Posted inଖେଳ

ବୋଲରଙ୍କୁ ବ୍ୟାଟ୍‌ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍‌, ଦେଖନ୍ତୁ ଭିଡିଓ…

ତ୍ରିନିଦାଦ୍‌, ୨୬।୮: ପାକିସ୍ତାନ କ୍ରିକେଟ୍‌ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓ୍ବେଷ୍ଟଇଣ୍ଡିଜରେ ଚାଲିଥିବା କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଦେଖିବାକୁ ମିଳିଛି। ଜାମାଇକା ତଲ୍‌ଓ୍ବାସ ଓ ଗୁୟାନା ଆମାଜନ ଓ୍ବାରିୟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏଭଳି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା। ଜାମାଇକା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆସିଫ୍‌ ଅଲି ଆଉଟ୍‌ ହେବାପରେ ପ୍ରତିପକ୍ଷ ଗୁୟାନା ବୋଲର କେମୋ ପଲ୍‌ଙ୍କୁ ବ୍ୟାଟ୍‌ରେ ମାରିବାକୁ ଉଦ୍ୟମ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣା ଜାମାଇକା ଇନିଂସର ୮ମ ଓଭରରେ ଘଟିଥିଲା। ଗୁୟାନା ପକ୍ଷରୁ ଧାର୍ଯ୍ୟ ୧୦୯ ରନର ଟାର୍ଗେଟ୍‌କୁ ପିଛା କରୁଥିବାବେଳେ ଜାମାଇକାର ୩ୟ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍‌ ହୋଇଥିଲେ ଆସିଫ୍‌। ଗୁୟାନାର ୮ମ ଓଭର ବୋଲିଂ କରୁଥିବା ଦ୍ରୁତ ବୋଲର କେମୋ ପଲ୍‌ ୩ ବଲଟି ଏକ ବାଉନ୍ସର ପକାଇଥିଲେ। ଏହାକୁ ପୁଲ୍‌ ମାରିବାକୁ ଯାଉ ଆସିଫ୍‌ ଡିପ୍‌ ମିଡ୍‌ଉଇକେଟ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହାପରେ ପଲ୍‌ ଉତ୍ସାହିତ ହୋଇ ଆସିଫ୍‌ଙ୍କ ନିକଟରେ ଆସି ସେଲିବ୍ରେସନ କରିଥିଲେ। ଏଥିରେ କିନ୍ତୁ ଉତ୍‌କ୍ଷିପ୍ତ ହୋଇ ଅଲି ବ୍ୟାଟ୍‌କୁ ଜୋର୍‌ରେ ବୁଲାଇ ଦେଇଥିଲେ। ବ୍ୟାଟଟି ପଲ୍‌ଙ୍କ ମୁହଁରୁ କିଛି ସେଣ୍ଟିମିଟର ଦୂରରେ ପଳାଇଥିଲା। ଫଳରେ ପଲ୍‌ ଆଘାତ ପାଇବାରୁ ରକ୍ଷା ପାଇଯାଇଥିଲେ। କେମୋ ପଲ୍‌ ମଧ୍ୟ ରାଗିଯାଇ ଆସିଫ୍‌ଙ୍କୁ କିଛି ଖରାପ ଶବ୍ଦ ପ୍ରୟୋଗ କରିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଆସିଫ୍‌ଙ୍କ ବିରୋଧରେ ମ୍ୟାଚ୍‌ ରେଫରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ମ୍ୟାଚ୍‌ରେ ଜାମାଇକା ତଲ୍‌ଓ୍ବାସ ୫ ଉଇକେଟ୍‌ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?