Posted inଜାତୀୟ

ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍‌ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍‌କେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି। ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ ରବିବାର ଏଆଇଏଡିଏମ୍‌କେ ପ୍ରଚାର ଆରମ୍ଭ କରିଛି। ଭାଜପାକୁ ଶକ୍ତ ବାର୍ତ୍ତା ଦେଇ ଏଆଇଏଡିଏମ୍‌କେ କହିଛି ମୁଖ୍ୟମନ୍ତ୍ରୀ ଇ. କେ. ପାଲାନିସ୍ବାମୀ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଦଳ ନିର୍ବାଚନ ଜିତିଲେ କ୍ଷମତା ଭାଗବଣ୍ଟା ହେବନାହିଁ।
ଏକ ସମାବେଶକୁ ଉଦ୍‌ବୋଧନ ଦେଇ ଏଆଇଏଡିଏମ୍‌କେ ଉପସଂଯୋଜକ ତଥା ରାଜ୍ୟ ସଭା ସଦସ୍ୟ ଏମ୍‌.କେ. ମୁନୁସାମି ଭାଜପାର ନାଁ ନ ନେଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥତ୍ତ୍ୱ ଉପରେ ଏହାର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ମେଣ୍ଟରେ ଏଆଇଏଡିଏମ୍‌କେ ବଡ଼ଭାଇ ହେବ। ଦଳ କାହା ସହ କ୍ଷମତା ଭାଗବଣ୍ଟା କରିବ ନାହିଁ। ସେଭଳି ଉଦ୍ଦେଶ୍ୟ ନେଇ ମେଣ୍ଟ କରିବାକୁ ଚାହୁଁଥିବା କୌଣସି ଜାତୀୟ ଦଳର ଆବଶ୍ୟକତା ନାହିଁ ବୋଲି ମୁନୁସାମି ସ୍ପଷ୍ଟ କରିଦେଇଛନ୍ତି। ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଭାଜପା ନିଷ୍ପତ୍ତି ନେବ ବୋଲି ଗୈରିକ ଦଳର ନେତାମାନେ କହିଆସୁଥିଲେ।
ଚେନ୍ନାଇର ରୋୟାପେଟ୍ଟାସ୍ଥିତ ଓ୍ବାଇଏମ୍‌ସିଏ ଗ୍ରାଉଣ୍ଡରେ ଉଦ୍‌ବୋଧନ ଦେଇ ଏଆଇଏଡିଏମ୍‌କେ ସଂଯୋଜକ ତଥା ଉପମୁଖ୍ୟମନ୍ତ୍ରୀ ଓ. ପନିରସେଲଭାମ ଏବଂ ଯୁଗ୍ମ ସଂଯୋଜକ ପାଲାନିସ୍ବାମୀ ଡିଏମ୍‌କେ ଏବଂ ଏହାର ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ଟାର୍ଗେଟ କରିଥିଲେ। ସରକାରଙ୍କ ସଫଳତାର ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ପନିରସେଲ୍‌ଭାମ୍‌ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri