ସଂଯମତା ରକ୍ଷା କର, ମାହୋଲ ବିଗିଡିବା ଭଳି ପଦକ୍ଷେପ ନ ନିଅ: ଆକ୍ରମଣ ପରେ ଇରାନକୁ ଅପିଲ କଲା ପାକିସ୍ତାନ

ଇସଲାମାବଦ,୧୮।୧: ଇରାନ ମଙ୍ଗଳବାର ପାକିସ୍ତାନ ଉପରେ ଆକ୍ରମଣ କରିଥିବାବେଳେ ପାକିସ୍ତାନ ଗୁରୁବାର ଇରାନ ଉପରେ ଆକ୍ରମଣ କରିଛି। ଇରାନ ଜୈଶ ଅଲ-ଅଦଲ ଗୋଷ୍ଠୀର ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ଦେଶର ସୁରକ୍ଷା ବିରୋଧରେ ଆକ୍ରୋଶର ଜବାବରେ ଇରାନ ଦ୍ୱାରା ନିଆଯାଇଥିବା ଅନ୍ୟ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି କହିଥିଲା। ଇରାନ ଦ୍ୱାରା କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଚଳାଇବାକୁ ନେଇ ପାକିସ୍ତାନ କ୍ରୋଧ ପ୍ରକାଶ କରିଥିଲା। ପାକିସ୍ତାନ ଗୁରୁବାର ଏହାର ପ୍ରତିଶୋଧ ନେଇଛି। ପାକିସ୍ତାନୀ ବାୟୁସେନା ଇରାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଏୟାରଷ୍ଟାଇକ କରିଛି। ଏହି ଆକ୍ରମଣ ପରେ ପାକିସ୍ତାନ ବର୍ତ୍ତମାନ ଇରାନକୁ ସଂଯମତା ରକ୍ଷା ପାଇଁ ନିବେଦନ କରିଛି। ପାକିସ୍ତାନ ଅପିଲ କରିଛି ଯେ ଇରାନ ଏପରି ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ନୁହେଁ, ଯେଉଁଥିରେ ମାହୋଲ ଆହୁରି ଖରାପ ହେବ।

ଇରାନର ସରକାରୀ ମିଡିଆ ଅନୁଯାୟୀ, ଇରାନର ଦକ୍ଷିଣପୂର୍ବ ସୀମା କ୍ଷେତ୍ର ଉପରେ ଗୁରୁବାର ପାକିସ୍ତାନର ମିଶାଇଲ ଆକ୍ରମଣରେ ପ୍ରାୟ ୩ ମହିଳା ଏବଂ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ୍ତ ଜଳିଗଲେ ୧୬ ଛାତ୍ରୀ

ନାଇରୋବି,୨୮।୫: କେନିଆର ନାକୁରୁ କାଉଣ୍ଟିର ଗିଲଗିଲ୍ସ୍ଥିତ ଉତୁମିଶି ବାଳିକା ଏକାଡେମୀର ଏକ ଛାତ୍ରାବାସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଦେଶକୁ ଥରାଇ ଦେଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ,…

ଜୁନ୍ ୧ରୁ ବଦଳୁଛି Indane, Bharat ଏବଂ HP ଗ୍ୟାସର ୬ଟି ନିୟମ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ,୨୮।୫: ଯଦି ଆପଣଙ୍କ ପରିବାର Indane, Bharat ଗ୍ୟାସ, କିମ୍ୱା HP ଗ୍ୟାସର ଏକ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଆଗାମୀ ମାସଟି ଆପଣଙ୍କ ପାଇଁ…

ଇଦ୍‌ରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ସଲମାନ

ଅଭିନେତା ସଲମାନ ଖାନଙ୍କ ଓ୍ବାର୍‌ ଡ୍ରାମା ଫିଲ୍ମ ‘ମାତୃଭୂମି: ମେଁ ରେଷ୍ଟ ଇନ୍‌ ପିସ୍‌’ର ଏକ ନୂତନ ଗୀତ ଇଦ୍‌-ଉଜ୍‌-ଜୁହାର ବିଶେଷ ଅବସରରେ ମୁକ୍ତିଲାଭ କରିଛି। ଏହା…

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ସରକାରଙ୍କ ବଡ଼ ପ୍ଲାନ! ଖୁବଶୀଘ୍ର ବଦଳିବାକୁ ଯାଉଛି ପେଟ୍ରୋଲ ପକାଇବାର ନିୟମ…

ନୂଆଦିଲ୍ଲୀ,୨୮।୫: ଭାରତରେ ପେଟ୍ରୋଲ ପମ୍ପର ଗ୍ରାହକମାନେ ଖୁବ ଶୀଘ୍ର ବିଭିନ୍ନ ପ୍ରକାରର ଇଥାନଲ-ମିଶ୍ରିତ ପେଟ୍ରୋଲ ବାଛିବାର ବିକଳ୍ପ ପାଇପାରିବେ, ଯାହା ସେମାନଙ୍କର ର୍ନିଦ୍ଦିଷ୍ଟ ଯାନ ପାଇଁ ଉପଯୁକ୍ତ।…

ଆଜି ପାଇଁ ସାବଧାନ ରୁହନ୍ତୁ ଏହି ଜିଲାବାସୀ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୨୮।୫: ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସାଙ୍ଗକୁ ଝଡ଼ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଗୋଟିଏ ଫିଲ୍ମରୁ ରାତାରାତି ଷ୍ଟାର୍‌ ବନିଲେ ଏହି ୟଙ୍ଗ ଆକ୍ଟର; କେବଳ ଐଶ୍ୱର୍ଯ୍ୟା-ବିଜୟ ନୁହେଁ, ଶାହାରୁଖଙ୍କୁ ବି ପକାଇଲେ ପଛରେ…

ମୁମ୍ବାଇ: ଇଣ୍ଟରନେଟ ମୁଭି ଡାଟାବେସ (IMDb) ପକ୍ଷରୁ ଚଳିତ ସପ୍ତାହର ସବୁଠାରୁ ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ…

ହଠାତ୍ କାହିଁକି ବନ୍ଦ ହେଲା LPG ସବସିଡି? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ନୂଆଦିଲ୍ଲୀ,୨୮।୫: ଭାରତରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର କୋଟି କୋଟି ପରିବାର ପାଇଁ ଏଲପିଜି ସିଲିଣ୍ଡର (LPG Cylinder) ଉପରେ ମିଳୁଥିବା ସବସିଡି ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri