ଯନ୍ତ୍ରଣା ଦେଉଛି ଅଣଓସାରିଆ ରାସ୍ତା, ଛକ

ଯାଜପୁର ଅଫିସ,୧୦ା୧: ବ୍ୟାସନଗରରେ ଟ୍ରାଫିକ ନିୟମର ଓଲଟା ଦେଖିବାକୁ ମିଳୁଛି। ରାସ୍ତାର ବାମକଡ଼ରେ ଯିବା ନିୟମ ରହିଛି, ହେଲେ ସହରର ଟ୍ରାଫିକ ପୋଷ୍ଟଗୁଡ଼ିକରେ ଓଲଟା ନିୟମ ଲାଗୁ ହୁଏ। ଚୋର୍ଦ୍ଦା ବାଇପାସ, ପୁରୁଣା ଥାନା, ଗୋପବନ୍ଧୁ ଛକ, ଡାକବଙ୍ଗଳା, ଦଳା, ଗୋଶାଳା, ଗଣେଶ ମାର୍କେଟ, ନହକା ବାଇପାସ, ଧବଳଗିରି, ଚାନ୍ଦାମା, ବେଣାପୁର ପ୍ରଭୃତି ଛକଗୁଡିକରେ କୌଣସି ଟ୍ରାଫିକ ବ୍ୟବସ୍ଥା ଏଯାଏ ହୋଇନାହିଁ। ଏପରିକି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଭିତ୍ତିଭୂମି ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ତେଣୁ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ସହରବାସୀ ଏଭଳି ମନ୍ତବ୍ୟ ଦେଉଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ଏହି ସହରର ଲୋକ ସଂଖ୍ୟା ପ୍ରାୟ ୫୦ ହଜାର। ହେଲେ ଏହି ୧୨ ବର୍ଷ ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ଏହି ସହରର ପରିସୀମା ବ୍ୟାପକ ହୋଇଛି। ଏବେ ବେସରକାରୀ ଭାବେ ଲୋକ ସଂଖ୍ୟା ପ୍ରାୟ ଦେଢ ଲକ୍ଷ ଛୁଇଁଛି। କିନ୍ତୁ ସହରର ସଡ଼କଗୁଡିକରେ ସୁରକ୍ଷା ନେଇ ପ୍ରଶାସନ, ପୌର ପରିଷଦ, କଳିଙ୍ଗନଗର ଉନ୍ନୟନ ପରିଷଦ(କେଏନଡିଏ) ପୋଲିସ ଓ ପରିବହନ ବିଭାଗ ନିଷ୍ଠାପର ଭାବରେ ଚିନ୍ତା କରୁଥିବା ମନେ ହେଉନାହିଁ।
ବ୍ୟାସନଗରରେ ପ୍ରତିଦିନ ପ୍ରାୟ ୮୦ହଜାର କ୍ଷୁଦ୍ର ଓ ଭାରିଯାନ ଚଳାଚଳ କରିଥାଏ। ସେଥିରେ ପୁଣି ସାଇକେଲ, ରିକ୍ସା ଓ ପାଦ ଚଲା ଲୋକେ ଅଛନ୍ତି। ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତାରେ ଭିଡ ଲାଗି ରହୁଛି। ଦୁର୍ଘଟଣା ବି ଘଟୁଛି। କିନ୍ତୁ କଥା ଥାନାକୁ ଯାଉ ନ ଥିବାରୁ ରେକର୍ଡ ରହୁନାହିଁ। ସହରର ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ହେଲା ରାସ୍ତା ଜବରଦଖଲ, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ନିଜସ୍ବ ପାର୍କିଂ ସ୍ଥାନକୁ ମଧ୍ୟ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିବା, ଅଣଓସାରିଆ ଛକ ଏବଂ ନିୟମ ଲାଗୁ କରିବାରେ ବିଭାଗଗୁଡିକର ନିଷ୍ଠାର ଅଭାବ। ଏ ସମସ୍ତ ଦିଗରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଚିନ୍ତା ସୁଦ୍ଧା କରାଯାଏ ନାହିଁ। ଖାଲି ବିଧିରକ୍ଷା ପାଇଁ କାର୍ଯ୍ୟକ୍ରମ ହେଉଛି। ସହରର ଉପରୋକ୍ତ ପ୍ରମୁଖ ଟ୍ରାଫିକ ଛକଗୁଡ଼ିକ ଅତ୍ୟନ୍ତ ଅଣଓସାରିଆ। ସେଥିପାଇଁ ଏଠାରେ ଓଲଟା ଟ୍ରାଫିକ ନିୟମ ଲାଗୁ ହୁଏ। ବାମକଡ଼ରେ ଟ୍ରାଫିକ ପୋଷ୍ଟ ନ ବୁଲି ଡାହାଣ କଡ଼ରେ ସିଧା ଯାନବାହନଗୁଡିକ ଚଳାଚଳ କରିଥାଏ। ବିଡମ୍ବନା ଯେ, ସହରରେ ଟ୍ରାଫିକ ପୋଲିସ ଏଯାଏ ନିୟୋଜିତ ହୋଇ ନାହାନ୍ତି। କେତେକ ହୋମଗାର୍ଡ ଟ୍ରାଫିକ ନିୟନ୍ତ୍ରଣ କରିଥାନ୍ତି। କାରଣ ଛକଗୁଡିକ ଏତେ ଅପ୍ରଶସ୍ତ ଯେ, ଟ୍ରାଫିକ ପୋଷ୍ଟ ବୁଲି ଯାନାବାହନ ଚଳାଚଳ କଲେ ଅଧିକ ସମୟ ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିବ। ସେଥିପାଇଁ ଏହି ବ୍ୟତିକ୍ରମ ହୋଇଥିବାବେଳେ ସହର ବାହାରୁ ଆସୁଥିବା ଯାନଗୁଡିକ ହଇରାଣ ହୋଇଥାନ୍ତି। ଛକର ଚତୁଃପାର୍ଶ୍ୱରୁ ଜମି ଅଧିଗ୍ରହଣ କରି ଛକର ପ୍ରଶସ୍ତୀକରଣ ହିଁ ସମସ୍ୟାର ପ୍ରତିକାର। କିନ୍ତୁ ଏହାକୁ ପ୍ରଶାସନ କି ପୌର କର୍ତ୍ତୃପକ୍ଷ ପ୍ରାଥମିକତା ଦେଉଥିବା ମନେ ହେଉନାହିଁ। ଟ୍ରାଫିକ ପୋଷ୍ଟ ଓ ପୋଲିସ ରଖାଯିବା କେବଳ ସହର ପାଇଁ ଶୋ ବାଜି ଛଡା ଆଉ କିଛି ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାବାଦ୍‌ ସହର ମଝିରେ ରେଲୱେ ଗୁଡ୍‌ସ ସେଡ୍‌ ଥିବାରୁ ତାରିଣୀ ଛକଠାରୁ ବେଣାପୁର ଛକ ପର୍ଯ୍ୟନ୍ତ ଲୋକେ ତ୍ରାହି ତ୍ରାହି ଡାକିଥାନ୍ତି। ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଥିବା ଦେଖିବାକୁ ମିଳିଥାଏ। ତେଣୁ ଏହି ରେଲୱେ ଗୁଡ୍‌ସ ସେଡ୍‌କୁ ସ୍ଥାନାନ୍ତରଣ କରିବାକୁ ସହରବାସୀ ଦାବି କରି ନୟାନ୍ତ ହୋଇସାରିଛନ୍ତି। ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅନ୍ୟପକ୍ଷେ ଡାକବଙ୍ଗଳା ଏବଂ ସାଇ ମନ୍ଦିର ରେଳ ଫାଟକ ବନ୍ଦ ରହିଲେ ଟ୍ରାଫିକ ସମସ୍ୟା ଆହୁରି ଗୁରୁତର ହୋଇପଡ଼େ। ସାଇମନ୍ଦିର ନିକଟରେ ଏକ ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ କରିବାକୁ ରେଲୱେ ବଜେଟରେ ସ୍ଥାନ ପାଇଥିଲେ ହେଁ ତାହାର ଅଗ୍ରଗତି ଅତି ନୈରାଶ୍ୟଜନକ। ଏଥିପାଇଁ ସହରବାସୀ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋଇ ବିପଦପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା କ୍ଷୋଭ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?