Posted inଖେଳ

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ ବହୁତ ମୋଟା ହୋଇଗଲେଣି। ଫଳରେ ସେ ଉଇକେଟକିପିଂ ସମୟରେ ଦ୍ରୁତ ବୋଲରଙ୍କ ଆଗରେ ନଇଁ ପାରୁ ନାହାନ୍ତି ବୋଲି ସେ କହିଛନ୍ତି।

କାନେରିଆ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ପନ୍ତଙ୍କ ଉଇକେଟକିପିଂ ବିଷୟରେ କଥା ହେବାକୁ ଚାହୁଁଛି। ଯେତେବେଳେ ଜଣେ ଦ୍ରୁତ ବୋଲର ଆସୁଛନ୍ତି, ସେତେବେଳେ ତାଙ୍କ ବଲ୍‌ରେ ପନ୍ତ ନଇଁ ପାରୁ ନାହାନ୍ତି। ଏପରି ଲାଗୁଛି ତାଙ୍କ ଓଜନ ବଢ଼ିଗଲାଣି। ଯାହା ତାଙ୍କ ଫିଟ୍‌ନେସ ଉପରେ ପ୍ରଭାବ ପକାଉଛି।

କହିରଖୁଛୁ, ରୋହିତ ଶର୍ମା ଏବଂ କେ ଏଲ୍‌ ରାହୁଲଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ପନ୍ତ ଅଧିନାୟକତ୍ୱ କରୁଛନ୍ତି। ଏଯାବତ ସିରିଜର ୪ ମ୍ୟାଚ୍‌ ଖେଳାଯାଇଥିବା ବେଳେ ପନ୍ତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁନାହାନ୍ତି। ସିରିଜରେ ସେ ମାତ୍ର ୫୭ ରନ୍‌ ସଂଗ୍ରହ କରିଛନ୍ତି। ଲଗାତାର ଭାବେ ଅଫ୍‌ ଷ୍ଟମ୍ପ ବାହାର ବଲ୍‌କୁ ଖେଳିବାକୁ ଯାଇ ସେ ଉଇକେଟ ହରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଜାମ୍ପାଙ୍କୁ ଉଇକେଟ ଦେଲେ କୋହଲି

ରାଜକୋଟ,୧୭।୧- ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ ବଲରେ ଆଉଟ୍‌ ହୋଇଛନ୍ତି।...

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦- ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର...

ଦିନେ ଭାରତୀୟ ଦଳକୁ କରୁଥିଲେ ହଇରାଣ: ଏବେ ଦେଶ ଛାଡି ଭାରତ ପାଇଁ ଖେଳିବେ କ୍ରିକେଟ୍‌

ନୂଆଦିଲ୍ଲୀ,୩୦।୮: ଏସିଆ କପ ୨୦୧୮ର ଏକ ମ୍ୟାଚ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ପାଇଁ ସ୍ମରଣୀୟ। କ୍ରିକେଟ୍‌ର ଶିଶୁ କୁହାଯାଉଥିବା ହଂକଂ ଭଳି ଦଳ ଗ୍ରୁପ ମ୍ୟାଚରେ...

ଭାରତୀୟ ଟିମ୍‌ରୁ ଶାର୍ଦ୍ଦୁଳ ବାହାର ହେବା ପରେ ମଜା ଉଡାଇଲେ ଏହି ବ୍ୟାଟ୍ସମ୍ୟାନ୍‌; କହିଲେ ଏଭଳି

ଲର୍ଡସ,୧୨।୮: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା ଲର୍ଡସ କ୍ରିକେଣ୍ଡ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରୁ ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ...

ପୁଣି ବର୍ଷା: ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ

ନଟିଂହାମ,୧୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ବର୍ଷା କେବଳ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୁହଁ ପ୍ରଶଂସକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କରାଣ ହୋଇଛି। ବର୍ଷା ଯୋଗୁଁ ବିଶ୍ୱକପ୍‌ର...

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ...

ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ କୋହଲି

କାନବେରା, ୧।୧୨ : ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ରହିଛି ଏକ ବଡ଼ ରେକର୍ଡ ହାସଲ କରିବାର ସୁଯୋଗ। ବିଶ୍ୱର ଏହି ମହାନ...

ରୋନାଲ୍ଡୋଙ୍କ ଏକାଧିକ କିର୍ତ୍ତୀମାନ

ଲିସବନ (ପର୍ତ୍ତୁଗାଲ), ୧୨।୯- ୟୁରୋ ୨୦୨୦ ପ୍ରତିଯୋଗିତାର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳର ପର୍ତ୍ତୁଗାଲ ୫-୧...

Advertisement
Archives

Model This Week