Posted inଫୁରସତ

ସମୁଦ୍ର ଭିତରେ ପେଣ୍ଟିଂ

ସମୁଦ୍ର ଭିତରର ଦୁନିଆ ବହୁତ ସୁନ୍ଦର। ତା’ ମଧ୍ୟସ୍ଥ ଜୀବଜଗତ ତ ଭିନ୍ନ ଏକ ଦୁନିଆ ପରି ଲାଗେ। ହେଲେ ଏହାକୁ ଉପଭୋଗ କରିବାର ସୌଭାଗ୍ୟ ସମସ୍ତଙ୍କର ନ ଥାଏ। କାରଣ ଏହି ଦୃଶ୍ୟକୁ ମନଭରି ଉପଭୋଗ କରିବାକୁ ହେଲେ ସମୁଦ୍ର ଭିତରକୁ ଯିବାକୁ ପଡିବ। ଯାହାକି ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ସ୍କୁବା ଡାଇଭିଂ ଜାଣିଥିବା ବ୍ୟକ୍ତିଙ୍କ ପକ୍ଷେ ଏହା ସମ୍ଭବ। ଋଷୀୟାରେ ଜନ୍ମିତ ଓଲ୍‌ଗା ବେଲ୍‌କା ଯେକି ଜଣେ ସ୍କୁବା ଡାଇଭିଂ ଟ୍ରେନର୍‌ ସହ ଚିତ୍ରଶିଳ୍ପୀ, ଲୋକଙ୍କୁ ସମୁଦ୍ର ଭିତରର ସେଇ ସୌନ୍ଦର୍ଯ୍ୟ ଦେଖାଇବାକୁ ଚାହିଁଥିଲେ। ଆଉ ସମୁଦ୍ର ଭିତରକୁ ଡାଇଭିଂ କରି ଯାଇ ପାଣି ଭିତରେ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ତାଙ୍କ ସହ ସେ ମଡେଲ ସେନିଆ ଗଲାଟାଙ୍କୁ ବି ନେଇ ଯାଆନ୍ତି। ଉଭୟେ ଅକ୍ସିଜେନ୍‌ ଟ୍ୟାଙ୍କ ସାହାଯ୍ୟରେ ପାଣି ଭିତରେ ଘଣ୍ଟା ଘଣ୍ଟା ରୁହନ୍ତି। ମଡେଲ ସେନିଆ ପାଣି ଭିତରେ ଜଳ ଜୀବ ଓ ଜଳଜ ଉଦ୍ଭିଦଙ୍କ ଭିତରେ ପୋଜ୍‌ ଦେଇ ରୁହନ୍ତି ଓ ଓଲ୍‌ଗା ସେ ଦୃଶ୍ୟକୁ ଦେଖି ପେଣ୍ଟିଂ କରନ୍ତି। ଗୋଟିଏ ପେଣ୍ଟିଂ କରିବା ପାଇଁ ୨-୩ ଘଣ୍ଟା ସମୟ ଲାଗିଯାଏ। ଆଉ ଏହି ମାଷ୍ଟର ପିସ୍‌ ପେଣ୍ଟିଂ ଗୁଡିକୁ ଦେଖି ଲୋକେ ପାଣି ଭିତରର ଦୁନିଆର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତି। ତାଙ୍କ ପେଣ୍ଟିଂଗୁଡିକ ୩୦୦୦ ଡଲାରରେ ବିକ୍ରି ହୋଇଥାଏ। ଆଉ ଯଦି କେହି ଓଲ୍‌ଗାଙ୍କୁ ପାଣି ଭିତରେ ପେଣ୍ଟିଂ କରୁଥିବାର ଦେଖିବାକୁ ଚାହାନ୍ତି ତେବେ ତାଙ୍କୁ ୧୦୦ ଡଲାର ଖର୍ଚ୍ଚ କରିବାକୁ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri