କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍‌ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ ଚେହେରା ସହ ମିଶିଥାଏ, ତେବେ ସେ ପ୍ରଶଂସା ସାଉଁଟିବା ସହ ଚର୍ଚ୍ଚାର ବିଷୟ ପାଲଟିଯାଏ। ଇତିମଧ୍ୟରେ ପାକିସ୍ତାନର ଜଣେ ଯୁବତୀ ଏବେ ସୋସିଆଲ ମିଡିଆର ସେନ୍‌ସେସନ୍‌ ପାଲଟିଛନ୍ତି। ପାକିସ୍ତାନରେ ରହୁଥିବା ହିନା ଖାଁଙ୍କ ଟିକ୍‌ଟକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ଦେଖି ଏବେ ସମସ୍ତେ ଚକିତ ହୋଇପଡ଼ିଛନ୍ତି। କାରଣ ଏହି ଯୁବତୀ ଜଣକ ଦେଖିବାକୁ ଏକଦମ୍‌ ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁରଙ୍କ ଭଳି।

କେବଳ ସେ କରିଶ୍ମାଙ୍କ ଭଳି ଦେଖାଯାଉନାହାନ୍ତି ତାଙ୍କପରି ଏକ୍ସପ୍ରେସନ୍‌ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କୁ ଦେଖିଲେ କେହିବି ସହଜରେ ଧୋକା ଖାଇଯିବେ। ହିନା କରିଶ୍ମାଙ୍କ ବଡ଼ ପ୍ରଶଂସକ ହୋଇଥିବା ବେଳେ ତାଙ୍କୁ କେହି କରିଶ୍ମାଙ୍କ ସହ ତୁଳନା କଲେ ଭଲ ଲାଗେ ବୋଲି ସେ କହିଛନ୍ତି। ସେହିପରି କରିଶ୍ମାଙ୍କ ପରି ନାଚିବା, ଗାଇବା ଓ କଥା କହିବାକୁ ହିନା ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ହିନାଙ୍କୁ କରିଶ୍ମାଙ୍କ ଗେଟଅପ୍‌ରେ ସଜେଇ ହୋଇ ଅଭିନୟ କରୁଥିବାର ଦେଖିବାକୁ ମିଳେ। ଏହାଛଡ଼ା ସେ ଟିକ୍‌ଟିକ୍‌ରେ ମଧ୍ୟ ଅଭିନୟ କରି ଭିଡିଓ ଅପଲୋଡ କରିଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ହଜାରେରୁ ଊର୍ଦ୍ଧ୍ୱ ଫଲୋଅର୍ସ ରହିଥିବା ବେଳେ ତାଙ୍କ ଭଡିଓକୁ ବେଶ୍‌ ପସନ୍ଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…

ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର...

ସମଲିଙ୍ଗୀ ବିବାହକୁ ଚର୍ଚ୍ଚର ନା

କ୍ୟାଥୋଲିକ୍‌ ଚର୍ଚ୍ଚ ସମଲିଙ୍ଗୀ ବିବାହ କରିଥିବା ଯୋଡ଼ିଙ୍କୁ ଆଶୀର୍ବାଦ ଦେବନାହିଁ ବୋଲି ସୋମବାର ଭାଟିକାନ ଘୋଷଣା କରିଛି। ଭଗବାନ ପାପକୁ ଆଶୀର୍ବାଦ ଦେଇପାରିବେ ନାହିଁ ବୋଲି...

ଛାଡ଼ପତ୍ର ଦେବେ ମିଆ

ଓ୍ବାଶିଂଟନ,୨୫ା୭: ବିବାହର ୨ ବର୍ଷ ପରେ ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫା ସ୍ବାମୀ ରବର୍ଟ ସାଣ୍ଡବର୍ଗଙ୍କଠାରୁ ଅଲଗା ହେବେ। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି।...

୨୪ ବର୍ଷ ଧରି ଭୂକମ୍ପ ଟିକସ ଆଦାୟ କରୁଛନ୍ତି ତୁର୍କୀ ସରକାର, ଏବେ ଲୋକେ ମାଗିଲେ ୪.୬ ବିଲିୟନ ଡଲାରର ହିସାବ…

ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଅତିକ୍ରମ କରିଛି। ଏଥି ସହିତ ଆହତଙ୍କ ସଂଖ୍ୟା ୮୦ ହଜାରରୁ...

ମେକ୍ସିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରରେ ଧକ୍କା ହେବା ପରେ ନିକଟରେ ଥିବା କିଛି ଘରେ ଲାଗିଲା ନିଆଁ

ମେକ୍ସିକୋ ସିଟି,୨୧ ।୧୦: ନର୍ଥ ଆମେରିକାର ମେସ୍କିକୋରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ୍ ତେଲ ଟ୍ୟାଙ୍କର...

ପାଣି କେମିତି କରିବେ ସଞ୍ଚୟ: ଟିପ୍ସ ଦେଲେ ଅମିର

ମୁମ୍ବାଇ, ୪।୭: ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ମୁନ୍ଦେ ପାଣି ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡା ହେବାକୁ ପଡୁଛି। ଏଭଳି...

କତରରେ ଚାଲିଥିବା ଫିଫା ୱାର୍ଲଡ କପ ଯୋଗୁ ସାରା ବିଶ୍ୱରେ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା?

ଦୋହା,୨୮ ।୧୧: ଫୁଟପ୍ରେମୀଙ୍କ ପସନ୍ଦର ଟୁର୍ନାମେଣ୍ଟ ଫିଫା ୱାର୍ଲଡ କପ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ଏକ ରିପୋର୍ଟରେ କତରରେ ବ୍ୟାପୁଥିବା...

‘କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିଶନ ଦାଖଲ, ଶୁଣାଣି କରିବାକୁ ମନା କଲେ ପ୍ରଧାନ ବିଚାରପତି

ଥିରୁଭାନନ୍ତପୁରମ୍‌,୪।୫: ଫିଲ୍ମ ‘କେରଲା ଷ୍ଟୋରି’ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ତେବେ ଫିଲ୍ମକୁ ନେଇ ବିବାଦ ଜାରି ରହିଛି। ଜମିୟତ ଉଲେମା-ଏ-ହିନ୍ଦର ଆଇନଜୀବୀ ‘କେରଲା ଷ୍ଟୋରି’...

Advertisement
Archives

Model This Week