ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ

ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ ଲାଗୁ ହୁଏ। ଚୋର୍ଦ୍ଦା ବାଇପାସ, ପୁରୁଣା ଥାନା, ଗୋପବନ୍ଧୁ ଛକ, ଡାକବଙ୍ଗଳା, ଦଳା, ଗୋଶାଳା, ଗଣେଶ ମାର୍କେଟ, ନହକା ବାଇପାସ, ଧବଳଗିରି, ଚାନ୍ଦାମା, ବେଣାପୁର ପ୍ରଭୃତି ଛକଗୁଡିକରେ କୌଣସି ଟ୍ରାଫିକ ବ୍ୟବସ୍ଥା ଏଯାଏ ହୋଇନାହିଁ। ଏପରିକି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଭିତ୍ତିଭୂମି ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ତେଣୁ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସହରବାସୀ ଏଭଳି ମନ୍ତବ୍ୟ ଦେଉଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ଏହି ସହରର ଲୋକ ସଂଖ୍ୟା ପ୍ରାୟ ୫୦ ହଜାର। ହେଲେ ଏହି ୧୨ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଏହି ସହରର ପରିସୀମା ବ୍ୟାପକ ହୋଇଛି। ଏବେ ବେସରକାରୀ ଭାବେ ଲୋକ ସଂଖ୍ୟା ପ୍ରାୟ ଦେଢ ଲକ୍ଷ ଛୁଇଁଛି। କିନ୍ତୁ ସହରର ସଡ଼କଗୁଡିକରେ ସୁରକ୍ଷା ନେଇ ପ୍ରଶାସନ, ପୌର ପରିଷଦ, କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନଡିଏ) ପୋଲିସ ଓ ପରିବହନ ବିଭାଗ ନିଷ୍ଠାପର ଭାବରେ ଚିନ୍ତା କରୁଥିବା ମନେ ହେଉନାହିଁ।
ବ୍ୟାସନଗରରେ ପ୍ରତିଦିନ ପ୍ରାୟ ୮୦ହଜାର କ୍ଷୁଦ୍ର ଓ ଭାରିଯାନ ଚଳାଚଳ କରିଥାଏ। ସେଥିରେ ପୁଣି ସାଇକେଲ, ରିକ୍ସା ଓ ପାଦ ଚଲା ଲୋକେ ଅଛନ୍ତି। ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତାରେ ଭିଡ ଲାଗି ରହୁଛି। ଦୁର୍ଘଟଣା ବି ଘଟୁଛି। କିନ୍ତୁ କଥା ଥାନାକୁ ଯାଉ ନ ଥିବାରୁ ରେକର୍ଡ ରହୁନାହିଁ। ସହରର ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ହେଲା ରାସ୍ତା ଜବରଦଖଲ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ନିଜସ୍ବ ପାର୍କିଂ ସ୍ଥାନକୁ ମଧ୍ୟ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା, ଅଣଓସାରିଆ ଛକ ଏବଂ ନିୟମ ଲାଗୁ କରିବାରେ ବିଭାଗଗୁଡିକର ନିଷ୍ଠାର ଅଭାବ। ଏ ସମସ୍ତ ଦିଗରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିନ୍ତା ସୁଦ୍ଧା କରାଯାଏ ନାହିଁ। ଖାଲି ବିଧିରକ୍ଷା ପାଇଁ କାର୍ଯ୍ୟକ୍ରମ ହେଉଛି। ସହରର ଉପରୋକ୍ତ ପ୍ରମୁଖ ଟ୍ରାଫିକ ଛକଗୁଡ଼ିକ ଅତ୍ୟନ୍ତ ଅଣଓସାରିଆ। ସେଥିପାଇଁ ଏଠାରେ ଓଲଟା ଟ୍ରାଫିକ ନିୟମ ଲାଗୁ ହୁଏ। ବାମକଡ଼ରେ ଟ୍ରାଫିକ ପୋଷ୍ଟ ନ ବୁଲି ଡାହାଣ କଡ଼ରେ ସିଧା ଯାନବାହନଗୁଡିକ ଚଳାଚଳ କରିଥାଏ। ବିଡମ୍ବନା ଯେ, ସହରରେ ଟ୍ରାଫିକ ପୋଲିସ ଏଯାଏ ନିୟୋଜିତ ହୋଇ ନାହାନ୍ତି। କେତେକ ହୋମଗାର୍ଡ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି। କାରଣ ଛକଗୁଡିକ ଏତେ ଅପ୍ରଶସ୍ତ ଯେ, ଟ୍ରାଫିକ ପୋଷ୍ଟ ବୁଲି ଯାନାବାହନ ଚଳାଚଳ କଲେ ଅଧିକ ସମୟ ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିବ। ସେଥିପାଇଁ ଏହି ବ୍ୟତିକ୍ରମ ହୋଇଥିବାବେଳେ ସହର ବାହାରୁ ଆସୁଥିବା ଯାନଗୁଡିକ ହଇରାଣ ହୋଇଥାନ୍ତି। ଛକର ଚତୁଃପାର୍ଶ୍ୱରୁ ଜମି ଅଧିଗ୍ରହଣ କରି ଛକର ପ୍ରଶସ୍ତୀକରଣ ହିଁ ସମସ୍ୟାର ପ୍ରତିକାର। କିନ୍ତୁ ଏହାକୁ ପ୍ରଶାସନ କି ପୌର କର୍ତ୍ତୃପକ୍ଷ ପ୍ରାଥମିକତା ଦେଉଥିବା ମନେ ହେଉନାହିଁ। ଟ୍ରାଫିକ ପୋଷ୍ଟ ଓ ପୋଲିସ ରଖାଯିବା କେବଳ ସହର ପାଇଁ ଶୋ ବାଜି ଛଡା ଆଉ କିଛି ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାବାଦ୍‌ ସହର ମଝିରେ ରେଲୱେ ଗୁଡ୍‌ସ ସେଡ୍‌ ଥିବାରୁ ତାରିଣୀ ଛକଠାରୁ ବେଣାପୁର ଛକ ପର୍ଯ୍ୟନ୍ତ ଲୋକେ ତ୍ରାହି ତ୍ରାହି ଡାକିଥାନ୍ତି। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଥିବା ଦେଖିବାକୁ ମିଳିଥାଏ। ତେଣୁ ଏହି ରେଲୱେ ଗୁଡ୍‌ସ ସେଡ୍‌କୁ ସ୍ଥାନାନ୍ତରଣ କରିବାକୁ ସହରବାସୀ ଦାବି କରି ନୟାନ୍ତ ହୋଇସାରିଛନ୍ତି। ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅନ୍ୟପକ୍ଷେ ଡାକବଙ୍ଗଳା ଏବଂ ସାଇ ମନ୍ଦିର ରେଳ ଫାଟକ ବନ୍ଦ ରହିଲେ ଟ୍ରାଫିକ ସମସ୍ୟା ଆହୁରି ଗୁରୁତର ହୋଇପଡ଼େ। ସାଇମନ୍ଦିର ନିକଟରେ ଏକ ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ କରିବାକୁ ରେଲୱେ ବଜେଟରେ ସ୍ଥାନ ପାଇଥିଲେ ହେଁ ତାହାର ଅଗ୍ରଗତି ଅତି ନୈରାଶ୍ୟଜନକ। ଏଥିପାଇଁ ସହରବାସୀ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋଇ ବିପଦପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ

ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ...

ଦେବୀଗଡ଼ାରେ ମା’ଙ୍କୁ ମେଲାଣି

କଟକ ଅଫିସ,୭ା୧୦: ଶେଷ ହୋଇଛି ଦୁର୍ଗାପୂଜା। ଗୁରୁବାର ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଚଳିତବର୍ଷ କଟକ ସହରର ୧୭୨ଟି ମଣ୍ଡପରେ ପୂଜା ଆୟୋଜନ...

ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ...

ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ...

ଯୁକ୍ତ ୨ ଦ୍ୱିତୀୟ ବର୍ଷର ୯ ଛାତ୍ରଙ୍କୁ କ୍ୟାମ୍ପସ ମନା

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ସହ ରାଗିଂ ନେଇ ଅଭିଯୋଗ...

ପୃଥକ ଦୁର୍ଘଟଣାରେ ଗଲା ୨ ଜୀବନ

କେନ୍ଦୁଝର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟ ଏନ୍‌ଏଚ ୪୯ରେ ସୋମବାର ସନ୍ଦ୍ୟାରେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଓ ଟ୍ରକ୍‌ ମୁହାଁ...

୧୪ ଗୋରୁ ସହ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ, ୨୦ା୬- ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଅଞ୍ଚଳରୁ ଶୁକ୍ରବାର ବେଆଇନ ଗୋଚାଲାଣ ବେଳେ ଟାଉନ ଥାନା ପୋଲିସ ୧୪ଟି ଗୋରୁ ସହ ଏକ...

ପାଣିରେ ବୁଡ଼ି ନାବାଳିକା ମୃତ

କେନ୍ଦୁଝର, ୩ା୬(ଡି.ଏନ୍‌.ଏ.)-କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଛି। ରବିବାର...

Advertisement
Archives

Model This Week