‘ଦୃଢ଼ ଆତ୍ମବିଶ୍ୱାସ, ସାହସ ହିଁ ଗବେଷଣାର ପ୍ରକୃତ ପଥ’

ବାରିପଦା ଅଫିସ, ୨୦।୧୧:  ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଗବେଷକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ଗବେଷଣା ନିମନ୍ତେ ପ୍ରୋତ୍ସାହନ ପାଇଁ ଏକ ସମ୍ମିଳନୀ ବିଶ୍ୱବିଦ୍ୟାଳୟର ସମ୍ମେଳନ କକ୍ଷରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ରୂପେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରିଲୁକ ବା ପୁନର୍ବିଚାରକୁ ଗବେଷଣାର ଏକ ବିଶିଷ୍ଟ ଅଙ୍ଗ ବୋଲି ପ୍ରତିପାଦିତ କରିବା ସହ ଆଗ୍ରହ, ଦୃଢ ଆତ୍ମବିଶ୍ୱାସ ଏବଂ ସାହସ ହିଁ ଗବେଷଣାର ପ୍ରକୃତ ପଥ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ରୂପେ ଜାମସେଦ୍‌ପୁରସ୍ଥିତ ରାଷ୍ଟ୍ରୀୟ ଧାତୁକର୍ମ ପ୍ରୟୋଗଶାଳାର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡ. ତ୍ରିଲୋଚନ ମିଶ୍ର ଯୋଗଦେଇ ଗବେଷଣା ପାଇଁ ପ୍ରକୃତିରୁ ପ୍ରେରଣା ଆହରଣ କରିବା ପାଇଁ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି ଗବେଷଣା ଦିଗରେ ଆକୃଷ୍ଟ କରିବାର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଅନ୍ତରୀଣ ଗୁଣବତ୍ତା ନିଶ୍ଚିତତା ସେଲ ନିର୍ଦ୍ଦେଶିକା ପ୍ରଫେସର ଏମ୍‌. ହିମବିନ୍ଦୁ ଗବେଷଣା ପାଇଁ ମହିଳାମାନଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମ୍ମିଳନୀର ଗବେଷଣା ଅଧିବେଶନରେ ଜୈବ ପ୍ରାୟୋଗିକ ବିଭାଗୀୟ ମୁଖ୍ୟ ପ୍ରଫେସର ହୃଦୟନାଥ ଥାଟୋଇ ‘ଶିମିଳିପାଳ ଜୈବମଣ୍ଡଳର ଛତୁ ଜୈବ ବିବିଧତା ତଥା ଜୈବ ପ୍ରାୟୋଗିକତା’ ସମ୍ପର୍କରେ ଏବଂ ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ‘ସାମାଜିକ ବିଜ୍ଞାନ ଅନୁସନ୍ଧାନ ଅଧୀନରେ ତଥ୍ୟ ସଂଗ୍ରହ’ ଶୀର୍ଷକ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ.କୁକୁ ମହାପାତ୍ର ସଂଯୋଜନା କରିଥିଲେ। ଇଂଲିଶ ଅଧ୍ୟାପକ ଡ. ଶକ୍ତିଶେଖର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ୭୦ଜଣ ଗବେଷକ ଗବେଷିକା ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ନିଜର ଗବେଷଣା ସମ୍ବଳିତ ପୋଷ୍ଟର ପରିବେଷଣ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ମତବିନିମୟ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶ୍ରେଷ୍ଠ ଗବେଷଣା ସମ୍ବଳିତ ପୋଷ୍ଟର ଓ ଶ୍ରେଷ୍ଠ ସ୍ନାତକୋତ୍ତର ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନିକଟରେ ଓ ସରକାରଙ୍କ ଦ୍ୱାରା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓ ରିସର୍ଚ୍ଚ କନକ୍ଲେଭ ଶ୍ରେଷ୍ଠ ପୋଷ୍ଟର୍‌ ନିମନ୍ତେ ପୁରସ୍କୃତ ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ପ୍ରତାପ କୁମାର ଜେନା ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଗବେଷିକା ଛାତ୍ରୀ ଏ. ସାରଦା ଆଚାରୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ କୁଳପତି ପ୍ରଫେସର ବସା ସମ୍ବର୍ଦ୍ଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri