ଦିନରେ ରଙ୍ଗକାମ, ରାତିରେ ଚୋରି

ଭୁବନେଶ୍ୱର,୧୪।୪(ବ୍ୟୁରୋ): ନିଜର ୨ ସ୍ତ୍ରୀଙ୍କୁ ଗିଫ୍ଟ ଦେଇ ଖୁସି କରିବାକୁ ଜଣେ ବ୍ୟକ୍ତି ଆପଣାଇଥିଲେ ଅଭିନବ ତରିକା। ଦିନରେ ରଙ୍ଗମିସ୍ତ୍ରି ଭାବେ କାମ କରୁଥିବାବେଳେ ରାତିରେ ଚୋରି କରୁଥିଲେ। ସେଥିପାଇଁ ନିଜ ବ୍ୟାଗରେ ରଙ୍ଗଦେବା ଉପକରଣ ସହ ଝରକା, କବାଟ ସ୍କୃ ଖୋଲିବାକୁ ଯନ୍ତ୍ରପାତି ରଖୁଥିଲେ। ଏଭଳି କାର୍ଯ୍ୟ ସେ ଦୀର୍ଘଦିନ ଚଳାଇଥିବାବେଳେ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନୟାଗଡ଼ର ଦିଲ୍ଲୀପ ନାୟକ। ସେ ୨୦୧୬ରୁ କମିଶନରେଟ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଥିଲେ। ରଙ୍ଗମିସ୍ତ୍ରି ଆଳରେ ଦିଲୀପ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଚୋରି କରିବା ସହ ୨୦୨୦ ଅଗଷ୍ଟ ୨୧ରେ ବଡଗଡ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ଏ ନେଇ ତାଙ୍କ ନାମରେ କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି। ଚୋରି ଟଙ୍କାରେ ଦିଲ୍ଲୀପ ମଉଜ କରିବା ସହ ଦୁଇ ସ୍ତ୍ରୀଙ୍କୁ ଲୁଟ୍‌ ଅଳଙ୍କାର ଗିଫ୍ଟ ଦେଉଥିବା ପୋଲିସ ଜେରାବେଳେ ଜାଣିବାକୁ ପାଇଛି। ଚୋରି ସୁନା ଜିନିଷକୁ ନେଇ ଭୁବନେଶ୍ବର ବାହାରେ ଥିବା ସୁନାଦୋକାନରେ ସେ ବିକ୍ରି କରୁଥିଲେ। ୧୧ଟି ଚୋରି, ବଳାତ୍କାର ମାମଲାରେ ଦିଲ୍ଲୀପଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଚୋରି ଗହଣା କିଣିଥିବା ବାଳକାଟୀର ସୁନା ଦୋକାନୀ ସୁଶାନ୍ତ କୁମାର ଜେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଦିଲୀପଙ୍କ ଠାରୁ ଏକ କାର୍‌ (ଓଡି ୦୨ ବିଏଚ୍‌ ୮୮୨୦), ୩ଟି ବାଇକ, ୬୦ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ୪୪ ହଜାର ଟଙ୍କା, ଏସି, ମୋବାଇଲ ଫୋନ ଆଦି ଜବତ କରାଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ସୁନା ଦୋକାନୀ ନୟାଗଡ ଜିଲା ଚାହାଳିର ସନ୍ତୋଷ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବ ନଗର ଲେନ-୫ ଅଞ୍ଚଳରେ ସୁଶାନ୍ତ କୁମାର ମଲ୍ଲିକ ପରିବାର ସହ ଭଡ଼ାଘରେ ରହନ୍ତି। ଗତ ୩ ତାରିଖରେ ସେ ଘରେ ତାଲା ପକାଇ ପରିବାର ସହ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ। ରାତି ସାଢେ ୮ଟାରେ ଘରକୁ ଫେରି ଝରକାର ଗ୍ରୀଲ ନ ଥିବା ଦେଖି ଯାଞ୍ଚ କରିଥିଲେ। ଆଲମାରିରେ ଥିବା ସୁନାଗହଣା, ମୋବାଇଲ ଫୋନ ଓ ନଗଦ ୧ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ଦେଖିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହାପରେ ପୁଣି ଗତ ୧୨ ତାରିଖରେ ଦିଲ୍ଲୀପ ଚୋରି କରିବା ଯୋଜନାରେ ମହାଦେବ ନଗରରେ ଏକ ବ୍ୟାଗ ଧରି ବୁଲୁଥିଲେ। ଏନେଇ ପୋଲିସ ଖବର ପାଇ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଏକ ବାଇକ ଓ ବ୍ୟାଗରୁ ଝରକା, କବାଟର ସ୍କୃ ଖୋଲିବା ଯନ୍ତ୍ରପାତି ମିଳିଥିଲା। ଜେରାବେଳେ ସେ ମହାଦେବ ନଗର ଓ ଗତ ଡିସେମ୍ବର ମାସରେ ବୈରାଗୀ ନଗରରୁ ଚୋରି କରିଥିବା ସ୍ବୀକାର କରିଥିଲେ। ସେହିପରି ବଡଗଡ, ଧଉଳି ଓ ଅନ୍ୟ ଥାନା ଅଞ୍ଚଳରେ ଚୋରି କରିଥିବା କହିଥିଲେ। ଘରେ ୨ସ୍ତ୍ରୀଙ୍କ ନିମନ୍ତେ ରଖିଥିବା ସୁନା ଅଳଙ୍କାରକୁ ପୋଲିସ ଜବତ କରିଛି। ଆଉ କିଛି ସୁନା ଗହଣାକୁ ସନ୍ତୋଷ ଓ ସୁଶାନ୍ତ ମିଶି ବିକିଦେଇଥିବା ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଦିଲ୍ଲୀପଙ୍କଠାରୁ ଜବତ ହୋଇଥିବା ୪୪ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ୍‌କୁ ମଙ୍ଗଳବାର ସନ୍ଧ୍ୟାରେ ଅଭିଯୋଗକାରୀ ସୁଶାନ୍ତ କୁମାର ମଲ୍ଲିକଙ୍କୁ ପୋଲିସ ଫେରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri