୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ସେ ବନ୍ଦୀ ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ସୂଚନା ଦିଆଯାଇଥିଲା। ତେବେ ଏହାର ଏକ ବର୍ଷ ପରେ ରାଓ୍ବଲପିଣ୍ଡି ରେଡ଼ିଓ ମଙ୍ଗଳ ଜୀବିତ ଥିବା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ମନ ଦୁଃଖ କରିଥିଲେ। ପରେ ସେ ଜୀବିତ ଥିବା ଶୁଣି ମନରେ ଖୁସି ଆସିଥିଲେ ବି ସେ କେବେ ଫେରିବେ ସେ ନେଇ ପରିବାର ଲୋକେ ଆଶଙ୍କାରେ ଥିଲେ। ୧୯୬୨ରେ ମଙ୍ଗଳ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବାଂଲାଦେଶସୀମାରେ ଲଢୁଥିବାବେଳେ ତାଙ୍କୁ ବନ୍ଦୀ କରାଯାଇଥିଲା। ଏବେ ସେ କୋଟ ଲଖପତ୍‌ଜେଲ୍‌ରେ ରହିଛନ୍ତି। ଘରେ ମଙ୍ଗଳଙ୍କ ବାଟ ଚାହିଁ ସ୍ତ୍ରୀ ସତ୍ୟା ଦେବୀ ଏବଂ ପୁଅ ଦଲଜିତ୍‌ ସିଂ ବସିଛନ୍ତି। ଇତିମଧ୍ୟରେ ଦଲଜିତ୍‌ ସେନାରୁ ଅବସର ମଧ୍ୟ ନେଇଛନ୍ତି। ପିତାଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରିବା ଲାଗି ସେ ଭାରତ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

ଆସନ୍ତା ବର୍ଷ ଚାଲିବ ଭାରତର ପ୍ରଥମ ବୁଲେଟ ଟ୍ରେନ; ଘୋଷଣା ହେଲା ନୂଆ ରୁଟ

ନୂଆଦିଲ୍ଲୀ,୧୨।୭: ଭାରତରେ ଖୁବଶୀଘ୍ର ବୁଲେଟ ଟ୍ରେନ ଟ୍ରାକରେ ଦୌଡିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ପ୍ରଥମ…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ମୃତ୍ୟୁ; ରୁଷୀୟ ତୈଳ କ୍ରୟ ଉପରେ ଭାରତକୁ ଦେଇଥିଲେ ଧମକ

ଓ୍ବାଶିଂଟନ,୧୨।୭: ଦକ୍ଷିଣ କାରୋଲିନାର ଦୀର୍ଘକାଳୀନ ରିପବ୍ଲିକାନ ସାଂସଦ ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ସହଯୋଗୀ…

୧୧ ଭାରତୀୟ ଥିବା ଜାହାଜ ଉପରକୁ ଆକ୍ରମଣ କଲା ଇରାନ, ଜଣେ ନିଖୋଜ, ପ୍ରତିକ୍ରିୟା ଦେଲା ଭାରତ

ନୂଆଦିଲ୍ଲୀ/ତେହରାନ,୧୨।୭: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଓମାନ ଉପକୂଳରେ ଯେତେବେଳେ ଏହି ଆକ୍ରମଣ ଘଟିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri