ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟହଜ୍‌ରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ଆଦିତ୍ୟଙ୍କ ଚିତ୍ରକଳା ସମ୍ପର୍କରେ ଏକ ଆଲେଖ୍ୟ ଆର୍ଟ ଗ୍ୟାଲେରୀର କଳା ପତ୍ରିକା ‘ଦି ଆର୍ଟ ଇଲୁଷ୍ଟ୍ରେଟେଡ୍‌’ ମାଗାଜିନରେ ମଧ୍ୟ ସ୍ଥାନ ପାଇଛି। ଓଡିଶା ଚିତ୍ରକଳା ଜଗତ ପାଇଁ ଏହା ଗର୍ବର ବିଷୟ ବୋଲି କୁହାଯାଇଛି। ୩ ଫୁଟ ଓସାର ଏବଂ ୪ ଫୁଟ ଲମ୍ବ କାନ୍‌ଭାସ ଉପରେ ଚିତ୍ରଶିଳ୍ପୀ ଆଦିତ୍ୟ ପ୍ରକୃତିକୁ ନାରୀ ସହ ତୁଳନା କରି ଏହି ଚିତ୍ର ଆଙ୍କିଛନ୍ତି। ରଙ୍ଗର ବିବିଧତା ସାଙ୍ଗକୁ ଜ୍ୟାମିତିକ ଅଙ୍କନର ବ୍ୟବହାର ତାଙ୍କ ଚିତ୍ରକଳାକୁ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରିଛି। ବାଲେଶ୍ୱର ଜିଲା ସୋରର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ବ୍ରଜକିଶୋର ଜେନାଙ୍କ ପୁଅ ହେଉଛନ୍ତି ଆଦିତ୍ୟ। ସେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ଶେଷଙ୍‌ପରେ ଏକ ସରକାରୀ ବିଦ୍ୟାଳୟରେ କଳା ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୨ କୋଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ମିଳିଲା ନଗଦ ୨ କୋଟି ଟଙ୍କା । ଯାହା ଓଡ଼ିଶା...

ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!

କଟକ ଅଫିସ,୪।୨: ଆସନ୍ତା ଜୁନ୍‌ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା...

୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର...

ପୁଣି ଚଳଚଞ୍ଚଳ ହେଲା ଆର୍‌ଟିଓ କାର୍ଯ୍ୟାଳୟ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣି ରାଜଧାନୀର ୨ଟି ଆରଟିଓ କାଯର୍ର୍‌ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଡିସେମ୍ବର ୧ରୁ ଆର୍‌ଟିଓ ନିୟମ କଡ଼ାକଡ଼ି କରାଯିବ ବୋଲି ଖବର...

ରାଜ୍ୟରେ ଆଜି ୩୬୩ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ ୩୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୫୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ):  ରାଜ୍ୟରେ ବୁଧବାର ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଛି। ଏ...

ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ...

ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ...

Advertisement
Archives

Model This Week