Posted inଫୁରସତ

ସମୁଦ୍ର ଭିତରେ ପେଣ୍ଟିଂ

ସମୁଦ୍ର ଭିତରର ଦୁନିଆ ବହୁତ ସୁନ୍ଦର। ତା’ ମଧ୍ୟସ୍ଥ ଜୀବଜଗତ ତ ଭିନ୍ନ ଏକ ଦୁନିଆ ପରି ଲାଗେ। ହେଲେ ଏହାକୁ ଉପଭୋଗ କରିବାର ସୌଭାଗ୍ୟ ସମସ୍ତଙ୍କର ନ ଥାଏ। କାରଣ ଏହି ଦୃଶ୍ୟକୁ ମନଭରି ଉପଭୋଗ କରିବାକୁ ହେଲେ ସମୁଦ୍ର ଭିତରକୁ ଯିବାକୁ ପଡିବ। ଯାହାକି ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ସ୍କୁବା ଡାଇଭିଂ ଜାଣିଥିବା ବ୍ୟକ୍ତିଙ୍କ ପକ୍ଷେ ଏହା ସମ୍ଭବ। ଋଷୀୟାରେ ଜନ୍ମିତ ଓଲ୍‌ଗା ବେଲ୍‌କା ଯେକି ଜଣେ ସ୍କୁବା ଡାଇଭିଂ ଟ୍ରେନର୍‌ ସହ ଚିତ୍ରଶିଳ୍ପୀ, ଲୋକଙ୍କୁ ସମୁଦ୍ର ଭିତରର ସେଇ ସୌନ୍ଦର୍ଯ୍ୟ ଦେଖାଇବାକୁ ଚାହିଁଥିଲେ। ଆଉ ସମୁଦ୍ର ଭିତରକୁ ଡାଇଭିଂ କରି ଯାଇ ପାଣି ଭିତରେ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ତାଙ୍କ ସହ ସେ ମଡେଲ ସେନିଆ ଗଲାଟାଙ୍କୁ ବି ନେଇ ଯାଆନ୍ତି। ଉଭୟେ ଅକ୍ସିଜେନ୍‌ ଟ୍ୟାଙ୍କ ସାହାଯ୍ୟରେ ପାଣି ଭିତରେ ଘଣ୍ଟା ଘଣ୍ଟା ରୁହନ୍ତି। ମଡେଲ ସେନିଆ ପାଣି ଭିତରେ ଜଳ ଜୀବ ଓ ଜଳଜ ଉଦ୍ଭିଦଙ୍କ ଭିତରେ ପୋଜ୍‌ ଦେଇ ରୁହନ୍ତି ଓ ଓଲ୍‌ଗା ସେ ଦୃଶ୍ୟକୁ ଦେଖି ପେଣ୍ଟିଂ କରନ୍ତି। ଗୋଟିଏ ପେଣ୍ଟିଂ କରିବା ପାଇଁ ୨-୩ ଘଣ୍ଟା ସମୟ ଲାଗିଯାଏ। ଆଉ ଏହି ମାଷ୍ଟର ପିସ୍‌ ପେଣ୍ଟିଂ ଗୁଡିକୁ ଦେଖି ଲୋକେ ପାଣି ଭିତରର ଦୁନିଆର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତି। ତାଙ୍କ ପେଣ୍ଟିଂଗୁଡିକ ୩୦୦୦ ଡଲାରରେ ବିକ୍ରି ହୋଇଥାଏ। ଆଉ ଯଦି କେହି ଓଲ୍‌ଗାଙ୍କୁ ପାଣି ଭିତରେ ପେଣ୍ଟିଂ କରୁଥିବାର ଦେଖିବାକୁ ଚାହାନ୍ତି ତେବେ ତାଙ୍କୁ ୧୦୦ ଡଲାର ଖର୍ଚ୍ଚ କରିବାକୁ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ

ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର...

କରୋନା ଭୟ ଦେଖାଇ ୭ ବର୍ଷୀୟା ବାଳିକାଙ୍କୁ ବଳାତ୍କାର

ବିଳାସପୁର: ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମାରଓ୍ବାହି ଜିଲାରେ କରୋନା ଭୟ ଦେଖାଇ ଜଣେ ୭ ବର୍ଷର ବାଳିକାକୁ ବଳାତ୍କାର କରାଯାଇଛି। ଏହି ଘଟଣାରେ ପୋଲିସ ୨ ନାବାଳକଙ୍କୁ ଅଟକ...

କରୋନା ଭୟ: ଭିଡ଼ିଓ କଲ୍‌ ମାଧ୍ୟମରେ ହେଲା ନିର୍ବନ୍ଧ!

ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ...

ପାରଦ

ପାରଦର ଇଂଲିଶ୍‌ ନାମ ହେଉଛି ମର୍‌କ୍ୟୁରୀ। ନିଜର ଗତି ଏବଂ ଗତିଶୀଳତା ପାଇଁ ପରିଚିତ ଥିବା ରୋମାନ୍‌ ଦେବତା ମର୍‌କ୍ୟୁରୀଙ୍କ ନାମରେ ଏହାକୁ ନାମିତ କରାଯାଇଛି...

ମନ୍ଦିରରେ ଲାଗି ହୁଏ କେବଳ ପିଆଜ ଭୋଗ…

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ରାଜସ୍ଥାନ ଚୁରୁ ଜିଲା ସାଦୁଲପୁର ସ୍ଥିତ ଦଦରଓ୍ବୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ କେବଳ...

ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା

ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ...

କେବଳ ମଣିଷଙ୍କୁ ନୁହେଁ, କୁକୁଡ଼ାକୁ ମଧ୍ୟ ଦରକାର ହୁଏ ଆଲିଙ୍ଗନ: ପାଇବା ପାଇଁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଆପଣଙ୍କ ହ୍ବାଟ୍ସଆପ୍‌ ମେସେଜ୍‌ କେହି ଲୁଚି କି ପଢୁଛନ୍ତି କି, ଏମିତି ଲଗାନ୍ତୁ ପତ୍ତା

ଆପଣଙ୍କ ହ୍ବାଟ୍ସଆପରୁ କେହି ମେସେଜ କେହି ଲୁଚି ଲୁଚି ପଢୁଛନ୍ତି କି? ତେବେ ଏମିତି କିଛି ଉପାୟ ଆପଣାନ୍ତୁ ସହଜରେ ଜାଣି ପାରିବେ କିଏ ଆପଣଙ୍କ...

Advertisement
Archives

Model This Week