ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ ତତଲା ବାଲିରେ ଚାଲିବା ସହ କୋଇଲିଖା କଣ୍ଟାରେ ଗଡ଼ିଥିଲେ। ପାଟଭୁକ୍ତା ନିଆଁରେ ଝୁଲିଥିଲେ। ବିଶ୍ୱାସ ଓ ନିଷ୍ଠା ଯୋଗୁ ତତଲା ବାଲି କିମ୍ବା କଣ୍ଟାରେ ଗଡ଼ିବା ବେଳେ ଶରୀରକୁ କୌଣସି କଷ୍ଟ ହୋଇ ନ ଥାଏ ବୋଲି କହିଛନ୍ତି ମାନସିକଧାରୀ। ମାସାଧିକ କାଳ ନିଷ୍ଠାରେ ରହି ସମସ୍ତ ନୀତି ସମ୍ପନ୍ନ କରିଥା’ନ୍ତି। ଆଉ ଶେଷ ୭ ଦିନ କେବଳ ଗୋଟିଏ ଓଳି ପଣା ସେବନକରି ମନ୍ଦିର ପରିସରରେ ରାତ୍ରିଯାପନ କରିଥା’ନ୍ତି। ଏହାଦ୍ୱାରା ସେମାନଙ୍କ ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ସହରର ଉପରସାହିସ୍ଥିତ କାମନାବର ମନ୍ଦିରରେ ମେରୁଯାତ୍ରାରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନରେ ଦଣ୍ଡୁଆମାନେ କୋଇଲିଖା କଣ୍ଟା ସଂଗ୍ରହକରି ହରିଚନ୍ଦନ ପୋଖରୀରେ ବୁଡ଼ାଇ ରଖିଥିଲେ। ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡରେ ଦଣ୍ଡୁଆମାନେ ବିଭିନ୍ନ ପ୍ରକାର ଦଣ୍ଡ ଭାଙ୍ଗିଥିଲେ। ଓଡ଼ିଶାର କୃଷି ପରମ୍ପରାର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳେ। ଧୂଳିଦଣ୍ଡ ପରେ ମାନସିକଧାରୀ ହରିଚନ୍ଦନ ପୋଖରୀରେ ପହଞ୍ଚତ୍ଥିଲେ। ସ୍ନାନସାରି ସେଠାରେ ନୀତି ସମ୍ପନ୍ନ ହେବା ପରେ କଣ୍ଟାକୁ ଆଣି ମନ୍ଦିର ସମ୍ମୁଖରେ ଶହେ ମିଟର ପର୍ଯ୍ୟନ୍ତ ପ୍ରାୟ ୨ଫୁଟ ଉଚ୍ଚତାରେ ବିଛାଇଥିଲେ। ପାଟଭୁକ୍ତା କାମନା ଦେବ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଠାକୁରଙ୍କୁ ଧରି କଣ୍ଟାର ଚତୁଃପାର୍ଶ୍ୱ ପରିକ୍ରମା କରି ତାହାକୁ ସ୍ପର୍ଶ କରାଇଥିଲେ। ପରେ ଦଣ୍ଡୁଆମାନେ ପାଟଭୁକ୍ତାଙ୍କ ସହ କଣ୍ଟାର ଚାରିପଟେ ୭ଥର ପରିକ୍ରମା କରିଥିଲେ। ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ ଆଦି ବାଦ୍ୟଯନ୍ତ୍ରରେ ପରିବେଶ ପ୍ରକମ୍ପିତ ହୋଇଥିଲା। ଭକ୍ତଙ୍କ ଜୟ ଜୟକାର, ମନ୍ତ୍ରଧ୍ୱନି, ହୁଳହୁଳିରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ପରେ ଦଣ୍ଡୁଆମାନେ କଣ୍ଟା ଉପରେ ଗଡ଼ିଥିଲେ।
ଅପରାହ୍ନରେ ଦଣ୍ଡୁଆମାନେ ସ୍ନାନସାରି ମନ୍ଦିରରେ ପହଞ୍ଚତ୍ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପାଟପର୍ବ ପାଇଁ ପ୍ରସ୍ତୁତି କରାଯାଇଥିଲା। ମନ୍ଦିର ପରିସରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମେରୁ ଖୁଣ୍ଟକୁ ଶୋଧ କରାଯାଇ ଆମ୍ବ ବନ୍ଧାଯାଇଥିଲା। ପରେ ଠାକୁରଙ୍କ ନିକଟରେ ଗୁହାରିଆ ପଡ଼ିଥିବା ପାଟଭୁକ୍ତାଙ୍କ ଗୋଡ଼କୁ ଦଉଡ଼ିରେ ବାନ୍ଧି ଗୋଡ଼ ଦୁଇଟି ଉପରକୁ କରାଯାଇ ମେରୁଖୁଣ୍ଟରେ ବନ୍ଧାଯାଇଥିଲା। ତଳେ ଅଗ୍ନି ସଂଯୋଗ କରାଯାଇଥିଲା। ଏହି ସମୟରେ ପାଟଭୁକ୍ତା ବନ୍ଧାଯାଇଥିବା ଆମ୍ବକୁ ଫୋପାଡ଼ିଥିଲେ। ବିଶ୍ୱାସ ରହିଛି, ଏହି ଆମ୍ବକୁ ବନ୍ଧ୍ୟାନାରୀ ସେବନକଲେ ସନ୍ତାନ ପ୍ରାପ୍ତି ହୋଇଥାଏ। ଦଣ୍ଡୁଆମାନେ ଗଡ଼ିଥିବା କଣ୍ଟା ଠାକୁରଙ୍କ ସ୍ପର୍ଶ ପାଇଥିବାରୁ ଏହାକୁ ନେଇ ଘରେ ରଖିଲେ ପରିବାରରେ ଶାନ୍ତି ବଜାୟ ରହିବା ସହ ସକାଳ ଦୁରାରୋଗ୍ୟ ମଧ୍ୟ ଦୂର ହୋଇଥାଏ। ଏ ସମ୍ପର୍କରେ ପାଟଭୁକ୍ତା କହିଛନ୍ତି, ଏହି ପରମ୍ପରା ପ୍ରାୟ ଶହେବର୍ଷରୁ ଊର୍ଦ୍ଧ୍ୱ ହେବ। ଓଡ଼ିଶାର ସଂସ୍କୃତି, ପରମ୍ପରା ମଧ୍ୟରେ ଦଣ୍ଡଯାତ୍ରା ଅନନ୍ୟ। ନିଷ୍ଠା, ସମର୍ପଣ ଓ ଭକ୍ତିଭାବ ରହିଲେ ଇଶ୍ୱରତ୍ୱ ପ୍ରାପ୍ତି ହୋଇଥାଏ। କୋଇଲିଖା କଣ୍ଟାରେ ଗଡ଼ିବା ବେଳେ କଣ୍ଟା ଦେହରେ ଭେଦିବା ସମ୍ଭାବନା ରହିଥାଏ। ତେବେ ଦଣ୍ଡୁଆମାନଙ୍କୁ କିଛି ହୋଇ ନ ଥାଏ। ଏସବୁ ଠାକୁରଙ୍କ ମହିମା ଓ ଆଶୀର୍ବାଦ। କଣ୍ଟାର କଷ୍ଟକୁ ଦଣ୍ଡୁଆମାନେ ଉପଲବ୍ଧି କରି ନ ଥାନ୍ତି। ଏସବୁ କାମନାବର ଠାକୁରଙ୍କ ଅସୀମ ମହିମା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri