ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…

ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପରମାଣୁ ସ୍ଥିତି ନୀରବ ରହିବା ପାଇଁ ନୁହେଁ। ସମୟ ପଡ଼ିଲେ ଏହାକୁ ଯୁଦ୍ଧରେ ମଧ୍ୟ ଲଗାଯିବ ବୋଲି କହି ସେ ଭାରତ ସହିତ ଯୁଦ୍ଧ କରିବାକୁ ମଧ୍ୟ ଧମକ ଦେଇଛନ୍ତି।

ଶାଜିଆ ମାରି ବିଲାୱାଲ ଭୁଟ୍ଟୋଙ୍କ ସମର୍ଥନରେ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଭାରତ ବିରୋଧରେ ଅଭିଯୋଗ କରୁନାହୁଁ। କିନ୍ତୁ ଭାରତରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆମର ଅଭିଯୋଗ ଅଛି। ସେ କହିଛନ୍ତି ଯେ ଆପଣ ବାରମ୍ବାର ପାକିସ୍ତାନ ବିରୁଦ୍ଧରେ ଅଭିଯୋଗ ଜାରି ରଖିବେ ଏବଂ ପାକିସ୍ତାନ ଏହାକୁ ନୀରବରେ ଯେ,ଶୁଣିବ ତାହା ଭାବିଲା ଭୁଲ୍‌। ତାହା ହେବ ନାହିଁ। ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରି ଶାଜିଆ କହିଛନ୍ତି, ନିଜକୁ ସୁଧାରି ନିଅ। ତୁମେ ବିଲାୱାଲ ଭୁଟ୍ଟୋଙ୍କ ପୁତ୍ତଳିକା ଜାଳିଦେବାକୁ ଧମକ ଦେଉଛତ୍‌ ମାତ୍ର ଭାରତରେ ମୋଦିଙ୍କ ପୁତ୍ତଳିକା ଜଳା ଯାଉଛି।

ଶାଜିଆ ସରକାରଙ୍କୁ ଧମକ ଦେଇ କହିଛନ୍ତି ଯେ ଯଦି ମୋଦି ସରକାର ଲଢ଼ିବେ ତେବେ ସେ ଏହାର ଜବାବ ମଧ୍ୟ ପାଇବେ। ପାକିସ୍ତାନର ଆଣବିକ ରାଷ୍ଟ୍ରର ସ୍ଥିତି କେବଳ ଚୁପ ହୋଇ ରହିବା ପାଇଁ ନୁହେଁ। ଏହାର ଉତ୍ତର କିପରି ଦିଆଯିବ ତାହା ପାକିସ୍ତାନ ଜାଣେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ୫୬ ହଜାର ଆକ୍ରାନ୍ତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୬ା୪ : ବିଶ୍ୱବ୍ୟାପୀ କରୋନା ଭାଇରସ୍‌ ଉଗ୍ରରୂପ ଦେଖାଇଛି। ବିଶ୍ୱର ୨୦୫ ଦେଶରେ ସେ ନିଜର ଅଧିକାର ଜାହିର କରିବା ସହ ୧୨ ଲକ୍ଷ ୫୦...

ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍‌ର ମାର-ଏ-ଲାଗୋ ଇଷ୍ଟେଟରେ ଏକ...

ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ...

କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ...

ମୁଣ୍ଡରେ କେଶ ନ ଥିବା ପୁରୁଷଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଓ୍ବାଶିଂଟନ, ୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିଚାଲିଛି। ଶିଶୁ,...

ଜାତିସଂଘ ମୁଖ୍ୟଙ୍କ ଚେତାବନୀ: ପରମାଣୁ ମହାବିପତ୍ତିଠାରୁ ବିଶ୍ୱ ମାତ୍ର ଗୋଟିଏ ପାଦ ଦୂରରେ

ଜେନେଭା,୨ ।୮: ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଚେତାବନୀ ଦେଇ କହିଛନ୍ତି, ବିଶ୍ୱ ପରମାଣୁ ବିନାଶଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି...

ତଳେ ମୁଁହ ମାଡ଼ି ଶୋଇଥିବା ପିଲାଙ୍କ ଉପରେ ଚାଲିଲେ ଚାଇନା ରାଷ୍ଟ୍ରଦୂତ: ଅମାନବୀୟ ବୋଲି କହିଲା ଆମେରିକା

ବେଜିଂ, ୨୨।୮: ଚାଇନା ରାଷ୍ଟ୍ରଦୂତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଷ୍ଟ୍ରଦୂତ ତଳେ ମୁଁହ ମାଡ଼ି ଶୋଇଥିବା ଛୋଟ...

ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି।...

Advertisement
Archives

Model This Week