Posted inଜାତୀୟ

ଆତଙ୍କବାଦୀଙ୍କୁ ପାକିସ୍ତାନର କଡ଼ା ଜବାବ: ଏନକାଉଣ୍ଟରରେ ୪ ମୃତ…

ଇସଲାମାବାଦ,୩।୧ : ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପାସ୍ତୁନଖ୍ବାର ଉତ୍ତର ୱାଜିରିସ୍ତାନ ଜିଲାରେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ନ୍ୟୁଜ ଚ୍ୟାନେଲ, ଜିଓ ନ୍ୟୁଜ ସୂଚନା ଦେଇଛି ପାକ ସୁରକ୍ଷା ବାହିନୀ ଏକ ଗୁପ୍ତ ଅପରେଶନ ମାଧ୍ୟମରେ ଏହି କାର୍ଯ୍ୟ କରିଛନ୍ତି।
ପୋଲିସ ସୂଚନା ଦେଇଛି ଖାଇବର ପାସ୍ତୁନଖ୍ବା ଆଦିବାସୀ ଜିଲାରେ ହୋଇଥିବା ଅପରେଶନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ସେନାର ମିଡିଆ ୱିଙ୍ଗ ରିପୋର୍ଟ କରିଛି ନିହତ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ବିରୋଧରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲେ ଏବଂ ଏକ ଉଚ୍ଚସ୍ତରୀୟ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର କରିଥିଲେ। ପାକିସ୍ତାନୀ ସେନା ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଦେଶରୁ ଆତଙ୍କବାଦ ବିପଦକୁ ହଟାଇବା ପାଇଁ ପାକିସ୍ତାନର ସୁରକ୍ଷା ବାହିନୀ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ...

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ...

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା...

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri