Posted inଜାତୀୟ

ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। କୁହାଯାଉଛି ଭାରତ କୁଆଡେ ନକଲି ଲଢୁଆ ବିମାନ ପଠାଇ ପାକିସ୍ତାନକୁ ଭକୁଆ ବନେଇଥିଲା। ଅପରେଶନ ସିନ୍ଦୂରର ସଫଳତାକୁ ନେଇ ସାରା ଦେଶ ଖୁସି ମନାଉଥିବା ବେଳେ, ଏଥିରେ ବ୍ୟବହୃତ ବହୁ ରୋଚକ ରଣନୀତିକୁ ବି ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ଅସଲି ଏୟାର୍‌ ଷ୍ଟ୍ରାଇକ କରିବା ଆଗରୁ, ଆକାଶରେ ପ୍ରଥମେ ଏକ ନକଲି ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା ଭାରତ। ଯାହାକି ପାକିସ୍ତାନର ଏୟାର୍‌ ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିବାରେ ସହାୟକ ହୋଇଥିଲା ବୋଲି କୁହାଯାଉଛି। ଆଉ ତା ପରେ ତାଣ୍ଡବ ରଚିଥିଲା ପ୍ରାୟ ୧୫ ବ୍ରହ୍ମୋସ।

ତେବେ ଡୁପ୍ଲିକେଟ ରାଫେଲକୁ ଖସାଇ ଖୁସି ହୋଇଥିଲା କି ପାକିସ୍ତାନ ? ଅପରେଶନ ସିନ୍ଦୂରରେ ପାକିସ୍ତାନ ବନିଥିଲା ‘ଭକୁଆ’। ଚକମା ଦେଇଥିଲା ଭାରତର ପ୍ଲାନ। ଭାରତ ପଠାଇଥିଲା ‘ଡମି’ ଏୟାରକ୍ରାଫ୍ଟ । ମେ ୯-୧୦ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନ ଏମିତି ବୋକା ବନିଥିଲା ଯେ, ଯାହାକୁ ଏବେ ବି ସହଜରେ ହଜମ କରିପାରୁନି । ପାକିସ୍ତାନର ୧୧ ବାୟୁସେନା ଘାଟି ଉପରେ ଅସଲି ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ, ପ୍ରଥମେ ନକଲି ଆଟାକ କରିଥିଲା ଭାରତ। ପାକିସ୍ତାନ କେଉଁଠି ନିଜର ରାଡାର୍‌ ଓ ଏୟାର ଡିଫେନ୍ସ ସିଷ୍ଟମ ଲୁଚାଇ ରଖିଛି, ତାର ଠିକଣା ଜାଣିବାକୁ ପ୍ରଥମେ ଆକାଶରେ ସୃଷ୍ଟି କରାଯାଇଥିଲା ଜୋରଦାର ଆକ୍ରମଣର ଭ୍ରମ ।
ଶତ୍ରୁ ରାଡାରରେ ଅବିକଳ ଫାଇଟର୍‌ ଜେଟ ଭଳି ଦିଶୁଥିବା ଅନମ୍ୟାନଙ୍କ ଟାର୍ଗେଟ ଏୟାରକ୍ରାଫ୍ଟ ବା ପାଇଲଟ ନଥିବା ନକଲି ଲଢୁଆ ବିମାନକୁ ପାକିସ୍ତାନ ଭିତରକୁ ଛାଡିଥିଲା। ରାତିର ଅନ୍ଧାରରେ ଆକାଶରେ କ୍ଷୀପ୍ର ଗତିରେ ମାଡିଯାଇ ଏହି ଡମି ଏୟାରକ୍ରାଫ୍ଟଗୁ ଅସଲି ଫାଇଟର୍‌ ଜେଟ ଭାବି, ସକ୍ରିୟ ହୋଇ ଉଠିଥିଲା ପାକିସ୍ତାନର ଏୟାର ଡିଫେନ୍ସ ନେଟୱର୍କ। ପାକିସ୍ତାନ ବ୍ୟବହାର କରୁଥିବା ଚାଇନା ମେଡ HQ-9 ମିଜାଇଲ ସିଷ୍ଟମ ଓ ରାଡାର୍‌ ଆଦି ଆକ୍ଟିଭେଟ ହେବା ମାତ୍ରେ, ଏହାର ସଠିକ ଲୋକେଶନ ଜାଣିପାରିଥିଲା ଭାରତ । ଆଉ ତତକ୍ଷଣାତ ସେଠାକୁ ଆତ୍ମଘାତୀ ଡ୍ରୋନ ପଠାଇ ଆଖି ପିଛୁଳାକେ ସେଗୁଡିକୁ ଧ୍ୱଂସ କରିଦେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

‘ମୋତେ ଲାଜ ଲାଗୁଛି’, ଏମିତି କାହିଁକି କହିଲେ ନୀତିନ ଗଡକରୀ, ଯାହାକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍‌ଲୀ,୧୦।୯: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମୁମ୍ୱାଇ-ଗୋଆ ହାଇୱେ ପ୍ରକଳ୍ପରେ ହୋଇଥିବା ବିଳମ୍ୱକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଆର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଘୋଷଣା କଲା BCCI, ଅକ୍ଟୋବର ୬ରେ…

ନୂଆଦିଲ୍ଲୀ,୧୦।୯: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଛି ବଡ଼ ଖବର। ଆହତ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କ୍ରିକେଟରୁ ଦୂରେ…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

ମା’ଙ୍କୁ ଭରଣପୋଷଣ ଦେଉନାହାନ୍ତି ଭାଗ୍ୟବାନ: ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ଭାଗ୍ୟବାନ ଗୌଡ଼ (୪୨)ଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ବ୍ରହ୍ମପୁର ଫେମିଲି କୋର୍ଟକୁ…

ଶୁକ୍ରବାର ରାତିରେ ରାଶି ପରିବର୍ତ୍ତନ କରିବେ ଚନ୍ଦ୍ର: ବୃଷ-ସିଂହ ସହ ଏହି ରାଶିଙ୍କୁ ଫାଇଦା ହିଁ ଫାଇଦା, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ୧୧ ସେପ୍ଟେମ୍ବର ୨୦୨୬ ରାତି ୭ଟା ୮ ମିନିଟ୍‌ରେ ଚନ୍ଦ୍ର ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ଏହି…

୨୩ରେ ଯାତ୍ରାପୀଠକୁ ଅଣାଯିବ ଶୁଭଖୁଣ୍ଟି; ୮ ଦିନ ଧରି ଚାଲିବ ଯାତ୍ରା

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଗଣପର୍ବ ଭାବେ ପରିଚିତ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ପରିଚାଳନା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri