ଭାରତ ସହିତ ୧୦୦ ବର୍ଷ ଶାନ୍ତି ବଜାୟ ରଖିବାକୁ ପାକିସ୍ତାନର ଯୋଜନା…

ଇସଲାମାବାଦ୍‌, ୧୩।୧ : ଭାରତ ସହିତ ପାକିସ୍ତାନ ଯଦିଓ ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଏବଂ ପ୍ରକ୍ସି ଯୁଦ୍ଧ ଜାରି ରଖିଛି। ତେବେ ପାକିସ୍ତାନ ଏହାର ନୂତନ ନୀତିରେ ଭାରତ ସହିତ ୧୦୦ ବର୍ଷ ଧରି ଶାନ୍ତିପୂର୍ଣ୍ଣ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଛି। ନୂତନ ଜାତୀୟ ସୁରକ୍ଷା ନୀତିରେ ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ, ସାଧାରଣ ବ୍ୟବସାୟ ଏବଂ ଅର୍ଥନୈତିକ କାରବାର ବିଷୟ ଉପରେ ଗୁରୁତ୍ୱାରୋପ କରିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ଏହି ନୀତିର ଡ୍ରାଫ୍ଟ ପ୍ରକାଶ କରିବେ। କେବଳ ଏତିକି ନୁହେଁ, ଏହି ନୀତି ଅନୁଯାୟୀ ଜମ୍ମୁ-କଶ୍ମୀରର ସମସ୍ୟାର ସମାଧାନକୁ ଅପେକ୍ଷା କରିବା ନେଇ କୌଣସି ଆଲୋଚନା ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଏହି ନୀତିରେ ଦର୍ଶାଯାଇଛି ଯେ ଭାରତ ସହ ଆଲୋଚନା ଚାଲିଛି ଏବଂ ଆମର ସମ୍ପର୍କ ଶାନ୍ତିପୂର୍ଣ୍ଣ ହେବାର ଆଶା ରହିଛି।

ଭାରତ ଜମ୍ମୁ-କଶ୍ମୀରରୁ ଧାରା ୩୭୦ କୁ ହଟାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। ଅଗଷ୍ଟ ୨୦୧୯ ରେ ଭାରତର ନିଷ୍ପତ୍ତି ପରେ ପାକିସ୍ତାନ ବ୍ୟବସାୟ ବନ୍ଦ କରିଦେଇଥିଲା। କେବଳ ଏତିକି ନୁହେଁ, ଗତ ବର୍ଷ ପୁଣିଥରେ ପାକିସ୍ତାନ କହିଥିଲା ଯେ ଯଦି ଜମ୍ମୁ-କଶ୍ମୀରକୁ ନେଇ ଭାରତ ନିଷ୍ପତ୍ତି ନକରେ ତେବେ ସାଧାରଣ ବ୍ୟବସାୟ ସମ୍ଭବ ନୁହେଁ।

ପାକିସ୍ତାନର ନୂତନ ନୀତିରେ ଆର୍ମି ଚିଫ ଜେନେରାଲ କମର ଜାଭେଦ ବାଜୱାଙ୍କ ଭାବନା ଦୃଶ୍ୟମାନ ହେଉଛି। ସେ ଅତୀତରେ କହିଥିଲେ ଯେ ଭୂ-ଅର୍ଥନୀତି ଉପରେ ଧ୍ୟାନ ଦେଇ ଆମକୁ ଇତିହାସ ଭୁଲିଯିବାକୁ ପଡ଼ିବ ଏବଂ ବୈଦେଶିକ ନୀତି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ।

ତେବେ ଜମ୍ମୁ କଶ୍ମୀର ଉପରେ ନିଜର ଆଭିମୁଖ୍ୟ ଉପରେ ବିଚାର କରିବାକୁ ପାକିସ୍ତାନ ଏହି ଡ୍ରାଫ୍ଟରେ କହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଭାରତ କ୍ରମାଗତ ଭାବରେ ସ୍ପଷ୍ଟ କରିଛି ଯେ ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ସୀମା ଆତଙ୍କବାଦକୁ ରୋକିବା ଆବଶ୍ୟକ। ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ଏହି ଦିଗରେ କୌଣସି ପଦକ୍ଷେପ ନେଇନାହିଁ।

ଡ୍ରାଫ୍ଟ ପ୍ରକାଶ ପୂର୍ବରୁ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନୀ ଆତଙ୍କବାଦୀ ବାବର ଭାଇ ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି।

ବାବର ଜୈଶ-ଇ-ମହମ୍ମଦ ସଂଗଠନର ସଦସ୍ୟ। ଗତ ୪ ବର୍ଷ ଧରି ଜମ୍ମୁ-କଶ୍ମୀରରେ ସେ ବହୁ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri