Posted inଖେଳ

ଟିମ୍‌ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ରହିଥିବା ପାକିସ୍ତାନ ଦଳର ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଅନେକ ତ୍ରୁଟି କରିଥିଲେ।

”ବାବର ଆଜାମଙ୍କ ଦଳର ପ୍ରତ୍ୟେକ ଖେଳାଳି ଏବେ କେଉଁ ଭଳି ଅନୁଭବ କରୁଛନ୍ତି, ତାହା ମୁଁ ବୁଝିପାରୁଛି। କାରଣ କ୍ରିକେଟ ଫିଲ୍ଡରେ ମୁଁ ମଧ୍ୟ ସମାନ ପ୍ରକାର ନିରାଶର ସମ୍ମୁଖୀନ ହୋଇଛି। କିନ୍ତୁ ପୂରା ଟୁର୍ନାମେଣ୍ଟରେ ତୁମେମାନେ ଯେଉଁଭଳି ଖେଳିଲ ଓ ବିଜୟ ପରେ ପ୍ରଦର୍ଶିତ କରିଥିବା ମାନବିକତା ପାଇଁ ଗର୍ବିତ ହେବା ଉଚିତ୍‌। ଟିମ୍‌ ଅଷ୍ଟ୍ରେଲିଆକୁ ଶୁଭେଚ୍ଛା“ ବୋଲି ଇମ୍ରାନ ଟୁଇଟ୍‌ କରିଛନ୍ତି। ତାଙ୍କ ଭଳି ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ମଧ୍ୟ ଦଳକୁ ପ୍ରଶଂସା କରିଛନ୍ତି।

ମ୍ୟାଚ୍‌ରେ ୪ ଓଭରରେ ୪୪ ରନ୍‌ ଖର୍ଚ୍ଚ କରିବା ସତ୍ତ୍ୱେ ଉଇକେଟ ପାଇ ନ ଥିବା ହାସନ ଅଲି ଛାଡ଼ିଥିଲେ ମାଥ୍ୟୁ ଓ୍ବେଡଙ୍କ କ୍ୟାଚ୍‌। ଏଥିଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଉଛି। ତାଙ୍କ ସପକ୍ଷରେ ବାହାରିଛନ୍ତି କିମ୍ବଦନ୍ତୀ ପେସର ଓ୍ବାସିମ ଆକ୍ରମ। ଏଭଳି ପରିସ୍ଥିତିରେ ହାସନଙ୍କୁ ସମାଲୋଚନା କରିବା ବଦଳରେ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସ ଉଦ୍‌ଘାଟନ ଆଜି

ହାଙ୍ଗଝୋ, ୨୩ା୯ (ପି.ଟି.): ଏସିଆ ମହାଦେଶ ସର୍ବବୃହତ୍‌ କ୍ରୀଡ଼ା ମହୋତ୍ସବ ଏସିଆନ ଗେମ୍ସର ବିଧିବଦ୍ଧ ଉଦ୍‌ଘାଟନ ଶନିବାର ହେବ। କୋଭିଡ୍‌-୧୯ ମହାମାରୀ ପାଇଁ ଏକ ବର୍ଷ...

ଏପରି ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ବିରାଟ କୋହଲି

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଇଣ୍ଡିଆ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସମସ୍ତ ଖେଳାଳି କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହି ଖେଳ ଅଭ୍ୟାସ କରୁଛନ୍ତି।...

ଭାରତୀୟ କ୍ରିକେଟ୍‌ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ପୁମା ସର୍ବାଗ୍ରେ

ନୂଆଦିଲ୍ଲୀ,୮।୮(ପି.ଟି.): ଭାରତୀୟ କ୍ରିକେଟ ଦଳର କିଟ୍‌ ପ୍ରାୟୋଜକ ଦୌଡ଼ରେ ବିଶ୍ୱର ଦୁଇ କ୍ରୀଡ଼ା ପୋଷାକ ଉତ୍ପାଦନକାରୀ କମ୍ପାନୀ ପୁମା ଓ ଆଡିଡାସ ସାମିଲ ହୋଇଛନ୍ତି। ଜର୍ମାନୀ...

ଚାଲିଗଲେ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍‌

କୋଲକାତା, ୩୦।୭: ଭାରତର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଥିବା ସୌରଭ ଗାଙ୍ଗୁଲିଙ୍କ ପିଲା ଦିନର କୋଚ୍‌...

ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୬ (ତପନ ସ୍ବାଇଁ) ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ଜୁନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ୩ ସ୍ବର୍ଣ୍ଣ ଓ...

ଇତିହାସ ରଚିଲେ ନାଥନ୍‌ ଲିଅନ୍‌

ନାଗପୁର,୧୧।୨: ଭାରତ ବିପକ୍ଷ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନ ବୋଲର୍‌ ନାଥନ୍‌ ଲିଅନ୍‌ ଇତିହାସ ରଚିଛନ୍ତି। ସେ ପ୍ରଥମ ଇନିଂସର ୪୯...

ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୯।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସୀୟ କ୍ରିକେଟ ପରିଷଦ (ଏସିସି) ଶେଷରେ ଆଗାମୀ ଏସିଆ କପ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏଥର...

ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା

ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍‌ରେ...

Advertisement
Archives

Model This Week