ ଆମେରିକାର ରେନେ ଆବ୍ରାହମ୍‌ଙ୍କୁ ସେ ୩-୦ରେ ପରାସ୍ତ କରିଥିଲେ। ପୂର୍ବତନ ଇଣ୍ଡିଆନ୍‌ ଓପନ ସ୍ବର୍ଣ୍ଣ ବିଜେତା ସଞ୍ଜିତ ଚମତ୍କାର ପ୍ରଦର୍ଶନ ସହ ଟାଇଟଲ ମୁକାବିଲାରେ ଫ୍ରାନ୍ସର ସୋହେବ ବୋଆଫିଆଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୭୫ କେଜି କାଟେଗୋରିରେ ଏସିଆନ ରୌପ୍ୟ ବିଜେତା ଆଶିଷ କୁମାର ତାଙ୍କ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ଜୋଶେଫ୍‌ ଜେରୋମ୍‌ ହିକ୍ସଙ୍କ ବିପକ୍ଷରେ ଓ୍ବାକଓଭର ପାଇ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ହିକ୍ସ ଇଞ୍ଜୁରି ପାଇଁ ଟାଇଟଲ ମୁକାବିଲାରୁ ଓହରିଯାଇଥିଲେ। ଅନ୍ୟପକ୍ଷରେ ଏସିଆନ ରୌପ୍ୟ ବିଜେତା କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ସ୍ଥାନୀୟ ଫେଭରାଇଟ୍‌ ସାମୁଏଲ୍‌ କିସ୍ତୋହୁରିଙ୍କଠାରୁ ୨-୧ରେ ପରାସ୍ତ ହୋଇ ରୌପ୍ୟ ପଦକ ପାଇଥିଲେ। ଭାରତ ଏହି ଟୁର୍ନାମେଣ୍ଟରେ ପୂର୍ବରୁ ୪ଥର ଏସିଆନ ପଦକ ବିଜେତା ଶିବ ଥାପ୍ପା (୬୩କେଜି), ସୁମିତ ସାଙ୍ଗଓ୍ବାନ (୮୧କେଜି) ଏବଂ ସତୀଶ କୁମାର (+୯୧କେଜି)ଙ୍କ ଜରିଆରେ ତିନୋଟି ବ୍ରୋଞ୍ଜ ପଦକ ହାସଲ କରିସାରିଥିଲା। ମାର୍ଚ୍ଚରେ ଜୋର୍ଡାନଠାରେ ଅଲିମ୍ପିକ କ୍ୱାଲିଫାୟର୍ସ ପରେ ଭାରତୀୟ ବକ୍ସରମାନେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆକମଲଙ୍କ ଅପିଲର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌

କରାଚି,୩୧।୫ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ମାମଲାର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ ଫକିର ମହମ୍ମଦ ଖୋଖାର। ଦୁର୍ନୀତି କରିବାକୁ ଆକମଲଙ୍କୁ ପ୍ରସ୍ତାବ...

କୋହଲିଙ୍କ ଉଇକେଟ ଲକ୍ଷ୍ୟରେ ଅଲି

ବର୍ମିଂହାମ,୨୯।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳାଯିବ। ଆୟୋଜକ ଦଳ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ...

ଭାରତଠାରୁ ୨ ବିଶ୍ୱକପ୍‌ ଟାଇଟଲ୍‌ ଛଡାଇ ନେଇଛି ନ୍ୟୁଜିଲାଣ୍ଡ

ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ...

ଆଇପିଏଲରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ...

‘ଭାରତୀୟ କ୍ରିକେଟ ପାଇଁ ଭଲ ନିଷ୍ପତ୍ତି’

ମୁମ୍ବାଇ,୧୨ା୧୨: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଭାରତୀୟ ଟେଷ୍ଟ ଦଳ ଘୋଷଣା କରିବା ଅବସରରେ ରୋହିତ ଶର୍ମାଙ୍କୁ ଟି୨୦ ସହ ଦିନିକିଆ ଦଳର ଅଧିନାୟକ...

ଜାତୀୟ ଜୁନିୟର ରୋଲ୍‌ବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ରୋଲ୍‌ବଲ ଚାମ୍ପିୟନଶିପ୍‌ର ତ୍ରୟୋଦଶ ସଂସ୍କରଣ ଅନୁଷ୍ଠିତ...

ହେଜେଲ୍‌ଙ୍କୁ କଫି ଡେଟ୍‌ରେ ନେବାକୁ ତିନି ବର୍ଷ ଅପେକ୍ଷା କରିଥିଲେ ଯୁବରାଜ

ବମ୍ବେ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପତ୍ନୀ ହେଜେଲ୍‌ କିଚଙ୍କ ଆଜି ‘ହାପି ଓ୍ବାଲା ବର୍ଥ ଡେ’ ଅର୍ଥାତ ଜନ୍ମଦିନ। ପେସାରେ ଜଣେ ମଡେଲ ତଥା...

ହକି ପ୍ରୋ ଲିଗ୍‌: ଭାରତ ବିପକ୍ଷ ମ୍ୟାଚ୍‌ ଅଲିମ୍ପକ୍ସ ପ୍ରସ୍ତୁତିରେ ସହାୟକ ହେବ: ଜାଲଓ୍ବେସ୍କି

ଭୁବନେଶ୍ୱର,୧୭।୨(ପି.ଟି.): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମୁହାଁମୁହିଁ...

Advertisement
Archives

Model This Week