ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!

ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ ଭିଡିଓ ଦେଖିଛନ୍ତି, ଶିଖିଛନ୍ତି ଗୁଗଲରେ ସର୍ଚ୍ଚ ବି କରିଛନ୍ତି । ଏବେ ଏହାକୁ ନେଇ ଗୁଗଲ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡିଛି କି ପିଜା ବିଶ୍ୱର ସବୁଠାରୁ ପ୍ରିୟ ଖାଦ୍ୟ ପାଲଟି ଯାଇଛି । ଗୁଗଲ ସର୍ଚ୍ଚର ନୂଆ ରିପୋର୍ଟ ଅନୁଯାୟୀ ପିଜା ବିଶ୍ୱର ପ୍ରାୟ ୪୪ ଦେଶର ଲୋକଙ୍କୁ ବେଶ୍ ପସନ୍ଦ । ଏହି ରିପୋର୍ଟ ବିଶ୍ୱର ୧୦୦ ଦେଶର ୟୁଜର୍ସଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ୨୦୨୦ରେ ବିଶ୍ୱର ପୂର୍ବରୁ-ପଶ୍ଚିମ ଓ ଉତ୍ତରରୁ-ଦକ୍ଷିଣ ଅଧିକାଂଶ ଲୋକ ପିଜା ସର୍ଚ୍ଚ କରିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ରହିଛି ଭାରତ, ୟୁଏଇ, ସୌଦି ଆରବ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ପୋଲାଣ୍ଡ, ଇଣ୍ଡୋନେସିଆ ଓ ଇଟାଲି ।
ଏହି ରିପୋର୍ଟ କହିଛି ଦ୍ୱିତୀୟ ସ୍ଥାନରେ ରହିଛି ଚାଇନିଜ ଫୁଡ । ଆମେରିକା ଓ ଚାଇନା ମଧ୍ୟରେ ଶତ୍ରୁତା କିଛି କମ୍ ନୁହେଁ ସତ । ହେଲେ ଆମେରିକାର ଅଧିକାଂଶ ଲୋକ ଚାଇନିଜ ପସନ୍ଦ କରିନ୍ତି ବୋଲି ଗୁଗଲ ତା’ର ରିପୋର୍ଟରେ ଦର୍ଶାଇଛି । ଏହାସହ ଆୟରଲ୍ୟାଣ୍ଡ, ହଙ୍ଗେରୀ, ଗ୍ରୀସ ଓ ଅଷ୍ଟ୍ରେଲିୟାର ଲୋକେ ମଧ୍ୟ ଚାଇନିଜ ଫୁଡ ପସନ୍ଦ କରନ୍ତି । ତୃତୀୟ ସ୍ଥାନରେ ରହିଛି ସୁଶି । ୧୦ ଦଶର ଲୋକେ ଏହାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଯେଉଁଥିରେ ଜାପାନ, ବ୍ରାଜିଲ, ୟୁକ୍ରେନ, ସ୍ୱିଡେନ, ରୋମାନିଆ ଲୋକେ ସାମିଲ ଅଛନ୍ତି । ସୁଶି ଏକ ଜାପାନି ଖାଦ୍ୟ । ଏଥିରେ ଭାତ ସହ ଅନ୍ୟ ସାମଗ୍ରୀ ଓ ସିଫୁଡ ସାମିଲ ହୋଇଥାଏ ।
ଏହି ରିପୋର୍ଟର ଚତୁର୍ଥ ସ୍ଥାନରେ ରହିଛି ଭାରତୀୟ ଥାଳି । ୨୦୨୦ରେ ପାକିସ୍ତାନୀ ଲୋକେ ସବୁଠାରୁ ଅଧିକ ଭାରତୀୟ ଥାଳି ଅର୍ଡର କରିଥିବା କୁହାଯାଇଛି । ଏହାସହ ଇସ୍ରାଏଲ, ନେରଲ୍ୟାଣ୍ଡସ୍ ଓ ଅରୁବା ଭଳି ଦେଶ ଭାରତୀୟ ଥାଳିକୁ ଖୁବ୍ ପସନ୍ଦ କରିଛନ୍ତି । ନେପାଳ ଓ ଶ୍ରୀଲଙ୍କର ଲୋକେ ଚାଇନିଜ ଖାଦ୍ୟ ପସନ୍ଦ କରିଛନ୍ତି ।
ତେବେ ରିପୋର୍ଟରେ କୁହାଯାଉଛି ଯେଉଁ ସ୍ଥାନର ଖାଦ୍ୟ ଅନ୍ୟମାନଙ୍କୁ ପସନ୍ଦ ସେ ସ୍ଥାନର ଖାଦ୍ୟ ମଧ୍ୟ ସେହି ଦେଶର ଲୋକଙ୍କୁ ପସନ୍ଦ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟଙ୍କୁ ଭାରତୀୟ ଥାଲି ପସନ୍ଦ ନୁହେଁ । ଭାରତୀୟମାନେ ଅଧିକ ପିଜା ପସନ୍ଦ କରନ୍ତି ବୋଲି ରିପୋର୍ଟ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ଇସ୍ତଫା ଦେବେ ବାଂଲାଦେଶ ରାଷ୍ଟ୍ରପତି; କିଏ ନେବେ ନେତୃତ୍ୱ? ରାଜନୈତିକ ମହଲରେ ହେଲାଣି ତୀବ୍ର ଆଲୋଚନା

ଢାକା,୨୩।୭: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଖୁବ ଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି;…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଧର୍ମେନ୍ଦ୍ର ପ୍ରଧାନଙ୍କ ପୁରୁଣା ପୋଷ୍ଟ ଭାଇରାଲ, ସୋନମ ଓ୍ବାଙ୍ଗଚୁକ ଏବଂ ତାଙ୍କ ପତ୍ନୀଙ୍କୁ କରିଥିଲେ ଏଭଳି ପ୍ରଶଂସା

ନୂଆଦିଲ୍ଲୀ,୨୩।୯: ଜଳବାୟୁ କର୍ମୀ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଅନଶନ ଜାରି ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତିନି ବର୍ଷ ପୁରୁଣା ଏକ…

NEET UG ପେପର ଲିକ: ପରୀକ୍ଷାର ୧୦ ଦିନ ପୂର୍ବରୁ ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆସିଯାଇଥିଲା ପ୍ରଶ୍ନ, କୋର୍ଟରେ CBI ଖୋଲିଲା…

ନୂଆଦିଲ୍ଲୀ,୨୩।୭: NEET-UG 2026 ପେପର୍‌ ଲିକ ମାମଲାରେ ଅଭିଯୁକ୍ତ ଡକ୍ଟର ମନୋଜ ଭଗବାନରାଓ ଶିରୁରେ ଏବଂ ଶିବରାଜ ମୋଟେଗାଓଁକରଙ୍କ ଜାମିନ ଆବେଦନ ଉପରେ କୋର୍ଟ ଜୁଲାଇ ୨୪ରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri