ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି ଦଣ୍ଡାଦେଶ ଦିଆଯାଇଥିଲା ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି।
୨୦୧୧ ଏପ୍ରିଲ ୨ରେ ତତ୍କାଳୀନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜରଦାରି ସମ୍ବିଧାନର ଅନୁଚ୍ଛେଦ ୧୮୬ ଅଧୀନ ପ୍ରେସିଡେନ୍ସିଆଲ ରେଫରେନ୍ସ ବଳରେ ଏହି ସ୍ବତନ୍ତ୍ର ମାମଲାର ରାୟ ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରତିଷ୍ଠାତା ତଥା ତାଙ୍କ ଶ୍ୱଶୁର ଭୁଟ୍ଟୋଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ଅନୁଚିତ ଥିଲା ବୋଲି ଜର୍ଦ୍ଦାରି ଦର୍ଶାଇଥିଲେ। ୧୯୭୭ରେ ଭୁଟ୍ଟୋ ସରକାରଙ୍କ ପତନ ଘଟାଇଥିବା ଏକଚ୍ଛତ୍ରବାଦୀ ଶାସକ ହକ୍‌ଙ୍କ ଚାପରେ ୫୧ ବର୍ଷୀୟ ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିବା ଅନେକ ପାକିସ୍ତାନୀ ମନେକରନ୍ତି। ସେମାନଙ୍କ ମତରେ ଏହା ଏକ ନ୍ୟାୟ ବହିର୍ଭୂତ ହତ୍ୟା। ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେପି) କାଜି ଫଏଜ୍‌ ଇସାଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ବୃହତ୍‌ ପୀଠ କହିଛନ୍ତି, ଲାହୋର ହାଇକୋର୍ଟଙ୍କ ବିଚାର ଓ ସୁପ୍ରିମକୋର୍ଟରେ ଅପିଲକୁ ନେଇ ଉପରୋକ୍ତ ରାୟ ଦିଆଯାଇଥିଲା। କିନ୍ତୁ ଦେଶର ସମ୍ବିଧାନ ଓ ଆଇନ ଅନୁମତି ଦେଉ ନ ଥିବାରୁ ଏହି ରାୟକୁ ବଦଳାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ଶୀର୍ଷ ଅଦାଲତ ଏନେଇ ବିସ୍ତୃତ ଭାବେ ମତ ରଖିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri