୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର ସିନ୍ଧ ଜିଲାରେ ଥିବା ୨ଟି ଥାନାରେ ୫ଟି କୁକୁଡା ଥିଲେ। ପୋଲିସ କୁକୁଡାଗୁଡିକୁ ଗତ ୮ ମାସ ତଳେ ଗଞ୍ଜା ଲଢେଇ ବେଳେ ଧରି ଆଣିଥିଲା। ପାକିସ୍ତାନରେ ଗଞ୍ଜା ଲଢେଇ ଅପରାଧ ବୋଲି ଧରାଯାଏ। ଏଥିରେ ଧରାପଡିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବର୍ଷେ ଜେଲ ଏବଂ ୫୦୦ ଟଙ୍କା ଜରିମାନା ଦେବାକୁ ପଡେ। କିଛି ମାସ ପୂର୍ବରୁ ପାଖାପାଖି ୨୪ ଜଣ ଲୋକଙ୍କୁ ଗଞ୍ଜା ଲଢେଇବେଳେ ଧରି ଆଣିଥିଲା। ଏହା ସହ ୫ଟି କୁକୁଡାକୁ ମଧ୍ୟ ଆଣିଥିଲା। ସମ୍ପୃକ୍ତ ଅଭିଯୁକ୍ତମାନେ ଜାମିନ ପାଇଥିବାବେଳେ ପୋଲିସ କୁକୁଡାଗୁଡିକୁ ଜେଲରେ ରଖିଥିଲା। କୌଣସି ବ୍ୟକ୍ତି କୁକୁଡାଗୁଡିକୁ ନେବା ପାଇଁ ମାଲିକାନା ଜାହିର କରି ନ ଥିଲେ। ନିକଟରେ ସ୍ଥାନୀୟ ନିବାସୀ ଜଫର ମୀରାନୀ ସିଭିଲ ଅଦାଲତରେ ଅପିଲ କରିଥିଲେ ଯେ, କୁକୁଡାଗୁଡିକୁ ତାଙ୍କୁ ଦିଆଯାଉ। ଫଳରେ ପୋଲିସ କୁକୁଡାଗୁଡିକୁ ଜଫଙ୍କ ହସ୍ତାନ୍ତର କରିଛି।
କୁକୁଡାଗୁଡିକ ଜେଲରେ ଥିବାବେଳେ ପୋଲିସ ତାର ଯତ୍ନ ନେଉଥିଲା। ଖୋଲା ଆକାଶରେ ବୁଲିବାର ସୁଯୋଗ ଦେଇଥିଲା। ପୋଲିସ ନିଜ ପକେଟରୁ ପ୍ରତିଦିନ ୧୦୦ ଟଙ୍କା ଖର୍ଚ୍ଚ କରି କୁକୁଡା ପାଇଁ ଖାଦ୍ୟ ଆଣୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୟଲେଟର ମୂଲ୍ୟ ୧୭୪ କୋଟି

ଦୀର୍ଘ ଦଶନ୍ଧି ଧରି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ପୁରୁଣା ଟେକ୍‌ନୋଲୋଜିର ଟୟଲେଟ୍‌ ବ୍ୟବହାର କରିଆସୁଥିଲା। ବର୍ତ୍ତମାନ ସେ ଏକ...

୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର...

କୁମ୍ଭୀରକୁ ଗିଳିଲା ଅଜଗର, ସୋସିଆଲ ମିଡିିଆରେ ଫଟୋ ଭାଇରାଲ

କୁମ୍ଭୀରକୁ ପାଣିର ରାଜା କୁହାଯାଏ। କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ। କିନ୍ତୁ ଏକ ଅଜଗର...

ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି...

ପ୍ରଥମ ବେତନରେ ବୃକ୍ଷରୋପଣ କରିଥିଲି: ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି

ଆଇନଜୀବୀ, ସମାଜସେବୀ ତଥା ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗିଆପଡ଼ା ଗ୍ରାମପଞ୍ଚାୟତ ଅଧୀନ ଅରାଙ୍ଗ...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ...

ଚିନ୍ତାରେ ଡାକ୍ତର: ସୁସ୍ଥ ହେବା ପରେ ବି ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ !

ରୋମ,୧୯।୩: ଚାଇନା ପରେ ଏବେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୭୧୩। ସେହିପରି...

ଆସିଲା ଖୁସି ଖବର: ମାଙ୍କଡ଼ଠାରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ; ସେପ୍ଟେମ୍ବର ସୁଦ୍ଧା ୧୦ ଲକ୍ଷ ଟୀକା ହେବ ପ୍ରସ୍ତୁତ

ଓ୍ବାଶିଂଟନ,୨୯।୪: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କଦେଖାଛି। ଏପରିସ୍ଥଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଚ୍ୟୁଟ୍‌ ରେ କରୋନା ପ୍ରତିଷେଧକ ଟୀକାର ସଫଳ ପ୍ରୟୋଗ ସମ୍ପନ୍ନ ହୋଇଛଇ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *