Posted inଫୁରସତ

ଜାତି ପ୍ରମାଣପତ୍ର ପାଇଁ କୁକୁରର ଆବେଦନ

ପାଟନା: ବିହାରର ଗୟାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜାତି ପ୍ରମାଣପତ୍ର ପାଇଁ ଟମି ନାମକ ଏକ କୁକୁର ଅବେଦନ କରିଥିବା ସରକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗତ ଜାନୁୟାରୀ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଜାତି ଭିତ୍ତିକ ଜନଗଣାନା ଆରମ୍ଭ କରାଯାଇଥିଲା। ବିହାରର ଅନେକ ଲୋକ ଜାତି ପ୍ରମାଣପତ୍ର ପାଇଁ ଆବଦେନ କରିଥିବାବେଳେ ଟମି ଏଥିରୁ ଜଣେ। ଏନେଇ ଆଧାର କାର୍ଡର ଆବଶ୍ୟକତା ରହିଥିବାବେଳେ ଟମିର ଆଧାର କାର୍ଡର ଫଟୋ ମଧ୍ୟ ଅବେଦନ ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଆଧାରକାର୍ଡରେ ଥିବା ତଥ୍ୟ ଅନୁସାରେ ଟମିର ଫଟୋ ଥିବାବେଳେ ବାପାଙ୍କ ନାଁ ଜାଗାରେ ଶେରୁ ଏବଂ ମା’ଙ୍କ ସ୍ଥାନରେ ଗିନ୍ନି ଲେଖା ରହିଛି। ସେହିପରି ପେସା ସ୍ଥାନରେ ଛାତ୍ର ଲେଖାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଟମିର ଆଧାରକାର୍ଡ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ସରକାରୀ ଅଫିସରଙ୍କ ଅଭିଯୋଗକ୍ରମେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?