Posted inଫୁରସତ

ରଙ୍ଗ ଇତିହାସ

ହଜାର ହଜାର ବର୍ଷ ଧରି ରଙ୍ଗ ଆମ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସିଛି। ବିନା ରଙ୍ଗରେ ତ ଆମ ଜୀବନ ନିରସ। ତେବେ ପ୍ରଥମେ ପ୍ରାକୃତିକ ରଙ୍ଗର ବ୍ୟବହାର ହେଉଥିଲା। ମହେଞ୍ଜୋଦାରୋ ଓ ହରପ୍ପାର ଖନନ ସମୟରେ ଏମିତି କିଛି ପାତ୍ର ଓ ମୂର୍ତ୍ତି ଉଦ୍ଧାର ହୋଇଥିଲା; ଯେଉଁଥିରେ ରଙ୍ଗର ବ୍ୟବହାର କରାଯାଇଥିଲା। ସେହି ସାମଗ୍ରୀ ସହ ଏକ ଲାଲ ରଙ୍ଗର ଛୋଟ କପଡା ବି ମିଳିଥିଲା। ବିଶେଷଜ୍ଞଙ୍କ ଅନୁସାରେ ସେଥିରେ ମଜିଷ୍ଠା ଚେରରେ ପ୍ରସ୍ତୁତ ରଙ୍ଗର ବ୍ୟବହାର ହୋଇଥିଲା। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହି ଚେରକୁ ଲାଲ ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା। ହଳଦିଆ ରଙ୍ଗ ଓ ସିନ୍ଦୂର ହଳଦୀରୁ ପ୍ରସ୍ତୁତ ହେଉଥିଲା।

ବାଇଗଣୀ ରଙ୍ଗ: ପ୍ରାୟ ୧୦୦ ବର୍ଷ ତଳେ ପଶ୍ଚିମରେ ହୋଇଥିବା ଔଦ୍ୟୋଗିକ କ୍ରାନ୍ତିର ଫଳସ୍ବରୂପ କପଡା ଉଦ୍ୟୋଗର ବିକାଶ ଦ୍ରୁତଗତିରେ ହେଲା। ତେଣୁ ରଙ୍ଗର ଚାହିଦା ବଢିଲା। ଅନ୍ୟପକ୍ଷେ ପ୍ରାକୃତିକ ରଙ୍ଗ ସୀମିତ ଥିଲା। ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପ୍ରାକୃତିକ ରଙ୍ଗ ପକ୍ଷେ ସମ୍ଭବ ନ ଥିଲା। ଫଳରେ କୃତ୍ରିମ ରଙ୍ଗର ଆବଶ୍ୟକତା ପଡିଲା। ଏତିକିବେଳେ(୧୮୫୬ମସିହା) ରୟାଲ କଲେଜ ଅଫ୍‌ କେମେଷ୍ଟ୍ରି, ଲଣ୍ଡନରେ ଓ୍ବିଲିୟମ ହେନରୀ ପାର୍କିନ ମ୍ୟାଲେରିଆର ଔଷଧ କୁଇନାଇନ୍‌ ତିଆରି କରିବାରେ ବ୍ୟସ୍ତ ଥିଲେ। ଅନେକ ପ୍ରଚେଷ୍ଟା ସତ୍ତ୍ୱେ କରିପାରିଲେ ନାହିଁ। କିନ୍ତୁ ସେ ପ୍ରଥମ ସିନ୍ଥେଟିକ୍‌ ଏନିଲିନ ଡାଏ ତଥା ବାଇଗଣୀ ରଙ୍ଗ ତିଆରି କରିଦେଲେ। ଏହାକୁ ସେତେବେଳେ ମୌଭ କୁହାଯାଉଥିଲା।
କୃତ୍ରିମ ରଙ୍ଗ ବା ମୌଭ: ୧୮୫୬ରେ ସଂଯୋଗ ବଶତଃ ତିଆରି ହୋଇଯାଇଥିବା କୃତ୍ରିମ ବାଇଗଣୀ ରଙ୍ଗକୁ ସେତେବେଳେ ମୌଭ କୁହାଯାଉଥିଲା। ଏହାପରେ ୧୮୫୯ରେ ଫ୍ରେଞ୍ଚ କେମିଷ୍ଟ ଫ୍ରାଙ୍କୋଇସ୍‌ ଇମାନୁଏଲ ଭରଗୁଇନ ମାଜେଣ୍ଟା ରଙ୍ଗ ତିଆରି କରିଥିଲେ। ଆଉ ତା’ପରେ ୧୮୬୨ରେ ଏନିଲିନ ବ୍ଲୁ ଓ ଏନିଲିନ ବ୍ଲାକ୍‌, ୧୮୬୫ରେ ବିସ୍ମାଇ ବ୍ରାଉନ୍‌, ୧୮୮୦ରେ କଟନ୍‌ ବ୍ଲାକ୍‌ ଆଦି କୃତ୍ରିମ ରଙ୍ଗ ପ୍ରସ୍ତୁତ ହେଲା। ପ୍ରଥମେ ଏହିସବୁ ରଙ୍ଗ ତାରକୋଲରୁ ତିଆରି କରାଯାଉଥିଲା। ପରେ ଏସବୁର ତିଆରି ଅନ୍ୟ ରାସାୟନିକ ପଦାର୍ଥରୁ ବି ହେଲା।

ନୀଳ ରଙ୍ଗ ତିଆରି ପାଇଁ ମିଳିଲା ନୋବେଲ ପୁରସ୍କାର: ଜର୍ମାନୀର ରସାୟନବିଜ୍ଞାନୀ ଏଡଲ୍ଫ ଭନ୍‌ ବଇୟର ୧୮୬୫ରେ କୃତ୍ରିମ ନୀଳ ରଙ୍ଗ ତିଆରିର କାମ ଆରମ୍ଭ କରିଥିଲେ। ଅନେକ ଅସଫଳତା ଓ ଲମ୍ବା ପ୍ରୟାସ ପରେ ୧୮୮୨ରେ ସେ ନୀଳ ରଙ୍ଗର ସଂରଚନା ନିର୍ଦ୍ଧାରିତ କରିପାରିଲେ। ଏହାର ପର ବର୍ଷ ରାସାୟନିକ ନୀଳ ରଙ୍ଗ ପ୍ରସ୍ତୁତ କରିଲେ। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବଇୟର ୧୯୦୫ରେ ନୋବେଲ ପୁରସ୍କାର ପାଇଥିଲେ।

ବଣ୍ଟା ଯାଇଥିଲା ମାଗଣା ରଙ୍ଗ: ମୁମ୍ବାଇରେ ରଙ୍ଗ ବ୍ୟବସାୟ କରୁଥିବା କାମରାଜଜୀ ନାମକ ଫାର୍ମ ସର୍ବପ୍ରଥମେ ୧୮୬୭ରେ ମଜେଣ୍ଟା ରଙ୍ଗ ଆମଦାନୀ କରିଥିଲେ। ୧୮୭୨ରେ ଜର୍ମାନୀର ରଙ୍ଗ ବିକ୍ରେତାଙ୍କର ଏକ ଦଳ ଏଲିଜିରିନ ନାମକ ଏକ ରଙ୍ଗ ନେଇ ଏଠାକୁ ଆସିଥିଲେ। ଏମାନେ ଭାରତୀୟ ରଙ୍ଗ ବ୍ୟବସାୟୀଙ୍କ ଭିତରେ ନିଜ ରଙ୍ଗର ଚାହିଦାକୁ ବଢାଇବା ଲାଗି ଅନେକ ପ୍ରୟାସ କଲେ। ଆରମ୍ଭରେ ତ ସେମାନେ ନମୁନାଭାବେ ନିଜ ରଙ୍ଗକୁ ମାଗଣା ବାଣ୍ଟିଲେ। ସ୍ବଳ୍ପ ଟଙ୍କାରେ ଉଧାରିରେ ବିକ୍ରି କଲେ। ପରେ ଯଦିଓ ଭଲ ସୁଧ ବି ନେଲେ। ପ୍ରାକୃତିକ ରଙ୍ଗ ଅପେକ୍ଷା କୃତ୍ରିମ ରଙ୍ଗ ବହୁତ ଶସ୍ତା ଥିଲା। ତା’ସହ ଏଥିରେ ଚମକ ଭଲ ଥିଲା ଓ ସହଜରେ ଉପଲବ୍ଧ ବି ହେଉଥିଲା। ତେଣୁ କୃତ୍ରିମ ରଙ୍ଗ ପ୍ରାକୃତିକ ରଙ୍ଗର ଚାହିଦାକୁ କମାଇ ପ୍ରସାର ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri