Posted inଫୁରସତ

ରଙ୍ଗ ଇତିହାସ

ହଜାର ହଜାର ବର୍ଷ ଧରି ରଙ୍ଗ ଆମ ଜୀବନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସିଛି। ବିନା ରଙ୍ଗରେ ତ ଆମ ଜୀବନ ନିରସ। ତେବେ ପ୍ରଥମେ ପ୍ରାକୃତିକ ରଙ୍ଗର ବ୍ୟବହାର ହେଉଥିଲା। ମହେଞ୍ଜୋଦାରୋ ଓ ହରପ୍ପାର ଖନନ ସମୟରେ ଏମିତି କିଛି ପାତ୍ର ଓ ମୂର୍ତ୍ତି ଉଦ୍ଧାର ହୋଇଥିଲା; ଯେଉଁଥିରେ ରଙ୍ଗର ବ୍ୟବହାର କରାଯାଇଥିଲା। ସେହି ସାମଗ୍ରୀ ସହ ଏକ ଲାଲ ରଙ୍ଗର ଛୋଟ କପଡା ବି ମିଳିଥିଲା। ବିଶେଷଜ୍ଞଙ୍କ ଅନୁସାରେ ସେଥିରେ ମଜିଷ୍ଠା ଚେରରେ ପ୍ରସ୍ତୁତ ରଙ୍ଗର ବ୍ୟବହାର ହୋଇଥିଲା। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହି ଚେରକୁ ଲାଲ ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା। ହଳଦିଆ ରଙ୍ଗ ଓ ସିନ୍ଦୂର ହଳଦୀରୁ ପ୍ରସ୍ତୁତ ହେଉଥିଲା।

ବାଇଗଣୀ ରଙ୍ଗ: ପ୍ରାୟ ୧୦୦ ବର୍ଷ ତଳେ ପଶ୍ଚିମରେ ହୋଇଥିବା ଔଦ୍ୟୋଗିକ କ୍ରାନ୍ତିର ଫଳସ୍ବରୂପ କପଡା ଉଦ୍ୟୋଗର ବିକାଶ ଦ୍ରୁତଗତିରେ ହେଲା। ତେଣୁ ରଙ୍ଗର ଚାହିଦା ବଢିଲା। ଅନ୍ୟପକ୍ଷେ ପ୍ରାକୃତିକ ରଙ୍ଗ ସୀମିତ ଥିଲା। ଏହି ବଢୁଥିବା ଚାହିଦାକୁ ପୂରଣ କରିବା ପ୍ରାକୃତିକ ରଙ୍ଗ ପକ୍ଷେ ସମ୍ଭବ ନ ଥିଲା। ଫଳରେ କୃତ୍ରିମ ରଙ୍ଗର ଆବଶ୍ୟକତା ପଡିଲା। ଏତିକିବେଳେ(୧୮୫୬ମସିହା) ରୟାଲ କଲେଜ ଅଫ୍‌ କେମେଷ୍ଟ୍ରି, ଲଣ୍ଡନରେ ଓ୍ବିଲିୟମ ହେନରୀ ପାର୍କିନ ମ୍ୟାଲେରିଆର ଔଷଧ କୁଇନାଇନ୍‌ ତିଆରି କରିବାରେ ବ୍ୟସ୍ତ ଥିଲେ। ଅନେକ ପ୍ରଚେଷ୍ଟା ସତ୍ତ୍ୱେ କରିପାରିଲେ ନାହିଁ। କିନ୍ତୁ ସେ ପ୍ରଥମ ସିନ୍ଥେଟିକ୍‌ ଏନିଲିନ ଡାଏ ତଥା ବାଇଗଣୀ ରଙ୍ଗ ତିଆରି କରିଦେଲେ। ଏହାକୁ ସେତେବେଳେ ମୌଭ କୁହାଯାଉଥିଲା।
କୃତ୍ରିମ ରଙ୍ଗ ବା ମୌଭ: ୧୮୫୬ରେ ସଂଯୋଗ ବଶତଃ ତିଆରି ହୋଇଯାଇଥିବା କୃତ୍ରିମ ବାଇଗଣୀ ରଙ୍ଗକୁ ସେତେବେଳେ ମୌଭ କୁହାଯାଉଥିଲା। ଏହାପରେ ୧୮୫୯ରେ ଫ୍ରେଞ୍ଚ କେମିଷ୍ଟ ଫ୍ରାଙ୍କୋଇସ୍‌ ଇମାନୁଏଲ ଭରଗୁଇନ ମାଜେଣ୍ଟା ରଙ୍ଗ ତିଆରି କରିଥିଲେ। ଆଉ ତା’ପରେ ୧୮୬୨ରେ ଏନିଲିନ ବ୍ଲୁ ଓ ଏନିଲିନ ବ୍ଲାକ୍‌, ୧୮୬୫ରେ ବିସ୍ମାଇ ବ୍ରାଉନ୍‌, ୧୮୮୦ରେ କଟନ୍‌ ବ୍ଲାକ୍‌ ଆଦି କୃତ୍ରିମ ରଙ୍ଗ ପ୍ରସ୍ତୁତ ହେଲା। ପ୍ରଥମେ ଏହିସବୁ ରଙ୍ଗ ତାରକୋଲରୁ ତିଆରି କରାଯାଉଥିଲା। ପରେ ଏସବୁର ତିଆରି ଅନ୍ୟ ରାସାୟନିକ ପଦାର୍ଥରୁ ବି ହେଲା।

ନୀଳ ରଙ୍ଗ ତିଆରି ପାଇଁ ମିଳିଲା ନୋବେଲ ପୁରସ୍କାର: ଜର୍ମାନୀର ରସାୟନବିଜ୍ଞାନୀ ଏଡଲ୍ଫ ଭନ୍‌ ବଇୟର ୧୮୬୫ରେ କୃତ୍ରିମ ନୀଳ ରଙ୍ଗ ତିଆରିର କାମ ଆରମ୍ଭ କରିଥିଲେ। ଅନେକ ଅସଫଳତା ଓ ଲମ୍ବା ପ୍ରୟାସ ପରେ ୧୮୮୨ରେ ସେ ନୀଳ ରଙ୍ଗର ସଂରଚନା ନିର୍ଦ୍ଧାରିତ କରିପାରିଲେ। ଏହାର ପର ବର୍ଷ ରାସାୟନିକ ନୀଳ ରଙ୍ଗ ପ୍ରସ୍ତୁତ କରିଲେ। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବଇୟର ୧୯୦୫ରେ ନୋବେଲ ପୁରସ୍କାର ପାଇଥିଲେ।

ବଣ୍ଟା ଯାଇଥିଲା ମାଗଣା ରଙ୍ଗ: ମୁମ୍ବାଇରେ ରଙ୍ଗ ବ୍ୟବସାୟ କରୁଥିବା କାମରାଜଜୀ ନାମକ ଫାର୍ମ ସର୍ବପ୍ରଥମେ ୧୮୬୭ରେ ମଜେଣ୍ଟା ରଙ୍ଗ ଆମଦାନୀ କରିଥିଲେ। ୧୮୭୨ରେ ଜର୍ମାନୀର ରଙ୍ଗ ବିକ୍ରେତାଙ୍କର ଏକ ଦଳ ଏଲିଜିରିନ ନାମକ ଏକ ରଙ୍ଗ ନେଇ ଏଠାକୁ ଆସିଥିଲେ। ଏମାନେ ଭାରତୀୟ ରଙ୍ଗ ବ୍ୟବସାୟୀଙ୍କ ଭିତରେ ନିଜ ରଙ୍ଗର ଚାହିଦାକୁ ବଢାଇବା ଲାଗି ଅନେକ ପ୍ରୟାସ କଲେ। ଆରମ୍ଭରେ ତ ସେମାନେ ନମୁନାଭାବେ ନିଜ ରଙ୍ଗକୁ ମାଗଣା ବାଣ୍ଟିଲେ। ସ୍ବଳ୍ପ ଟଙ୍କାରେ ଉଧାରିରେ ବିକ୍ରି କଲେ। ପରେ ଯଦିଓ ଭଲ ସୁଧ ବି ନେଲେ। ପ୍ରାକୃତିକ ରଙ୍ଗ ଅପେକ୍ଷା କୃତ୍ରିମ ରଙ୍ଗ ବହୁତ ଶସ୍ତା ଥିଲା। ତା’ସହ ଏଥିରେ ଚମକ ଭଲ ଥିଲା ଓ ସହଜରେ ଉପଲବ୍ଧ ବି ହେଉଥିଲା। ତେଣୁ କୃତ୍ରିମ ରଙ୍ଗ ପ୍ରାକୃତିକ ରଙ୍ଗର ଚାହିଦାକୁ କମାଇ ପ୍ରସାର ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?