ଦେଶ ଛାଡିଲେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର

ଇସ୍‌ଲାମାମବାଦ,୧୯ ।୧୦: ଚାଇନିଜ ଆପ୍ ଟିକ୍‌ଟକ୍‌କୁ ବ୍ୟାନ କରାଯିବା ପରେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର କୁହାଯାଉଥିବା ଜନ୍ନତ ମିର୍ଜା ଦେଶ ଛାଡି ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଯିବାବେଳେ ପାକିସ୍ତାନ ଲୋକଙ୍କର ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି । ଏବେ ମିର୍ଜା ଜାପାନରେ ରହିବେ ବୋଲି କହିଛନ୍ତି । ତେବେ ସେ ଯିବା ସମୟରେ ତାଙ୍କୁ ପାକିସ୍ତାନ ଫେରିବେକି ନା ପଚରା ଯିବାରୁ ସେ କହିଥିଲେ ପାକିସ୍ତାନ ଲୋକଙ୍କ ଚିନ୍ତାଧାର୍ ଖୁବ୍ ନିଚ । ତେଣୁ ସେ ଜାପାନରୁ ଆଉ ଫେରିବେ ନାହିଁ ସେହିଠାରେ ହିଁ ରହିବେ । ମିର୍ଜା ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର ହୋଇଥିବା ବେଳେ ଭାରତ ଓ ଆମେରିକାରେ ବି ତାଙ୍କର ଖୁବ୍ ପ୍ରଶଂସକ ରହିଛନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ଅଛନ୍ତି । ଏବେ ସେ ପାକିସ୍ତାନ ଛାଡି ଜାପାନ ଚାଲି ଯାଉଥିବାରୁ ତାଙ୍କର ବହୁ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଟିକ୍‌ଟକ୍ ବ୍ୟାନ ହେବା ପୂର୍ବରୁ ସେ ଜାପାନ ଚାଲି ଯାଇଥିଲେ । ଆଉ କହିଥିଲେ ପାକିସ୍ତାନ ବହୁତ ସୁନ୍ଦର ଦେଶ ହେଲେ ପାକିସ୍ତାନୀଙ୍କ ମାନସିକତା ଅତ୍ୟନ୍ତ ଖରାପ ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରେ ଭାରତ ଆସିବେ ରୁଷିଆ ବୈଦେଶିକ ମନ୍ତ୍ରୀ, ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ

ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ...

କରୋନା ସଂକ୍ରମିତଙ୍କୁ ଭିଟାମିନ୍‌-ସି: ଚାଇନା-ଆମେରିକାରେ ମିଳିଲା ସଫଳତା !

ବେଜିଂ,ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାକୁ ରୋକିବାରେ କେଉଁ ଔଷଧ ସଫଳ ହେଉ ନ ଥିବାବେଳେ ଏବେ ଭିଟାମିନ୍‌-ସିର...

ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି...

ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ...

ସିନେଟରଙ୍କ ଘର ଆଗରେ ଘୁଷୁରିମୁଣ୍ଡ

ଓ୍ବାଶିଂଟନ, ୪ା୧: ଆମେରିକା ସିନେଟର ରିପବ୍ଲିକାନ ସଦସ୍ୟ ମିଚ ମ୍ୟାକକୋନେଲ ଏବଂ ଡେମୋକ୍ରାଟ ସ୍ପିକର ନାନ୍‌ସୀ ପେଲୋସିଙ୍କ ଘର ଆଗରେ ହୋୟାର ଇଜ୍‌ ମାଇ ମନି...

ମେଟା କର୍ମଚାରୀଙ୍କ ମୁଣ୍ଡରେ ଝୁଲିଲାଣି ଖଣ୍ଡା

କାଲିଫର୍ନିଆ,୭ ।୧୧: ସୋସିଆଲ ମିଡିଆ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର କର୍ମଚାରୀଙ୍କ ପାଇଁ ଖରାପ ଖବର । ମାର୍କ ଜୁକରବର୍ଗଙ୍କ କମ୍ପାନୀ ଦାବି କରିଛି ଯେ...

ଚାଇନା ଉଠାଇଲା କଶ୍ମୀର ରାଗ: କହିଲା, ଆଲୋଚନା ମାଧ୍ୟମରେ ସମାଧାନ ହେଉ କଶ୍ମୀର ପ୍ରସଙ୍ଗ

ବେଜିଂ,୨୭।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ଗୁରୁବାର ଚାଇନା କହିଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ...

ୟୁକ୍ରେନ୍‌ ଉପରେ ବଡ଼ ଆକ୍ରମଣ କଲା ରୁଷିଆ: ୭୦ ସୈନ୍ୟ ନିହତ

କ୍ୱିଭ୍‌,୧।୩: ୟୁକ୍ରେନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ରୁଷ ଘନଘନ ଆକ୍ରମଣ କରୁଛି। ରଷିଆର ସାମରିକ ଆକ୍ରମଣରେ ୭୦ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇଛନ୍ତି।...

Advertisement
Archives

Model This Week