Posted inଫୁରସତ

ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍‌ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର

ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍‌ ଅଥବା ହାଫଥୋର ଜନ୍‌ସନ୍‌ ହୋଇପାରେ। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ବୋଲି ଦାବି କରନ୍ତି। ସେ ହେଲେ ଅରବାବ ଖିଜର ହୟାତ ଓରଫ ଖାନ ବାବା। ତାଙ୍କୁ ଲୋକେ ପାକିସ୍ତାନୀ ହଲ୍କ ମଧ୍ୟ କହିଥାନ୍ତି। ଏବେ ଖାନ ବାବାଙ୍କୁ ୨୭ ବର୍ଷ ହୋଇଥିବା ବେଳେ ତାଙ୍କର ଲମ୍ବ ୬ ଫୁଟ ୩ ଇଞ୍ଚ ଏବଂ ଓଜନ ୪୩୬ କିଲୋଗ୍ରାମ ବୋଲି କୁହାଯାଉଛି।

ଖାନ ବାବା ନିଜ ବିଷୟରେ ଅନେକ ଦାବି କରନ୍ତି, ଯଦିଓ ତାଙ୍କ ଦାବିର ସତ୍ୟତା ପରୀକ୍ଷା କରାଯାଇିନାହିଁ। ସେ ପ୍ରାୟତଃ ନିଜର ଅଜବଗଜବ କାର୍ଯ୍ୟ ପାଇଁ ଖବର ଶିରୋନାମା ପାଲଟିଥାନ୍ତି। ଏକ ସାକ୍ଷାତକାରରେ ଖାନ ବାବା କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, ତାଙ୍କ ଶରୀର ହଠାତ୍‌ ବଢ଼ିବାକୁ ଲାଗିଥିଲା। ସେବେଠାରୁ ତାଙ୍କ ଶରୀର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଶରୀରର ଏହି ପରିବର୍ତ୍ତନ ଦ୍ୱାରା ସେ ବିବ୍ରତ ନ ହୋଇ ଖାଦ୍ୟ ସହିତ ଏହି ଶାରୀରିକ ପରିବର୍ତ୍ତନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଖାନା ବାବା ଦିନକୁ ପାଖାପାଖି ୧୦ ହଜାର କ୍ୟାଲୋରୀର ଖାଦ୍ୟ ଖାଇଥାନ୍ତି। ସେ ଜଳଖିଆରେ ୩୬ ଟି ଅଣ୍ଡା, ୪ କୁକୁଡ଼ା, ୩ କିଲୋଗ୍ରାମ ଲାଲ ମାଂସ ଏବଂ ୫ ଲିଟର କ୍ଷୀର ପିଅନ୍ତି। ହେଲେ ଏଯାବତ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ହୋଇ ନାହିଁ ବୋଲି ସେ ଦାବି କରିଛନ୍ତି। ମର୍ଦାନର ସ୍ଥାନୀୟ ବାସିନ୍ଦା ଖାନ ବାବାଙ୍କୁ ହିରୋ ଭାବରେ ଦେଖନ୍ତି। ଏବେ ସେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କର ଟ୍ରାକ୍ଟର ଟାଣୁଥିବାର ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ପାକିସ୍ତାନର ଜଣେ ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କର ଲୋକପ୍ରିୟତା ଅଚାନକ ବଢ଼ିଯାଇଛି।

ଖାନ ବାବା ଆମେରିକାରେ ଡବ୍ଲୁଡବ୍ଲୁ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ସେଠାରେ ୪୦୦ କିଲୋଗ୍ରାମ ଓଜନ ଉଠାଇ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ କେହି ଏହି ଭାରୋତ୍ତୋଳନ ରେକର୍ଡ ଭାଙ୍ଗି ନାହାନ୍ତି। ପ୍ରକୃତ ହଲ୍କଙ୍କୁ ମଧ୍ୟ ଏହି ରେକର୍ଡ ଭାଙ୍ଗିବାକୁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।

ହେଲେ ପାକିସ୍ତାନର ରେସଲର ଉସମାନ ବୁଲେଟ ଖାନ ଖାନ୍‌ ବାବାଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ଧରି କୁସ୍ତି ପାଇଁ ଖାନ ବାବାଙ୍କୁ ଚ୍ୟାଲେଞ୍ଜ କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଉତ୍ତର ମିଳିନାହିଁ। ଏଣୁ ଖାନ ବାବାଙ୍କ ସମସ୍ତ ଦାବି ଉପରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri