Posted inଫୁରସତ

ଅସରପା ଉପରେ ପେଣ୍ଟିଂ କରି ଚର୍ଚ୍ଚାରେ ବ୍ରେଣ୍ଡା…

ଚିତ୍ରଶିଳ୍ପୀମାନେ ସୃଜନଶୀଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥା’ନ୍ତି। ସେମାନେ କେଉଁଥିରେ ସୀମିତ ନ ଥାଆନ୍ତି। ତାଙ୍କ ସୃଜନଶୀଳତାର କିଛି ସୀମା ନ ଥାଏ। ସେମାନେ କାହାକୁ ବି ରଙ୍ଗ ଭାବେ ଓ ଯେକୌଣସି ଜିନିଷକୁ କାନ୍‌ଭାସ୍‌ ଭାବେ ବ୍ୟବହାର କରି ଆଙ୍କିପାରନ୍ତି ମନଲୋଭା ପେଣ୍ଟିଂ। ଠିକ୍‌ ଯେମିତି ଫିଲିପାଇନ୍ସ, ମାନିଲାର ଚିତ୍ରଶିଳ୍ପୀ ବ୍ରେଣ୍ଡା ଡେଲଗାଡୋ। ସେ ଯେଉଁ ଜିନିଷକୁ କାନ୍‌ଭାସ୍‌ ଭାବେ ବ୍ୟବହାର କରିଛନ୍ତି, କେହି କେବେ ସେଭଳି କାନ୍‌ଭାସ୍‌ ବ୍ୟବହାର କରିବା କଥା ଚିନ୍ତା କରିପାରିବେନି। କାରଣ ସେ ମଲା ଅସରପା ଉପରେ ପେଣ୍ଟିଂ କରନ୍ତି। ଅସରପାକୁ ଦେଖିଲେ କିଏ ଡରନ୍ତି ତ କିଏ ଘୃଣା କରନ୍ତି। ହେଲେ ବ୍ରେଣ୍ଡା ତାକୁ କାନଭାସ୍‌ଭାବେ ବ୍ୟବହାର କରନ୍ତି। ସେଥିରେ ସେ ପ୍ରସିଦ୍ଧ ପେଣ୍ଟିଂ ଯେମିତିକି ମୋନାଲିସା, ଷ୍ଟେରି ନାଇଟ୍‌, ଗର୍ଲ ଉଇଥ୍‌ ପର୍ଲ ଇୟରିଂର ମିନିଏଚର୍‌ ପେଣ୍ଟିଂ କରନ୍ତି। ଦିନେ ସେ ମଲା ଅସରପାକୁ ଝାଡୁ କରି ଫିଙ୍ଗିବାବେଳେ ଲକ୍ଷ୍ୟ କଲେ ଯେ, ଅସରପାର ଡେଣାଗୁଡ଼ିକ କେତେ ଚମକ୍‌ଦାର ଓ ମୁଲାୟମ। ତେଣୁ ସେ ତା’ ଉପରେ ପେଣ୍ଟିଂ କରିବାକୁ ମନ ବଳାଇଲେ। ଆଉ ଅଏଲ୍‌ ପେଣ୍ଟ ବ୍ୟବହାର କରି ବେଶ୍‌ ନିଖୁଣଭାବେ ପେଣ୍ଟିଂ କରିବା ଆରମ୍ଭ କଲେ। ସେବେଠାରୁ ସେ ଏହି ଧାରା ବଜାୟ ରଖିଛନ୍ତି। ତାଙ୍କର ଏହି କଳାକୃତିକୁ କିଏ ପ୍ରଶଂସା କରୁଛନ୍ତି ତ ଆଉ କିଏ ନିନ୍ଦା ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୦୦ବର୍ଷର ସୁନା ଗଛ, ଦେଖି ଆଶ୍ଚର୍ଯ୍ୟ ହେବେ…

ସମୟ ସାଙ୍ଗକୁ ପୃଥିବୀରେ ହ୍ରାସ ପାଉଛି ଗଛ। ଗଛ କଟା ହେବା ଯୋଗୁ ଗ୍ଲୋବାଲ ଓ୍ବାର୍ମିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଜଙ୍ଗଲ...

ଅନଲାଇନ୍‌ରେ ଗ୍ରୋସରୀ ସାମଗ୍ରୀ ମଗାଇଥିଲେ ବ୍ୟକ୍ତି; ପ୍ୟାକେଟ୍‌ ଭର୍ତ୍ତି ମଳ ପଠାଇଲା କମ୍ପାନୀ; ପୁରା ଘଟଣା ଜାଣିଲେ…

ଆଜିକାଲି ସମୟରେ ଅନଲାଇନରେ ସାମଗ୍ରୀ କିଣିବା ସାଧାରଣ କଥା। ହେଲେ ଅନେକ ଥର ମଗାଇଥିବା ସାମଗ୍ରୀ ବଦଳରେ ଭିନ୍ନ ଜିନିଷ ହସ୍ତଗତ ହୋଇଥାଏ। ଏହାର ଅନେକ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ପ୍ରତିଦିନ ଗାଧୋଇବା କ୍ଷତିକାରକ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

ୱାଶିଂଟନ/ନୂଆଦିଲ୍ଲୀ,୬।୧୨ : ଭାରତ ଏପରି ଏକ ଦେଶ ଯେଉଁଠାରେ ଲୋକମାନେ ସାଧାରଣତଃ ପ୍ରତିଦିନ ଗାଧୋଇଥାନ୍ତି। ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକମାନେ ଗାଧୋଇବାକୁ ଭୁଲନ୍ତି ନାହିଁ।...

ହାତ ନ ଥିବା ପ୍ରଥମ ଏସୀୟ ଡ୍ରାଇଭିଂ ଲାଇସେନ୍ସଧାରୀ

ଥିରୁଭାନନ୍ତପୁରମ୍‌: ସ୍ବପ୍ନ ସାକାର କରିବାକୁ ଲୋକେ ବହୁ ପ୍ରକାରର କଷ୍ଟ କରିଥାନ୍ତି। ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା ଜଣେ ଭିନ୍ନକ୍ଷମ...

ମହେଞ୍ଜୋଦାରୋରୁ ତମ୍ବାମୁଦ୍ରା ଠାବ

ଇସ୍‌ଲାମାବାଦ୍‌:ପାକିସ୍ତାନରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ନିକଟରେ ୨ହଜାର ବର୍ଷ ପୁରୁଣା ଏକ ଜିନିଷ ଠାବ କରିଛନ୍ତି। ପାକିସ୍ତାନ ଅନ୍ତର୍ଗତ ମହେଞ୍ଜୋଦାରୋ ଅଞ୍ଚଳରେ ଥିବା ଐତିହାସିକ ସ୍ଥଳରେ ନିର୍ମିତ ଏକ...

Shaddi.comରେ ଚାଲିଥିଲା ଯୁବକ-ଯୁବତୀଙ୍କ ପ୍ରେମଭରା ବାର୍ତ୍ତାଳାପ; ସିଇଓ ଅନୁପମଙ୍କୁ କହିବାକୁ ପଡିଲା, ମୋ ବ୍ୟବସାୟ ବନ୍ଦ କରିବ ନା କ’ଣ…

ନୂଆଦିଲ୍ଲୀ,୫।୧୨: ଜୀବନସାଥୀ ଖୋଜିବା ପାଇଁ ଲୋକପ୍ରିୟ ଡେଟିଂ ଆପ shaadi.comରେ ନିକଟରେ ଏକ ମଜାଦାର ଘଟଣା ଘଟିଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି...

ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ରାସ୍ତାରେ ନାଚିଲେ ପୁନିତ ସୁପରଷ୍ଟାର, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଅଭିନୟ କରି ଲକ୍ଷ ଲକ୍ଷ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପୁନିତ ସୁପରଷ୍ଟାର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପୁନିତଙ୍କର ଅନେକ ଭିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri