Posted inଜାତୀୟ

ଭାରତ ବିରୋଧରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଲୋନ ଓ୍ବଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି…

ହାଇଦ୍ରାବାଦ,୫।୨ : ଭାରତ ବିରୋଧରେ ପାକିସ୍ତାନର ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ହାଇଦ୍ରାବାଦରେ ଲୋନ ଓଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି ଚାଲିଥିଲା। ହାଇଦ୍ରାବାଦରୁ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ ଏହା ଜଣା ପଡ଼ିଛି। ଆଇଏସଆଇ ଏବଂ ଲଶ୍କର-ଇ-ତୋଏବା ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି। ଗିରଫ ଆତଙ୍କବାଦୀ ଅବଦୁଲ ଜାହିଦ ପାକିସ୍ତାନରେ ବସିଥିବା ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ହ୍ୟାଣ୍ଡ ଗ୍ରେନେଡ ଯୋଗାଇ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ସେ ହ୍ୟାଣ୍ଡେଲଙ୍କ ନିର୍ଦ୍ଦେଶରେ ଅନେକ ଲୋକଙ୍କୁ ମଧ୍ୟ ଆତଙ୍କବାଦୀ ସଂଗଠନରେ ନିଯୁକ୍ତି ଦେଇଥିଲେ। ଏକ ରାଲି କିମ୍ବା ସର୍ବସାଧାରଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିଲା। ପାକିସ୍ତାନର ନିର୍ଦ୍ଦେଶରେ ଏହି ସବୁ ଘଟୁଥିଲା। ଭାରତରେ ସାମ୍ପ୍ରଦାୟିକ ସମନ୍ବୟକୁ ଭଣ୍ଡୁର କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା।
ଆତଙ୍କବାଦୀଙ୍କ ନିକଟରୁ ହ୍ୟାଣ୍ଡ ଗ୍ରେନେଡ, ନଗଦ ଟଙ୍କା ଏବଂ ଫୋନ ଉଦ୍ଧାର କରାଯାଇଛି । ଆତଙ୍କବାଦୀ ଜାହିଦଙ୍କ ଲୁଚି ରହିଥିବା ସ୍ଥାନରୁ ୨ ଟି ହ୍ୟାଣ୍ଡ ଗ୍ରେନେଡ, ପ୍ରାୟ ୪ ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ ଉଦ୍ଧାର କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜାହିଦଙ୍କୁ ୨୦୦୫ରେ ଗିରଫ କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ ୨୦୧୭ ରେ ମୁକ୍ତ କରାଯାଇଥିଲା।
ଏନଆଇଏ ଅନୁଯାୟୀ, ଜାହିଦ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କ ସହ ହାଇଦ୍ରାବାଦ ସହରରେ ବିସ୍ଫୋରଣ ଏବଂ ଲୋନ ଓ୍ବଲ୍ଫ ଆଟାକ୍‌ ଭଳି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରିଥିଲେ।
ଗତ ବର୍ଷ ଜାହିଦଙ୍କୁ ଗିରଫ କରାଯାଇଥିଲା।

ଏନଆଇଏ କହିଛି ଯେ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଜାହିଦ ତାଙ୍କ ହ୍ୟାଣ୍ଡେଲରଙ୍କଠାରୁ ହ୍ୟାଣ୍ଡ ଗ୍ରେନେଡ ଗ୍ରହଣ କରିଛନ୍ତି ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ସହରର ସାଧାରଣ ସଭା ତଥା ଶୋଭାଯାତ୍ରାରେ ସେମାନଙ୍କୁ ଫୋପାଡିବାକୁ ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୨ ଅକ୍ଟୋବର ୨୦୨୨ ରେ ହାଇଦ୍ରାବାଦ ପୋଲିସ ଅବଦୁଲ ଜାହିଦ, ମହମ୍ମଦ ସାମିଉଦ୍ଦିନ ଏବଂ ମେଜ ହାସନ ଫାରୁକଙ୍କୁ ସାଧାରଣ ସଭାରେ ଗ୍ରେନେଡ ଫିଙ୍ଗିବା ଷଡଯନ୍ତ୍ରରେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri