Posted inଫୁରସତ

ଏ ହେଉଛନ୍ତି ‘ପାକିସ୍ତାନର ହଲ୍କ’: ବ୍ରେକ୍‌ଫାଷ୍ଟରେ ଖାଆନ୍ତି ୪ କୁକୁଡା, ୩୬ ଅଣ୍ଡା, ୩ କିଗ୍ରା ମାଂସ, ୫ ଲିଟର କ୍ଷୀର

ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କିଏ, ଆପଣ ଜାଣନ୍ତି କି ? ହୁଏତ ଏହାର ଉତ୍ତର ହୁଏତ ବ୍ରାୟନ ଶୋ, ଏଡି ହଲ୍‌ ଅଥବା ହାଫଥୋର ଜନ୍‌ସନ୍‌ ହୋଇପାରେ। କିନ୍ତୁ ପାକିସ୍ତାନର ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜକୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ବୋଲି ଦାବି କରନ୍ତି। ସେ ହେଲେ ଅରବାବ ଖିଜର ହୟାତ ଓରଫ ଖାନ ବାବା। ତାଙ୍କୁ ଲୋକେ ପାକିସ୍ତାନୀ ହଲ୍କ ମଧ୍ୟ କହିଥାନ୍ତି। ଏବେ ଖାନ ବାବାଙ୍କୁ ୨୭ ବର୍ଷ ହୋଇଥିବା ବେଳେ ତାଙ୍କର ଲମ୍ବ ୬ ଫୁଟ ୩ ଇଞ୍ଚ ଏବଂ ଓଜନ ୪୩୬ କିଲୋଗ୍ରାମ ବୋଲି କୁହାଯାଉଛି।

ଖାନ ବାବା ନିଜ ବିଷୟରେ ଅନେକ ଦାବି କରନ୍ତି, ଯଦିଓ ତାଙ୍କ ଦାବିର ସତ୍ୟତା ପରୀକ୍ଷା କରାଯାଇିନାହିଁ। ସେ ପ୍ରାୟତଃ ନିଜର ଅଜବଗଜବ କାର୍ଯ୍ୟ ପାଇଁ ଖବର ଶିରୋନାମା ପାଲଟିଥାନ୍ତି। ଏକ ସାକ୍ଷାତକାରରେ ଖାନ ବାବା କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, ତାଙ୍କ ଶରୀର ହଠାତ୍‌ ବଢ଼ିବାକୁ ଲାଗିଥିଲା। ସେବେଠାରୁ ତାଙ୍କ ଶରୀର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଶରୀରର ଏହି ପରିବର୍ତ୍ତନ ଦ୍ୱାରା ସେ ବିବ୍ରତ ନ ହୋଇ ଖାଦ୍ୟ ସହିତ ଏହି ଶାରୀରିକ ପରିବର୍ତ୍ତନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଖାନା ବାବା ଦିନକୁ ପାଖାପାଖି ୧୦ ହଜାର କ୍ୟାଲୋରୀର ଖାଦ୍ୟ ଖାଇଥାନ୍ତି। ସେ ଜଳଖିଆରେ ୩୬ ଟି ଅଣ୍ଡା, ୪ କୁକୁଡ଼ା, ୩ କିଲୋଗ୍ରାମ ଲାଲ ମାଂସ ଏବଂ ୫ ଲିଟର କ୍ଷୀର ପିଅନ୍ତି। ହେଲେ ଏଯାବତ ତାଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଅସୁବିଧା ହୋଇ ନାହିଁ ବୋଲି ସେ ଦାବି କରିଛନ୍ତି। ମର୍ଦାନର ସ୍ଥାନୀୟ ବାସିନ୍ଦା ଖାନ ବାବାଙ୍କୁ ହିରୋ ଭାବରେ ଦେଖନ୍ତି। ଏବେ ସେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କର ଟ୍ରାକ୍ଟର ଟାଣୁଥିବାର ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ପାକିସ୍ତାନର ଜଣେ ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କର ଲୋକପ୍ରିୟତା ଅଚାନକ ବଢ଼ିଯାଇଛି।

ଖାନ ବାବା ଆମେରିକାରେ ଡବ୍ଲୁଡବ୍ଲୁ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ସେଠାରେ ୪୦୦ କିଲୋଗ୍ରାମ ଓଜନ ଉଠାଇ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ କେହି ଏହି ଭାରୋତ୍ତୋଳନ ରେକର୍ଡ ଭାଙ୍ଗି ନାହାନ୍ତି। ପ୍ରକୃତ ହଲ୍କଙ୍କୁ ମଧ୍ୟ ଏହି ରେକର୍ଡ ଭାଙ୍ଗିବାକୁ ସଂଘର୍ଷ କରିବାକୁ ପଡ଼ିବ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି।

ହେଲେ ପାକିସ୍ତାନର ରେସଲର ଉସମାନ ବୁଲେଟ ଖାନ ଖାନ୍‌ ବାବାଙ୍କ ଦାବିକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ଧରି କୁସ୍ତି ପାଇଁ ଖାନ ବାବାଙ୍କୁ ଚ୍ୟାଲେଞ୍ଜ କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଉତ୍ତର ମିଳିନାହିଁ। ଏଣୁ ଖାନ ବାବାଙ୍କ ସମସ୍ତ ଦାବି ଉପରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ମନ୍ଦିର, ଯେଉଁଠି ବ୍ୟବହୃତ ହୋଇନି ଲୁହା

ହରିୟାଣା: ଉତ୍ତରଭାରତର ଅମ୍ବାଲା ସିଟିର ଗୀତା ନଗରୀରେ ଜୈନ ମୁନି ବିଜୟ ଇନ୍ଦ୍ରଦ୍ୟୁମ୍ନ ସୁରେଶ୍ଚରଙ୍କ ସ୍ମୃତିରେ ଭିନ୍ନ ଧରଣର ଏକ ଗୋଲାକାର ମନ୍ଦିର ନିର୍ମାଣ କରାଯାଇଛି।...

ବହି ପଢା ନ ଶୁଣିଲେ କାନ୍ଦୁଛନ୍ତି ୧୦ମାସର ଶିଶୁ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ସାଧାରଣ ଭାବେ ଛୋଟ ଶିଶୁଙ୍କର ସମୟ ଖେଳକୁଦ କିମ୍ବା ଶୋଇବାରେ କଟିଥାଏ। ପଢ଼ିବା ଭଳି...

ପବିତ୍ର ତୀର୍ଥସ୍ଥଳୀ ମେଲୁକୋଟ: କେବେ ଓ କେମିତି ଯିବେ; କ’ଣ ଦେଖିବେ

କର୍ନାଟକସ୍ଥିତ ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ମେଲୁକୋଟର ବେଶ୍‌ ନାଁ ରହିଛି। ଏକାଧିକ ମନ୍ଦିର ଓ ଆଶ୍ରମ ସହିତ ଦେଖିବା ପାଇଁ ଏଠାରେ ରହିଛି ଅନେକ...

ପ୍ରଥମ ଦରମା ଟଙ୍କା ଘରକୁ ପଠାଉଥିଲି: ଜୀବନ ବଲ୍ଲଭ ମାନସିଂହ

ଖୋର୍ଦ୍ଧା ଜିଲା ଅନ୍ତର୍ଗତ କୁହୁଡ଼ିଠାରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ମାଟ୍ରିକ୍‌ ପାସ୍‌ କରିବା ପରେ ରାଉରକେଲାରେ ବାଣିଜ୍ୟ ବିଭାଗରେ ଇଣ୍ଟରମିଡିଏଟ୍‌...

ଏହି ଲାଇବ୍ରେରୀରେ ପାଳନ କରାଯାଇଥାଏ ବାଦୁଡ଼ି, କାରଣ ଜାଣିଲେ ହେବେ ଚକିତ

ପ୍ରତ୍ୟେକ ଦେଶର ଭାଷା, ଚାଲିଚଳନ, ବେଶଭୂଷା ଏବଂ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ। ଏମିତି ଦେଶ ଅଛି, ଯାହା ସମ୍ପର୍କରେ କିଛି ରୋଚକ କଥା ଜାଣିବାକୁ...

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି...

ସେଲିବ୍ରିଟିଙ୍କ ଫ୍ୟାନ୍‌: କିଏ କିଣିଲେ ଜହ୍ନରେ ଜମି ତ କିଏ ଆଣିଥିଲେ ବିବାହ ପ୍ରସ୍ତାବ

ଫ୍ୟାନ୍‌ ସିଏ, ଯେ ନିଜ ପ୍ରିୟ ତାରକାଙ୍କ ଖୁସିରେ ଖୁସି ହୁଅନ୍ତି, ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ତାଙ୍କୁ ଭଲ ପାଆନ୍ତି ଜୀବନଠୁ ବେଶି...

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

Advertisement
Archives

Model This Week