Posted inଖେଳ

ମହିଳା ଏସିଆ ଟି-୨୦: ପାକିସ୍ତାନଠାରୁ ହାରିଲା ଭାରତ

ଢାକା,୭।୧୦: ସିଲହଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ମହିଳା ଏସିଆ କପ୍‌ ଟି-୨୦ ଭାରତ-ପାକିସ୍ତାନ ମହାମୁକାବିଲାରେ ପାକିସ୍ତାନ ୧୩ରନରେ ବିଜୟୀ ହୋଇଛି। ଅଧିନାୟକ ବିସ୍‌ମାହ ମୋରୋଫ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୧୩୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ପାକିସ୍ତାନ। ହେଲେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୪ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତର ରିଚା ଘୋଷ(ଉଇକେଟ କିପର) ସର୍ବାଧିକ ୨୬ ରନ୍‌ କରିଥିଲେ। ଅନ୍ୟପକ୍ଷେ ହରମାନପ୍ରୀତ କୌର ନେତୃତ୍ୱାଧୀନ ଭାରତର ଅନ୍ୟ ପ୍ରମୁଖ ବ୍ୟାଟର ଫେଲ୍‌ ମାରିଥିଲେ। ପାକିସ୍ତାନର ଅଲରାଉଣ୍ଡର ନିଦ୍‌ ରସିଦ୍‌ ଦାର ପ୍ଲେୟର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରେ ପହଞ୍ଚିପାରିବ ଭାରତ: ଜାଣନ୍ତୁ କେମିତି

ଦୁବାଇ,୧।୧୧: ଟି -୨୦ ବିଶ୍ୱକପ ୨୦୨୧ର ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର କୌଣସି ବ୍ୟାଟ୍ସମ୍ୟାନ...

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି...

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ...

ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେଉଛି । ଏହା ପରେ...

ସଙ୍କଟରେ ଭାରତ

ଅକ୍‌ଲାଣ୍ଡ ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ସଙ୍କଟଜନକ ସ୍ଥିତିରେ ପହଞ୍ଚତ୍ଛି। ୨୭୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା...

ଶୁଟିଂ ବିଶ୍ୱକପ: ରାହିଙ୍କୁ ସ୍ବର୍ଣ୍ଣ

ଓସିଜେକ୍‌, ୨୯ା୬ (ପି.ଟି.)-ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପରେ ବର୍ତ୍ତମାନ ଭଲ ଫର୍ମରେ ଥିବା ରାହି ସାର୍ନୋବତ୍‌ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ...

ଟପ୍‌ ଟେନ୍‌ରେ ହୋଣ୍ଡା ଇଣ୍ଡିଆ ରେସିଂ ଟିମ୍‌

ଭୁବନେଶ୍ୱର, ୧୪ା୮ (ସ୍ପୋଟର୍‌ସ ବ୍ୟୁରୋ)-ଚାଇନାର ଝୁଆଇ ସର୍କିଟରେ ଅନୁଷ୍ଠିତ ଏସିଆ ରୋଡ୍‌ ରେସିଂ ଚାମ୍ପିୟନଶିପ୍‌ (ଏଆର୍‌ଆର୍‌ସି)ର ୨ୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌...

Advertisement
Archives

Model This Week