Pakistan Election 2024: ଜେଲ୍‌ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ

ଇସଲାମବାଦ,୧୦।୨: ପାକିସ୍ତାନ ନିର୍ବାଚନରେ ହୋଇଛି କଡା ଟକ୍କର। ସେତିକି ରୋଚକ ହୋଇଛି ରେଜଲ୍ଟ। ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍‌ଙ୍କୁ ଶାସନଗାଦିରୁ ଆଉଟ୍‌ କରିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ବିରୋଧି। ହେଲେ ଫଳାଫଳରେ ତାଙ୍କ ସମର୍ଥିତ ଦଳ କରିଛନ୍ତି କମାଲ। କିନ୍ତୁ ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି ସେଥିରେ କିଏ ସରକାର କଠନ କରିବ ତାହା ସମସ୍ତଙ୍କୁ ଜଣା। ହେଲେ ଇମ୍ରାନ ଓ ନଓ୍ବାଜ ଶରିଫ୍‌ଙ୍କ ହାଇଡ୍ରାମା ମଧ୍ୟରେ କିଏ ଗାଦି ହାତେଇବ ତାହା ଦେଖିବା ବାକି ରହିଛି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାରୀ ଭାବେ ଫଳାଫଳ ଘୋଷଣା ନ ହୋଇଥିଲେ ମଧ୍ୟ ଏଥର ପାକିସ୍ତାନ ନିର୍ବାଚନରେ ସବୁଠୁ ଅଧିକ ଆସନ ଜିତିଛନ୍ତି ସ୍ବାଧିନ ପ୍ରାର୍ଥୀ। ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିଟିଆଇ ସମର୍ଥିତ ପାର୍ଟି।
ସରକାର ଗଢ଼ିବା ପାଇଁ ୧୩୩ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଫଳାଫଳ ଅନୁଯାୟୀ ଶରିଫଙ୍କ ଦଳ ୪୨ ଆସନ ଜିତିଛି। ଅନ୍ୟପକ୍ଷରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି। ଘୋଷିତ ୧୩୯ ଆସନ ମଧ୍ୟରୁ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ୫୫ଟିରେ ବିଜୟ ହୋଇଛନ୍ତି। ପିପିପିକୁ ୩୫ ଆସନ ମିଳିଛି। ଅନ୍ୟ ଆସନଗୁଡ଼ିକ ଛୋଟ ଦଳକୁ ଯାଇଛି। ସରକାର ଗଢ଼ିବାକୁ ହେଲେ ୨୬୫ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ୧୩୩ ଆସନରେ ବିଜୟୀ ହେବା ଆବଶ୍ୟକ। ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଭୋଟ ରିଗିଂ ହେବା ନେଇ ଅଭିଯୋଗ ହୋଇଛି।
ଇମ୍ରାନଙ୍କ ଅନୁପସ୍ଥିତିରେ ନଓ୍ବାଜ ଗଡ ଜିତିଥାନ୍ତେ ଏକରକମ ପକ୍କା ଥିଲା ବୋଲି କୁହାଯାଉଥିଲା। ହେଲେ ଇମ୍ରାନଙ୍କ ସମର୍ଥିତ ସ୍ବାଧିନ ପ୍ରାର୍ଥୀ ବିରୋଧିଙ୍କୁ ଦେଇଛନ୍ତି ବଡ ଝଟ୍‌କା। ତେବେ ଳବେ ବି ସରକାର କିଏ କରିବ ସସପେନ୍ସ ଜାରି ରହିଥିବାବେଳେ ଭୋଟ ରିଗିଂ ହେବାର ମଧ୍ୟ ସମ୍ଭାବନା ରହୁଛି। ଅନ୍ୟପଟେ ନଓ୍ବାଜଙ୍କୁ ଦେଶର ସେନା ସମର୍ଥନ ରହୁଥିବାବେଳେ ଶେଷ ମୂହୁର୍ତ୍ତରେ ପାଶା ପଲଟିପାରେ ମଧ୍ୟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri