ପଞ୍ଚାୟତ ନିର୍ବାଚନ: ଆଦର୍ଶ ଆଚରଣ ବିଧି ପ୍ରକାଶିତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଏହାପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି କରାଯାଉଛି। ଶନିବାର କମିଶନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଉଭୟ ଓଡ଼ିଆ ଏବଂ ଇଂଲିଶ୍‌ରେ ପ୍ରକାଶ ପାଇଛି। ଏହା ନିର୍ବାଚନ ତାରିଖ ଘୋଷଣା ପରଠାରୁ ସମଗ୍ର ରାଜ୍ୟରେ ଲାଗୁ ହେବ ଏବଂ ଭୋଟ ଗଣତି ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ରାଜନୈତକ ଦଳ, କ୍ଷମତାସୀନ ଦଳ ସମେତ ପ୍ରାର୍ଥୀ, ପ୍ରଶାସନିକ ଅଧିକାରୀ କ’ଣ କରିବେ, କ’ଣ ନ କରିବେ ତାହା ଆଦର୍ଶ ଆଚରଣ ବିଧିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବିଶେଷକରି ସଭାସମିତି, ଶୋଭାଯାତ୍ରା, ପ୍ରଚାର, ଭୋଟ ପାଇଁ ନିବେଦନ ସାଙ୍ଗକୁ ଭୋଟଗ୍ରହଣ ଅଞ୍ଚଳ ଏବଂ ଭୋଟ ଗ୍ରହଣ ଦିବସରେ ଦଳ ଓ ପ୍ରାର୍ଥୀଙ୍କ ଆଚରଣ କେଉଁଭଳି ରହିବା ଉଚିତ ବା ଅନୁଚିତ ତାହା ଦର୍ଶାଯାଇଛି। ସେହିପରି ନିର୍ବାଚନ ସମୟରେ ଦୁର୍ନୀତି ଏବଂ ତତ୍‌ସଂକ୍ରାନ୍ତ ଦଣ୍ଡବିଧି ବ୍ୟବସ୍ଥାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ମୁକ୍ତ ଏବଂ ଅବାଧ ନିର୍ବାଚନ କରାଯିବା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ ଅନୁଯାୟୀ କମିଶନ ଏହି ଆଦର୍ଶ ଆଚରଣ ବିଧି ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଚଳିତ ଥର ଭୋଟ୍‌ ଗ୍ରହଣ ଦିନ ଗଣତି ହେବ ନାହିଁ। ଜୋନ୍‌ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ ମୁଖ୍ୟାଳୟରେ ଗଣତି କରାଯିବ। ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ ଏବଂ ୩ଟି ପର୍ଯ୍ୟାୟରେ ଗଣତି କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନୀ ଖର୍ଚ୍ଚ ରାଶି ସହ ବ୍ୟବହାର ହେବାକୁ ଥିବା ଗାଡ଼ି ସଂଖ୍ୟା ବୃଦ୍ଧି ନେଇ ଘୋଷଣା ସରିଛି। ନିକଟରେ ପଞ୍ଚାୟତ ନିର୍ବାଚନର ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ନେଇ କମିଶନଙ୍କ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ୍‌ଶୀଘ୍ର ଆଉ ଏକ ସର୍ବଦଳୀୟ ବୈଠକ ଡକାଯାଇ ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ। ଏହାପରେ ଅର୍ଥାତ୍‌ ଚଳିତ ମାସ ଶେଷସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri