ଆତଙ୍କବାଦର ପ୍ରତିରୋଧ ପାଇଁ ପାକିସ୍ତାନ-ଇରାନର ସହମତ

ଇସ୍‌ଲାମାବାଦ,୨୦।୧: ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଦିନକ ପରେ ଇସ୍‌ଲାମାବାଦ ପାଲଟା ଜବାବ ଦେବା ପରେ ଦୁଇଦେଶ ମଧ୍ୟରେ ସୃଷ୍ଟ ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଏଥିସହିତ ଆତଙ୍କବାଦର ପ୍ରତିରୋଧ ପାଇଁ ସହଯୋଗ ବଢ଼ାଇବାକୁ ମଧ୍ୟ ଦୁଇ ଦେଶ ସହମତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଜଲିଲ ଆବ୍ବାସ ଜିଲାନି ତାଙ୍କ ଇରାନ ପ୍ରତିପକ୍ଷ ହୋସେଇନ୍‌ ଅମିର-ଅବଦୋଲ୍ଲାହିଆନ୍‌ଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିଲେ। ପାରସ୍ପରିକ ବିଶ୍ୱାସ ଓ ସହଯୋଗ ଆଧାରରେ ଇସ୍‌ଲାମାବାଦ ତେହରାନ ସହ କାମ କରିବାକୁ ଆଗ୍ରହୀ ବୋଲି ଜିଲାନି ଜଣାଇଥିଲେ। ଆଞ୍ଚଳିକ ସଂହତି ଓ ସାର୍ବଭୌମତ୍ୱକୁ ସମ୍ମାନ ସହଯୋଗର ଆଧାର ହେବା ଆବଶ୍ୟକ ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ କହିଥିଲେ।

ଦୁଇ ଦେଶ ପରସ୍ପରର ରାଷ୍ଟ୍ରଦୂତମାନଙ୍କୁ ଫେରାଇ ନେଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସୁରକ୍ଷା ପ୍ରସଙ୍ଗରେ ସହଯୋଗରେ ଘନିଷ୍ଠତାର ଆବଶ୍ୟକତା ରହିଛି ବୋଲି ଜିଲାନି କହିବା ସହ ସବୁ କ୍ଷେତ୍ରରେ ଇରାନ ସହ ଏକାଠି କାମ କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌ ଅଲ୍‌-ଅଦଲର ୨ଟି ଶିବିର ଉପରେ ମଙ୍ଗଳବାର ଇରାନ ଡ୍ରୋନ୍‌ ଆକ୍ରମଣ କରିଥିଲା। ପାକିସ୍ତାନ ଗୁରୁବାର ଭୋର ସମୟରେ ଇରାନରେ ସକ୍ରିୟ ଥିବା ବେଲୁଚ୍‌ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ଟାର୍ଗେଟ୍‌ କରି ପାଲଟା ଆକ୍ରମଣ କରବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ

ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ...

ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ବିରୋଧୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର: ହସିନା

ଢାକା/ନୂଆଦିଲ୍ଲୀ,୩।୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସା ଜାରି ରହିଛି। ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା...

ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି

ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ...

ସେକ୍ସ ଓ୍ବାର୍କରଙ୍କୁ ମିଳିବ ପେନସନ ସହ ମ୍ୟାଟରନିଟି ଲିଭ, ଐତିହାସିକ ଆଇନ ଲାଗୁ

ଲଣ୍ଡନ,୩।୧୨: ବେଲଜିୟମ ସରକାର ନିକଟରେ ସେକ୍ସ ଓ୍ବାର୍କରମାନଙ୍କ ପାଇଁ ଏକ ଐତିହାସିକ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ ଦେଶରେ ଯୌନ କର୍ମୀଙ୍କ ଅଧିକାରକୁ...

ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍‌ ଭୋଗିବ ପରିଣାମ

ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା...

ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା

ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ...

ଫୁଟବଲ ମ୍ୟାଚ ସମୟରେ ସଂଘର୍ଷ, ୧୦୦ରୁ ଅଧିକ ମୃତ

ଗୁଇନିଆ,୨।୧୨: ଗୁଇନିଆର ଦ୍ୱିତୀୟ ବୃହତ୍ତମ ସହର ଏନ ଜିରିକୋରେ(N’Zerekore) ରେ ଏକ ଫୁଟବଲ ମ୍ୟାଚ ରେ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷରେ ରବିବାର ଡଜନେରୁ ଅଧିକ ଲୋକଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri