Posted inଫୁରସତ

ପକ୍କେ ବାଘ ଅଭୟାରଣ୍ୟ ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି ବାଘ ସଂରକ୍ଷଣ କେନ୍ଦ୍ରଟି ପାଖୁଇ ରିଜର୍ଭ ଫରେଷ୍ଟ ଭାବେ ପ୍ରଥମେ ଏଠାରେ ଗଢ଼ି ଉଠିଥିଲା। ପରେ ୧୯୭୭ ମସିହାରେ ଏହି ଅଞ୍ଚଳକୁ ଏକ ଗେମ୍‌ ରିଜର୍ଭ ର ରୂପ ଦିଆଗଲା। ପୁନର୍ବାର ୨୦୦୧ରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ପାଖୁଇ ବନ୍ୟପ୍ରାଣୀ ଅଭୟାରଣ୍ୟ ରଖାଗଲା। ମାତ୍ର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୨୦୦୨ରେ ବାଘମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଠାରେ ପ୍ରୋଜେକ୍ଟ ଟାଇଗର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା; ଯଦ୍ଦ୍ବାରା ଏହାର ନାମ ପରିବର୍ତ୍ତିତ ହୋଇ ପାଖୁଇ ବାଘ ସଂରକ୍ଷଣ କେନ୍ଦ୍ର ହେଲା। କିଛିଦିନ ପରେ ଜିଲାର ନାମାନୁସାରେ ଏହା ଲୋକମୁଖରେ ପକ୍କେ ବାଘ ସଂରକ୍ଷଣ କେନ୍ଦ୍ର ଭାବେ ପରିଚିତ ହେବାକୁ ଲାଗିଲା।

କ’ଣ ଦେଖିବେ
ଯେହେତୁ ଏହା ଏକ ବାଘ ସଂରକ୍ଷଣ କେନ୍ଦ୍ର, ତେଣୁ ଏଠାରେ ଅଧିକ ସଂଖ୍ୟାରେ ବାଘ ଦେଖାଯିବା ସ୍ବାଭାବିକ କଥା। ମୁଖ୍ୟତଃ ମହାବଳ ବାଘ, ଚିତାବାଘ ଏଠାରେ ଅଧିକ ଦେଖାଯାଇଥାନ୍ତି। ବାଘଙ୍କ ବ୍ୟତୀତ ପର୍ଯ୍ୟଟକ ଏଠି ଜଙ୍ଗଲୀ ବିଲେଇ, ଜଙ୍ଗଲୀ କୁକୁର, ହାତୀ, ବୋବାଉଥିବା ହରିଣ, ଗୟଳ, ଶମ୍ବର, ଗଧିଆ, ପାଣ୍ଡା, ଜଙ୍ଗଲୀ ଗୁଣ୍ଡୁଚିମୂଷା, ଉଡ଼ନ୍ତା ଗୁଣ୍ଡୁଚିମୂଷା, ରିସସ୍‌ ମକାକ୍‌ ଆଦି ପ୍ରାଣୀଙ୍କୁ ମଧ୍ୟ ଦେଖିପାରିବେ। ତା’ଛଡ଼ା ଏଠାରେ ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ବି ଦେଖିବାର ସୁଯୋଗ ରହିଛି। ଅନ୍ୟଦିନ ତୁଳନାରେ ଶୀତଦିନେ ଟିକେ ଅଧିକ ସଂଖ୍ୟାର ପକ୍ଷୀଙ୍କୁ ଏଠାରେ ଦେଖିହୁଏ। ଏସବୁ ବ୍ୟତୀତ ପ୍ରାୟ ୫୦୦ ପ୍ରଜାତିର ପ୍ରଜାପତିଙ୍କୁ ଏଠାରେ ଦେଖିବାର ନିଆରା ସୁଯୋଗ ବି ପାଇପାରିବେ ପର୍ଯ୍ୟଟକ।

ଅନ୍ୟାନ୍ୟ ଆକର୍ଷଣ
ପର୍ଯ୍ୟଟକ ଏଠାରେ କେବଳ ପଶୁପକ୍ଷୀ ତଥା ସରୀସୃପଙ୍କୁ ଦେଖିବେ ତା’ନୁହେଁ, ଟ୍ରେକିଂର ଭରପୂର ମଜା ମଧ୍ୟ ନେଇପାରିବେ। ତା’ଛଡ଼ା ଏଠାରେ ଜିପ୍‌ ସଫାରିର ମଧ୍ୟ ଭଲ ବ୍ୟବସ୍ଥା ରହିଛି।

କେବେ ଯିବେ
ଜନଗହଳିପୂର୍ଣ୍ଣ ପରିବେଶରୁ ଦୂରରେ ଥିବା ହେତୁ ଏହି ଅଞ୍ଚଳର ବାୟୁ ପ୍ରଦୂଷଣ ମୁକ୍ତ ହୋଇଥାଏ। ଫଳରେ ବୁଲାବୁଲି କରିବାକୁ ଏଠାରେ ବେଶ୍‌ ଆରାମ ଲାଗେ। ସେଥିପାଇଁ ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲି ଯାଇହେବ। କିନ୍ତୁ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଏଠାକୁ ବୁଲିଯିବା ପାଇଁ ଅକ୍ଟୋବରରୁ ମାର୍ଚ୍ଚ ହେଉଛି ସବୁଠୁ ଉପଯୁକ୍ତ ସମୟ।

କେମିତି ଯିବେ
ଏହି ବାଘ ସଂରକ୍ଷଣ କେନ୍ଦ୍ରକୁ ଯିବାକୁ ହେଲେ ପୂର୍ବ ପଟେ ସେଇଜୋସା, ପଶ୍ଚିମ ପଟେ ଭାଲୁକ୍‌ପଙ୍ଗ୍‌ ଏବଂ ଉତ୍ତର ପଟେ ପକ୍କେ କେସାଙ୍ଗ ନାମକ ଅଞ୍ଚଳରେ ପ୍ରଥମେ ପହଞ୍ଚତ୍ବାକୁ ପଡ଼ିବ। ତା’ଛଡ଼ା ତେଜପୁର ହେଉଛି ସ୍ଥାନୀୟ ଅଞ୍ଚଳ ନିକଟସ୍ଥ ଏକ ମୁଖ୍ୟ ସହର, ଯାହା ସଂରକ୍ଷଣ କେନ୍ଦ୍ରଠାରୁ ପ୍ରାୟ ୬୫ କି.ମି . ଦୂରରେ ଅବସ୍ଥିତ। ତେଜପୁରକୁ ଯିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଟ୍ରେନ୍‌, ବସ୍‌ ତଥା ବିମାନର ଭଲ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ପ୍ରଥମେ ତେଜପୁରରେ ପହଞ୍ଚତ୍ବେ। ତା’ପରେ ସେଠାରୁ ସ୍ଥାନୀୟ ସାଧନ ସହାୟତାରେ ସୁବିଧାରେ ଉକ୍ତ ସଂରକ୍ଷଣ କେନ୍ଦ୍ର ନିକଟରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?