ଅଢ଼େଇ କୋଟି ଟଙ୍କାର ପେଣ୍ଟିଂକୁ ବିମାନବନ୍ଦରରେ ଭୁଲି ଯାଇଥିଲେ ବ୍ୟବସାୟୀ, ସଫେଇ କର୍ମଚାରୀ ଅଳିଆ ଭାବି…

ଜଣେ ବ୍ୟବସାୟୀ ଜର୍ମାନୀର ବିମାନବନ୍ଦରରେ ଫ୍ରାନ୍ସର ଡାକ୍ତର ୟେଭ ଟୁଙ୍ଗୁଙ୍କ ଏକ ମହଙ୍ଗା ଚିତ୍ର ଭୁଲିଯାଇଥିଲେ। ପରେ ପ୍ରାୟ ୨.୫ କୋଟିର ପେଣ୍ଟିଂ ସହିତ ଯାହା ଘଟିଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ବିମାନ ବନ୍ଦରର ଜଣେ ସଫେଇ କର୍ମଚାରୀ ଏହାକୁ ଅଳିଆ ଭାବି ଡଷ୍ଟବିନ୍‌ରେ ପକାଇ ଦେଇଥିଲେ। ତେବେ ଏହା ଏକ ଏକ ଛୋଟିଆ ପେଣ୍ଟିଂ ନ ଥିଲା। ଏହାର ମୂଲ୍ୟ ଥିଲା ପ୍ରାୟ ୨ କୋଟି ୫୦ ଲକ୍ଷ ୭୧ ହଜାର ୦୨୨ ଟଙ୍କା।
ବ୍ୟବସାୟୀଜଣଙ୍କ ଟୁଙ୍ଗଙ୍କ ପେଣ୍ଟିଂ ନେଇ ଇସ୍ରାଏଲକୁ ଯାଉଥିଲେ। ହେଲେ ସେ ଏହାକୁ ଚେକ୍‌ ଇନ୍‌ କାଉଣ୍ଟରରେ ଭୁଲି ଯାଇଥିଲେ। ବିମାନ ଉଡିବା ଆରମ୍ଭ କରିବା ପରେ ସେ ବିମାନବନ୍ଦରରେ ଏହାକୁ ଛାଡ଼ି ଦେଇ ଆସିଥିବା ଜାଣିବାକୁ ପାଇଥିଲେ। ପରେ ଇସ୍ରାଏଲରେ ଅବତରଣ କରିବା ପରେ ସେ ପଶ୍ଚିମ ଜର୍ମାନର ଡ୍ୟୁସେଲଡର୍ଫ ପୋଲିସ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ପେଣ୍ଟିଂ ସହ ଜଡିତ ଅନେକ ଇମେଲ ପଠାଇଥିଲେ। ବହୁ ଖୋଜାଖୋଜି ପରେ ପେଣ୍ଟିଂ କୌଣସି ସ୍ଥାନରେ ମିଳିଲା ନାହିଁ। ଏହାର ମୂଲ୍ୟ ଅଧିକ ଥିବାରୁ ବ୍ୟବସାୟୀ ଅତ୍ୟଧିକ ଚିନ୍ତାରେ ପଡ଼ିଯାଇଥିଲେ। ସେ ଅତ୍ୟନ୍ତ ନିରାଶ ହୋଇଥିଲେ। ପରେ ବ୍ୟବସାୟୀଙ୍କ ଭଣଜା ପେଣ୍ଟିଂକୁ ଖୋଜିବାକୁ ଚେଷ୍ଟା କରିଥିଲେ। ବେଲଜିୟମରୁ ଫେରି ସେ ବିମାନବନ୍ଦର ନିକଟରେ ଥିବା ପୋଲିସ ଷ୍ଟେଶନରେ ପହଞ୍ଚି ପେଣ୍ଟିଂ ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପେଣ୍ଟିଂ ବହୁତ ମହଙ୍ଗା ହୋଇଥିବାରୁ ବିମାନବନ୍ଦର ପୋଲିସ ଇନ୍ସପେକ୍ଟର ମାଇକେଲ ଡିଟ୍‌ଜି ପହଞ୍ଚି ସେମାନେ ଏହାର ତଦନ୍ତ କରିଥିଲେ। ସେ ବିମାନବନ୍ଦରରେ ଥିବା ସଫେଇ କମ୍ପାନୀ ସହିତ ଯୋଗାଯୋଗ କରି ବିମାନବନ୍ଦର ପରିସରରେ ଥିବା ସମସ୍ତ ରିସାଇକ୍ଲିଂ ପାତ୍ରକୁ ଧୋଇବା ଆରମ୍ଭ କଲେ। ପୋଲିସ ଅଧିକାରୀଙ୍କ କଠିନ ପରିଶ୍ରମ ଫଳପ୍ରାପ୍ତ ହେଲା। ବିମାନବନ୍ଦରର କାଗଜ ଆବର୍ଜନା ପାତ୍ରଗୁଡ଼ିକୁ ଭଲଭାବେ ଅନୁସନ୍ଧାନ ପରେ ଇନ୍ସପେକ୍ଟର ମାଇକେଲ ବର୍ଜ୍ୟବସ୍ତୁରୁ ପେଣ୍ଟିଂଟିକୁ ଉଦ୍ଧାର କରିଥିଲେ। ସାମାନ୍ୟ କ୍ଷତି ହୋଇଥିଲେ ହେଁ ଜର୍ମାନ ପୋଲିସ ଏହାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?