ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍‌ ଅଭିନେତ୍ରୀ ରଚନା ସିଂହ ଯଦୁବଂଶୀ ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ଏବେ ଚର୍ଚ୍ଚାରେ।

ନିଜର ଏକ ଶୁଟିଂ ପାଇଁ ବାରଣାସୀ ପହଞ୍ଚିଥିଲେ ରଚନା। ସେଠାରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ଉତ୍ତରପ୍ରଦେଶରେ ମହିଳା ସଶକ୍ତିକରଣର ସେ ପ୍ରଶଂସା କରିଛନ୍ତି। ଏହାଛଡା ପ୍ରିୟଙ୍କା ଉତ୍ତରପ୍ରଦେଶ ନିର୍ବାଚନରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବାକୁ ନେଇ ରଚନା ନିଜର ପ୍ରତିକ୍ରିୟା ରଖିଥିଲେ।

ପ୍ରିୟଙ୍କା କେବଳ ନିର୍ବାଚନ ସମୟରେ ଦେଖାଦିଅନ୍ତି। ସେ ଯଦି ବାସ୍ତବରେ ମହିଳା ଏବଂ ଝିଅମାନଙ୍କ ପାଇଁ କିଛି କରିବାକୁ ଚାହାନ୍ତି ତେବେ ସେଭଳି କିଛି କରିବା ଉଚିତ ଯାହା ଉପରେ ସମସ୍ତେ ବିଶ୍ୱାସ କରିବେ। ଯଦି ମୁଁ ରାଜନୀତିକୁ ହଠାତ ଆସିଯାଏ। ବୋଧହୁଏ ପ୍ରିୟଙ୍କାଙ୍କଠାରୁ ଅଧିକ ଭୋଟ ମିଳିବ। ପ୍ରିୟଙ୍କାଙ୍କ ଭଳି ୫୫ ବର୍ଷୀୟ ମହିଳା ନିଜକୁ ଯୁବତୀ କହୁଛନ୍ତି। ତେବେ ମୁଁ କ’ଣ। ସୁଯୋଗ ମିଳିଲେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି ବୋଲି ରଚନା କହିଛନ୍ତି।

ସେହିଭଳି ଜିନ୍ନାଙ୍କ ପ୍ରଶ୍ନର ଜବାବରେ ସେ କହିଥିଲେ, ଭାରତ ଅବ୍‌ଦୁଲ କଲାମଙ୍କ ଭଳି ବ୍ୟକ୍ତିତ୍ୱର ଦେଶ। ମୁଁ ଦେଶଦ୍ରୋହୀଙ୍କ ବିଷୟରେ କଥା ହେବାକୁ ଚାହେଁନା। ବାବା ଶ୍ରୀ କାଶି ବିଶ୍ୱନାଥଙ୍କ ଭକ୍ତ ମୁଁ। ଭଗବାନ ରାମଙ୍କ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେଉଛି। କାଶୀରେ ବାବା ବିଶ୍ୱନାଥଙ୍କ ମନ୍ଦିର ଭବ୍ୟ ହେଉଛି। ମଥୁରାରେ ମଧ୍ୟ ସେଭଳି ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ କାହା ହାତରେ ଚାଲୁଥିବା କଣ୍ଡେଇ ନୁହେଁ: ଫାରୁଖ

ନୂଆଦିଲ୍ଲୀ,୩୦।୮: ପଡୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା। ସେ କହିଛନ୍ତି ସେମାନେ...

ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମମତା

କୋଲକାତା,୨୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ...

ଶେଷରେ ତୁଟିଲା କଳି: ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଲେ ସଚିନଙ୍କ ୫ ସହଯୋଗୀ

ଜୟପୁର,୨୧।୧୧: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟର ନୂତନ କ୍ୟାବିନେଟର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଛି। ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ୧୧ ଜଣ...

ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସମେତ ୫ ଖଲାସ…

ଚେନ୍ନାଇ,୧୨।୧୧ : ଶନିବାର ସନ୍ଧ୍ୟାରେ ତାମିଲନାଡୁର ଜେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏବଂ ଅନ୍ୟ ଚାରିଜଣ...

କରୋନା ଭାଇରସକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ କେରଳ ସରକାର

ଥିରୁଭାନନ୍ତପୁରମ,୪।୨: ଚାଇନାରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଧୀରେ ଧୀରେ ବିଭିନ୍ନ ଦେଶକୁ ମାଡିଚାଲିଛି। ଭାରତରେ ମଧ୍ୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି।...

ୟୁପିଏସ୍‌ସି ଆଶାୟୀଙ୍କୁ ଆଉ ଏକ ସୁଯୋଗ ଦିଆଯାଉ

ନୂଆଦିଲ୍ଲୀ, ୩୦।୧(ଆଇଏଏନ୍‌ଏସ୍‌): କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଆଶାୟୀଙ୍କୁ ପୂର୍ବରୁ ଅନେକ ସୁଯୋଗ ଦିଆଯାଇଥିବାବେଳେ ଆଉ ଗୋଟିଏ ଥର ସୁଯୋଗ ଦେବା ସମ୍ଭବ ନୁହେଁ କାହିଁକି...

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ...

୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି...

Advertisement
Archives

Model This Week