ତମନ୍ନାଙ୍କ ଘରକୁ ପଶିଲା କରୋନା: ପୋଷ୍ଟ ଲେଖି ପ୍ରଶଂସକଙ୍କୁ କଲେ ଏଭଳି ନିବେଦନ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମାତାପିତା କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ପିତାମାତାଙ୍କଠାରେ କରୋନାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ଏହା ପରେ ସେ କୋଭିଡ ୧୯ ପରୀକ୍ଷା କରିଥିଲେ। ଏବେ ସେମାନଙ୍କର ପରୀକ୍ଷା ରିପୋର୍ଟ ଆସିଛି। ଯେଉଁଥିରେ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଅପରପକ୍ଷେ ତମନ୍ନା ଏବଂ ଘରେ ଥିବା ଅନ୍ୟ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ତମନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ମା’ବାପାଙ୍କ ସ୍ବାସ୍ଥ୍ୟ ଠିକ୍‌ ହେବା ନେଇ ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି।

ତମନ୍ନା ନିଜର ଟୁଇଟର ଏବଂ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ତାଙ୍କ ମା’ବାପାଙ୍କ କରୋନା ପଜିଟିଭ୍‌ ଆସିଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଏବଂ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ନମୂନା ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଛି। ଭଗବାନଙ୍କ ଆଶୀର୍ବାଦ ଯୋଗୁ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ହେଲେ ମା’ବାପା ଶୀଘ୍ର ସୁସ୍ଥହୋଇ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିବାକୁ ସେ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁଜି ହେଲେଣି ହୁମ୍ମା

ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍‌ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ...

ବିଗ୍‌ବସ୍‌-୧୫ର ଗ୍ରାଣ୍ଡ୍‌ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ

ମୁମ୍ବାଇ: ରିୟାଲିଟି ଶୋ’ ବିଗ୍‌ବସ୍‌ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍‌ବସ୍‌ -୧୫ର ଗ୍ରାଣ୍ଡ୍‌ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ।...

ଅଟକିବନି ସିରିଏଲ୍‌ ଶୁଟିଂ

ମୁମ୍ବାଇ,୧୪।୪: ମହାରାଷ୍ଟ୍ରରେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ୧୫ ଦିନିଆ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଛନ୍ତି। ଏହି ସମୟରେ ଫିଲ୍ମ, ଟିଭି...

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ...

ପୂର୍ବତନ ସ୍ବାମୀଙ୍କ ପ୍ରତି ରହିଛି ଏଭଳି ଫିଲିଙ୍ଗସ୍‌, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା...

ରିଲିଜ ହେଲା ‘ଗୁଡବାଏ’ର ଟ୍ରେଲର୍‌; କମେଡି ଆଳରେ ସମ୍ପର୍କର ଗୁରୁତ୍ୱ ବୁଝାଉଛି ଫିଲ୍ମ

ବମ୍ବେ: ରିଲିଜ ହୋଇଛି ମହାନାୟକ ଅମିତାଭ ବଚ୍ଚନ ଏବଂ ନୀନା ଗୁପ୍ତା ଅଭିନୀତ ଫିଲ୍ମ ‘ଗୁଡବାଏ’ର ଟ୍ରେଲର। ଫିଲ୍ମରେ ପ୍ରଥମ ଥର ଲାଗି ନୀନା ଅମିତାଭଙ୍କ...

ବିବାହକୁ ନେଇ ମୁହଁ ଖୋଲିଲେ ଅର୍ଜୁନ

ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଅନ୍ୟତମ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ...

ଶିଜାନଙ୍କ ବିରୋଧରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ପୋଲିସ

ମୁମ୍ବାଇ,୧୭।୨: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନ ଜେଲରେ ଅଛନ୍ତି। ତେବେ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪...

Advertisement
Archives

Model This Week